Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜୁଲାଇରେ କାମଚଳା ବଜେଟ ଆଣିବେ ବିଜେପି ସରକାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜୁଲାଇରେ କାମଚଳା ବଜେଟ ଆଣିବେ ବିଜେପି ସରକାର

ଭୁବନେଶ୍ୱର: ପ୍ରଥମଥର ପାଇଁ ରାଜ୍ୟରେ ସରକାର ଗଢ଼ିଥିବା ବିଜେପି ନିଜର ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ ନିମନ୍ତେ ଚଳିତ ଆର୍ôଥକବର୍ଷରେ ପୂର୍ଣ୍ଣାଙ୍ଗ ବଜେଟ୍ ଆଣିବାରେ ବିଳମ୍ବ ହେବ । ଆସନ୍ତା ଜୁଲାଇ ମାସରେ ସରକାର ୨୦୨୪-୨୫ ଆର୍ôଥକ ବର୍ଷ ପାଇଁ ବିଧାନସଭାରେ ଉପସ୍ଥାପନ କରିବେ କାମଚଳା ବଜେଟ୍ (ଲେଖାନୁଦାନ) । ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ୨୦୨୪-୨୫ ଆର୍ôଥକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆଣିବା ପୂର୍ବରୁ ଲେଖାନୁଦାନ ଆଗତ କରାଯିବ । ପୂର୍ବର ସରକାର ଚଳିତ ଆର୍ôଥକ ବର୍ଷର ଜୁଲାଇ ମାସ ପର୍ଯ୍ୟନ୍ତ ଲେଖାନୁଦାନ(କାମଚଳା ବଜେଟ୍‌) ଆଗତ କରିଥିଲେ । ଆମେ ଆଉ ଏକ ଲେଖାନୁଦାନ ଆଗତ କରିବୁ । ତା’ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଆସିବ । ସଂସଦରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବା ପରେ ହିଁ ଓଡ଼ିଶାରେ ବିଜେପି ସରକାର ନିଜର ପ୍ରଥମ ବଜେଟ୍ ଉପସ୍ଥାପନ କରିବେ । କେନ୍ଦ୍ର ବଜେଟ୍‌ରେ ଓଡ଼ିଶା ପାଇଁ ପାଣ୍ଠି ଆବଣ୍ଟନକୁ ଦେଖିବା ପରେ ରାଜ୍ୟ ବଜେଟ୍ ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି । ଶ୍ରୀ ସିଂହଦେଓ ଜିଏସ୍‌ଟି କାଉନ୍‌ସିଲ ବୈଠକ ଓ କେନ୍ଦ୍ରୀୟ ପ୍ରାକ୍ ବଜେଟ୍ ଆଲୋଚନା ଉପରେ ରାଜ୍ୟ ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବାକୁ ଶୁକ୍ରବାର ନୂଆଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଅର୍ଥବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବେ ସ୍ନାନଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତଥିବାରୁ ତାଙ୍କ ବଦଳରେ ଶ୍ରୀ ସିଂହଦେଓ ଦିଲ୍ଲୀରେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ । ଅନ୍ୟପକ୍ଷରେ ବଜେଟ୍ ପୂର୍ବରୁ ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ । ବର୍ଷ ୨୦୨୪- ୨୫ ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ସ୍ୱତନ୍ତ୍ର ୱେବ୍‌ପୋର୍ଟାଲ୍‌, ମେଲ୍ ଓ ହ୍ୱାଟ୍ସଆପ୍ ଜରିଆରେ ମତାମତ ଦେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବଜେଟ୍ ପ୍ରସ୍ତୁତିରେ ସାଧାରଣ ଲୋକଙ୍କ ମତାମତ ତଥା ପ୍ରସ୍ତାବ ଗ୍ରହଣ କରିବା ଆବଶ୍ୟକ । ତେଣୁ ବଜେଟ୍ ପ୍ରସ୍ତୁତିକୁ ସୂଚନା ଓ ପ୍ରସାରଣ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଅଧିକ ଉନ୍ମୁକ୍ତ ଓ ସହଭାଗିତା ଭିତରେ କରାଯିବାର ଆବଶ୍ୟକତା ରହିଛି । ୨୦୨୪-୨୦୨୫ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତି ପାଇଁ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ ପାଇଁ ଏକ ନିର୍ଦ୍ଦିଷ୍ଟ ଫର୍ମାଟ୍ ତିଆରି କରିଛି । ୱେବ ପୋର୍ଟାଲ ହେଉଛି ଭଙ୍କୟଶରଗ୍ଧ.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ । ସେହିପରି କ୍ଟୟସଗ୍ଦଷବ.ଭଙ୍କୟଶରଗ୍ଧଅଶକ୍ଟଙ୍ଖ.ସଦ୍ଭ ଠିକଣାରେ ଇ-ମେଲ୍ ମଧ୍ୟ କରିପାରିବେ । ଏହାବ୍ୟତୀତ ୯୪୩୮୧-୬୧୧୧୧ ମୋବାଇଲ୍ ନମ୍ବରରେ ବଜେଟ୍ ସମ୍ବନ୍ଧୀୟ ମତାମତ ପଠାଇପାରିବେ । କେବଳ ଏତିକି ନୁହେଁ, ଫେସ୍‌ବୁକ, ଇନଷ୍ଟାଗ୍ରାମ୍ ମାଧ୍ୟମରେ ମଧ୍ୟ ମତ ପଠାଇପାରିବେ । ଏସବୁ ଜରିଆରେ ସାଧାରଣ ଜନତା, ନାଗରିକ ସମାଜ, ବିଭିନ୍ନ ସିଭିଲ୍ ସୋସାଇଟି ସଂଗଠନ ନିଜର ମତାମତ ଜୁନ୍ ୨୦ରୁ ଜୁଲାଇ ୫ ତାରିଖ ଯାଏଁ ପଠାଇପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିବେଦନ କରାଯାଇଛି । ସୂଚନାଯୋଗ୍ୟ, ନିର୍ବାଚନ ପୂର୍ବରୁ ବିଜେଡି ସରକାର ଫେବୃଆରୀ ୮ରେ ୨୦୨୪-୨୫ ଆର୍ôଥକବର୍ଷ ପାଇଁ ୪ମାସିଆ ଲେଖାନୁଦାନ (କାମଚଳା ବଜେଟ୍‌) ଉପସ୍ଥାପିତ କରିଥିଲେ । ଏହି କାମଚଳା ବଜେଟ୍‌ର ଅବଧି ଜୁଲାଇ ୩୧ରେ ଶେଷ ହେଉଥିବାରୁ ତା’ପୂର୍ବରୁ ବିଧାନସଭାରେ ଆଉ ଏକ କାମଚଳା ବଜେଟ୍‌କୁ ବିଜେପି ସରକାରଙ୍କୁ ଗୃହୀତ କରାଇବାକୁ ପଡ଼ିବ । ଏ ସମ୍ପର୍କରେ ମୋହନ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

Leave a Reply