Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟାର ଆନ୍ତର୍ଜାତିକ ବିମାନବନ୍ଦର ୨୦ ମାସରେ ସମ୍ପୂର୍ଣ୍ଣ ହେଲା : ଜ୍ୟୋତିରାଦିତ୍ୟ ସିନ୍ଧିଆ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟାର ଆନ୍ତର୍ଜାତିକ ବିମାନବନ୍ଦର ୨୦ ମାସରେ ସମ୍ପୂର୍ଣ୍ଣ ହେଲା : ଜ୍ୟୋତିରାଦିତ୍ୟ ସିନ୍ଧିଆ


ନୂଆଦିଲ୍ଲୀ : ଏୟାରଲାଇନ୍ସ ଇଣ୍ଡିଗୋ ପକ୍ଷରୁ ଅହମଦାବାଦ-ଅଯୋଧ୍ୟା ମଧ୍ୟରେ ପ୍ରଥମ ତ୍ରିସାପ୍ତାହିକ ଉଡାଣ ସେବାର ଶୁଭାରମ୍ଭ ହୋଇଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ରମନ୍ତ୍ରୀ ଭିକେ ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଗୁରୁବାର ଏହି ଉଡାଣକୁ ପତାକା ଦେଖାଇଛନ୍ତି । ଅଯୋଧ୍ୟାରୁ ଅହମଦାବାଦ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଉଡାଣ ସେବାକୁ ଭିସି ଜରିଆରେ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଭୁ ଶ୍ରୀରାମଙ୍କ ଅନନ୍ତ କୃପା ଓ ପ୍ରଧାନମନ୍ତ୍ରୀଙ୍କ ଦୃଢ ସଂକଳ୍ପ କାରଣରୁ ଅଯୋଧ୍ୟାରେ ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ଏୟାରପୋର୍ଟ ସହିତ ନୂଆ ବିମାନ ସେବା ଆରମ୍ଭ ହୋଇଛି । ଅହମଦାବାଦ ଓ ଅଯୋଧ୍ୟା ମଧ୍ୟରେ ଇଣ୍ଡିଗୋ ଏୟାରଲାଇନର ସିଧା ଉଡାଣ ଯୋଗୁ କେବଳ ପର୍ଯ୍ୟଟନ ବୃଦ୍ଧି ହେବନି, ଏହାଯୋଗୁ ରୋଜଗାର ସୃଷ୍ଟି ହେବା ସହ ଆର୍ôଥକ ବିକାଶ ପାଇଁ ବଳ ମଧ୍ୟ ମିଳିବ । ସେ କହିଛନ୍ତି ଯେ, ଅଯୋଧ୍ୟାର ବିମାନବନ୍ଦର ନିର୍ମାଣ ପାଇଁ ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବହୁତ ରୁଚି ରଖିବା ସହ କାନ୍ଧରେ କାନ୍ଧ ମିଶାଇ ଆମ ସହିତ କାର୍ଯ୍ୟ କରିଛନ୍ତି । ସେ ନିର୍ଦ୍ଧାରିତ ସମୟରେ ଜମି ଆବଂଟନ କରିଥିଲେ । ଏଥିପାଇଁ ମୁଁ ଉତର ପ୍ରଦେଶ ସରକାରଙ୍କୁ ଧନ୍ୟବାଦ ଜଣାଉଛି । ଦିଲ୍ଲୀରେ ସାମ୍ବାଦିକ ମାନଙ୍କ ସହିତ କଥାବାର୍ତା ବେଳେ ଶ୍ରୀ ସିନ୍ଧିଆ କହିଛନ୍ତି ଯେ, ଆମେ ୨୦ ମାସରେ ବିମାନବନ୍ଦର ସ୍ଥାପିତ କରିଛୁ, ଯାହାକି ଦେଶ ପାଇଁ ଏକ ରେକର୍ଡ଼ ।

Leave a Reply