Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ-ନ୍ୟୁ ଜେନେରେଶନ ବ୍ୟବହାରିକ ପରୀକ୍ଷା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ-ନ୍ୟୁ ଜେନେରେଶନ ବ୍ୟବହାରିକ ପରୀକ୍ଷା

ବାଲେଶ୍ୱର : ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ-ନ୍ୟୁ ଜେନେରେଶନ ଶୁକ୍ରବାର ବ୍ୟବହାରିକ ପରୀକ୍ଷା ଚାନ୍ଦିପୁର ଆଇଟିଆର ପକ୍ଷରୁ କରାଯାଇଥିବା ଜଣାପଡ଼ିଛି । ଆଜି ପୂର୍ବାହ୍ନ ୧୦.୩୦ରେ ଏହି ପରୀକ୍ଷଣ ହୋଇଛି । ଆକାଶ ଏନର୍ଜି ଆକାଶ ସିରିଜର ଏକ ଅତ୍ୟାଧୁନିକ ମିସାଇଲ । ଏହି ସଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶର ଲକ୍ଷ୍ୟଭେଦ ଦୂରତା ୪୦ କିଲୋମିଟର । ଶତ୍ରୁପକ୍ଷର ଯେକୌଣସି ଯୁଦ୍ଧାସ୍ତ୍ରକୁ ଏହା ସହଜରେ ଧ୍ୱଂସ କରିବାରେ ସଫଳ ହୋଇପାରେ । ଏହାର ଲକ୍ଷ୍ୟଭେଦ କ୍ଷମତା, ଗତିବିଧି ଏବଂ ଯୋଗାଯୋଗ କ୍ଷମତାକୁ ଆଇଟିଆରର ଟେଲିମେଟ୍ରିକ୍ ରାଡାର ସିଷ୍ଟମ ଦ୍ୱାରା ଅନୁଧ୍ୟାନ କରାଯାଇଥିଲା । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ଡିଆରଡିଓ ପକ୍ଷରୁ ଏହି ପରୀକ୍ଷା ହୋଇଥିଲା ।

Leave a Reply