Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୋଷ୍ଟାଲ୍ ଚାକିରି ପାଇଁ ଜାଲ୍ ପ୍ରମାଣପତ୍ର ୬୭ ସ୍ଥାନରେ ସିବିଆଇ ରେଡ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୋଷ୍ଟାଲ୍ ଚାକିରି ପାଇଁ ଜାଲ୍ ପ୍ରମାଣପତ୍ର ୬୭ ସ୍ଥାନରେ ସିବିଆଇ ରେଡ୍


ଭୁବନେଶ୍ୱର: ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ଜାଲ ପ୍ରମାଣପତ୍ର ଦେବା ଘଟଣାରେ ସିବିଆଇ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି । ପ୍ରାଥମିକ ସୂଚନା ଅନୁସାରେ, ସିବିଆଇ ପକ୍ଷରୁ କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ବାଲେଶ୍ୱର, ଭଦ୍ରକ ଆଦି ଜିଲ୍ଲାର ୬୭ସ୍ଥାନରେ ରେଡ୍ କରାଯାଉଛି । ରେଡ୍‌ରେ ସିବିଆଇର ୧୨୨ ଅଫିସର୍‌ଙ୍କ ସହ ୨୦୪ ଅଫିସର୍ ସାମିଲ ଅଛନ୍ତି । ସେହିପରି ରେଡ୍‌ରେ ବିଭିନ୍ନ ବିଭାଗର ଆଉ ୮୨ଜଣ ଅଧିକାରୀ ମଧ୍ୟ ସାମିଲ ରହିଛନ୍ତି । ଭୁବନେଶ୍ୱରରେ ଥିବା ପୋଷ୍ଟାଲ ସର୍ଭିସ ନିର୍ଦ୍ଦେଶକଙ୍କ ପକ୍ଷରୁ ଜାଲ୍ ପ୍ରମାଣପତ୍ର ସମ୍ପର୍କରେ ପ୍ରଥମେ ସିବିଆଇରେ ଅଭିଯୋଗ ହୋଇଥିଲା । ଜାଲ ପ୍ରମାଣପତ୍ର ଯୋଗାଇ ଦେଉଥିବା ଅନ୍ତଃରାଜ୍ୟ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ କରିବାକୁ ସିବିଆଇ ଉଦ୍ୟମ କରୁଛି । ଗ୍ରାମୀଣ ଡାକସେବା ପରୀକ୍ଷାରେ ୬୩ଜଣ ଜାଲ୍ ସାର୍ଟିଫିକେଟ୍ ଦେଇଥିବା ଅଭିଯୋଗ ହୋଇଥିଲା । ଏହାପରେ ସିବିଆଇ ୨୦୨୩ ମସିହା ମେ’ ୯ ତାରିଖରେ ଆଇପିସିର ୧୨୦-ବି, ୪୨୦, ୪୬୮, ୪୭୧ ଓ ୫୧୧ଦଫା ସହ ଦୁର୍ନୀତି ନିରୋଧ ଆଇନ ୧୯୮୮ର ଧାରା ୭(ଏ) ଅନୁସାରେ ନିୟମିତ ମାମଲା ରୁଜୁ କରିଥିଲା । ଜାଲ ପ୍ରମାଣପତ୍ର ଦେଇଥିବା ୬୩ ଜଣ ପ୍ରାର୍ଥୀ, ପୋଷ୍ଟାଲ ବିଭାଗର ଅଜଣା ଅଧିକାରୀ ଓ କିଛି ମଧ୍ୟସ୍ଥିଙ୍କ ନାଁରେ ଏପରି ମାମଲା ହୋଇଥିଲା । ୨୦୨୩ ମସିହା ଜାନୁଆରୀ ୨୭ରେ ଗ୍ରାମୀଣ ଡାକ ସେବା(ଜିଡିଏସ୍‌)ର ୧୩୮୨ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯେକୌଣସି ଅଧିକୃତ ବୋର୍ଡରୁ ୧୦ମ ପାସ୍ ସହ ସ୍ଥାନୀୟ ଭାଷା ଉପରେ ଦଖଲ ରହିବା ଜରୁରୀ ବୋଲି ଚାକିରି ପାଇଁ ସର୍ବନିମ୍ନ ଯୋଗ୍ୟତା ରଖା ଯାଇଥିଲା । ନିୟମ ଅନୁସାରେ ଆଶାୟୀଙ୍କୁ ସର୍ଭରରେ ନିଜର ୧୦ମ ପାସ୍ ପ୍ରମାଣପତ୍ର ଓ ମାର୍କଶିଟ ଦାଖଲ କରିବାକୁ ପଡ଼ିବ । ୧୦ମ ପରୀକ୍ଷାରେ ରଖିଥିବା ମାର୍କ ଆଧାରରେ ଚୟନପ୍ରକ୍ରିୟା ହେବାର ଥିଲା । ଚୟନ ହୋଇଥିବା ଆଶାୟୀଙ୍କୁ ଏସ୍‌ଏମ୍‌ଏସ୍ ଓ ଇ-ମେଲ ଜରିଆରେ ଏ ସମ୍ପର୍କରେ ଅବଗତ କରାଯାଇଥିଲା । ଯୋଗ୍ୟ ଆଶାୟୀଙ୍କୁ ୧୫ ଦିନ ମଧ୍ୟରେ ଉପଯୁକ୍ତ ଅଧିକାରୀଙ୍କ ନିକଟରେ ହାଜର ହୋଇ କାଗଜପତ୍ର କାମ କରିବାକୁ କୁହାଯାଇଥିଲା । ତେବେ ଯାଞ୍ଚ ସମୟରେ ଓଡ଼ିଶା ପୋଷ୍ଟାଲ ସର୍କଲ ଜାଣିବାକୁ ପାଇଥିଲା ଯେ ବିଭିନ୍ନ ଡିଭିଜନର ୬୩ ଜଣ ଆଶାୟୀ ନକଲି ପ୍ରମାଣପତ୍ର ଦାଖଲ କରିଛନ୍ତି । ତେଣୁ ସିବିଆଇ ପକ୍ଷରୁ ଏହାର ଯାଞ୍ଚ ଆରମ୍ଭ କରାଯାଇଛି ।

Leave a Reply