Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଇଂଲଣ୍ଡରୁ ୧୦୦ ଟନ୍ ସୁନା ଫେରାଇ ଆଣିଲା ଆରବିଆଇ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇଂଲଣ୍ଡରୁ ୧୦୦ ଟନ୍ ସୁନା ଫେରାଇ ଆଣିଲା ଆରବିଆଇ

ନୂଆଦିଲ୍ଲୀ: ଇଂଲଣ୍ଡରୁ ୧୦୦ ଟନ୍ ଅର୍ଥାତ ଏକ ଲକ୍ଷ କିଲୋଗ୍ରାମରୁ ଅଧିକ ସୁନା ଫେରାଇ ଆଣିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) । ବ୍ୟାଙ୍କ ଅଫ୍ ଇଂଲଣ୍ଡରେ ଗଚ୍ଛିତ ରଖିଥିବା ସୁନା ମଧ୍ୟରୁ ଆରବିଆଇ ପୁଣି ଥରେ ୧୦୦ ଟନ୍ ସୁନା ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି । ଆଗାମୀ ଦିନରେ ଏସବୁ ସୁନା ଭାରତକୁ ଫେରିବ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏବେ ଇଂଲଣ୍ଡରୁ ୧୦୦ ଟନ୍ ସୁନା ଫେରାଇ ଆଣି ଭାରତର ଭଣ୍ଡାରରେ ରଖାଯାଇଛି । ଆରବିଆଇ ଅଧିକାରୀମାନେ କହିଛନ୍ତି ଯେ, ଆଗାମୀ ଦିନରେ ମଧ୍ୟ ସମାନ ପରିମାଣର ସୁନା ଭାରତକୁ ଫେରାଇ ଅଣାଯିବ । ଭବିଷ୍ୟତରେ ଆର୍ôଥକ ସ୍ଥିରତା ବଜାୟ ରଖିବା ପାଇଁ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଦେଶର ରାଜକୋଷରେ ସୁନା ପରିମାଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏପରି ନିଷ୍ପତ୍ତି ନିଆଯାଇଛି । ସରକାରୀ ସୂତ୍ରରୁ ପ୍ରକାଶ ତଥ୍ୟ ଅନୁସାରେ, ମାର୍ଚ୍ଚ ଶେଷ ସୁଦ୍ଧା ଆରବିଆଇ ପାଖରେ ୮୨୨.୧ ଟନ୍ ସୁନା ରହିଛି, ସେଥିମଧ୍ୟରୁ ୪୧୩.୮ ଟନ୍ ବିଦେଶରେ ଅଛି । ବର୍ତ୍ତମାନ ଏହି ସୁନା ଧୀରେ ଧୀରେ ଭାରତକୁ ଅଣାଯାଉଛି । ଆରବିଆଇ ନିକଟ ଅତୀତରେ କ୍ରୟ କରିଥିବା ସୁନା ମଧ୍ୟରୁ କେବଳ ଗତ ଆର୍ôଥକ ବର୍ଷରେ ୨୭.୫ ଟନ୍ ସୁନା ଭଣ୍ଡାରରେ ସାମିଲ ହୋଇଛି । ବ୍ୟାଙ୍କ ଅଫ୍ ଇଂଲଣ୍ଡ (ଈଙଓ) ହୋଉଛି ବ୍ୟାଙ୍କ ଅଫ୍ ଇଂଲଣ୍ଡରେ ଗଚ୍ଛିତ ରଖିଥିବା ସୁନା ମଧ୍ୟରୁ ଆରବିଆଇ ପୁଣି ଥରେ ୧୦୦ ଟନ୍ ସୁନା ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି । ଆଗାମୀ ଦିନରେ ଏସବୁ ସୁନା ଭାରତକୁ ଫେରିବ । ବିଶ୍ୱର ଦ୍ୱିତୀୟ ସୁନା ଭଣ୍ଡାର । ଅନେକ ଦେଶ ଏହି ସୁନା ଭଣ୍ଡାରରେ ନିଜର ସୁନା ରଖନ୍ତି । ଏଥିପାଇଁ ସେମାନଙ୍କୁ ବ୍ରିଟେନର ସେଣ୍ଟ୍ରାଲ ବ୍ୟାଙ୍କକୁ ମଧ୍ୟ ଦେୟ ଦେବାକୁ ପଡ଼ିଥାଏ । ଭାରତ ମଧ୍ୟ ଏହି ଫି ପ୍ରଦାନ କରୁଛି । ସ୍ୱାଧୀନତା ପୂର୍ବରୁ ମଧ୍ୟ ଭାରତ ଲଣ୍ଡନ ବ୍ୟାଙ୍କରେ ସୁନା ରଖିଛି । ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସମୟରେ ବିଦେଶରେ ଷ୍ଟକ୍ ବୃଦ୍ଧି ପାଉଥିବାରୁ ଆରବିଆଇ ଭାରତକୁ କିଛି ସୁନା ଫେରାଇ ଆଣିବାକୁ ଚାହୁଁଛି । ଭବିଷ୍ୟତର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

Leave a Reply