Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟାରେ ରାମମନ୍ଦିର ନିଶ୍ଚିନ୍ତ ନିର୍ମାଣ ହେବ ବୋଲି ନିୟତି ନିର୍ଦ୍ଧାରଣ କରିଥିଲା- ଲାଲକୃଷ୍ଣ ଆଡଭାନୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟାରେ ରାମମନ୍ଦିର ନିଶ୍ଚିନ୍ତ ନିର୍ମାଣ ହେବ ବୋଲି ନିୟତି ନିର୍ଦ୍ଧାରଣ କରିଥିଲା- ଲାଲକୃଷ୍ଣ ଆଡଭାନୀ

ଲକ୍ଷ୍ନୌ : ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣର ସଂକଳ୍ପ ଏବେ ପୂରଣ ହେବାକୁ ଯାଉଛି । ଏହି ସଂକଳ୍ପକୁ ବାସ୍ତବ ରୂପ ଦେବାର ଶ୍ରେୟ ପୂରା ଭକ୍ତଙ୍କୁ ଯାଉଛି । ଏହି ରାମଭକ୍ତଙ୍କ ମଧ୍ୟରୁ ଗୋଟିଏ ନାମ ହେଉଛି ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କର । ତାଙ୍କର ରାମ ରଥଯାତ୍ରା ଦେଶରେ ମନ୍ଦିର ମୁକ୍ତ ଆନ୍ଦୋଳନରେ ଏକ ନୂଆ ଜୀବନ ଦେଇଥିଲା । ଆଡଭାନୀ ଏବେ ଜାନୁୟାରୀ ୨୨ରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଆତୁର ହୋଇପଡିଛନ୍ତି । ଆଡଭାନୀ ଏହି କ୍ଷଣ ଆଣିବା ପାଇଁ, ରାମଲଲାଙ୍କ ଭବ୍ୟ ମନ୍ଦିର ନିର୍ମାଣ ଓ ସଂକଳ୍ପ ପୂରଣ କରିବା ପାଇଁ ପିଏମ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜର ମାସିକ ପତ୍ରିକା ରାଷ୍ଟ୍ରଧର୍ମରେ ନିଜର ମନୋଭାବ ବ୍ୟକ୍ତ କରିଛନ୍ତି । ଏହି ବିଶେଷାଙ୍କ ଜାନୁୟାରୀ ୧୫ରେ ପ୍ରକାଶ ପାଇବ ।

Leave a Reply