Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଡେରାଡୁନରୁ ଅଯୋଧ୍ୟାକୁ ସିଧା ବସ୍ ସେବା ଆରମ୍ଭ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଡେରାଡୁନରୁ ଅଯୋଧ୍ୟାକୁ ସିଧା ବସ୍ ସେବା ଆରମ୍ଭ

ଡେରାଡୁନ: ରାମନଗରୀ ଅଯୋଧ୍ୟାକୁ ଦେବଭୂମି ଡେରାଡୁନ ସହିତ ଯୋଡିବା ପାଇଁ ଉତ୍ତରାଖଣ୍ଡ ରୋଡୱେଜ ଡେରାଡୁନରୁ ଅଯୋଧ୍ୟାକୁ ସିଧା ବସ୍ ସେବା ଆରମ୍ଭ କରିଛି । ବୁଧବାର ପରିବହନ ବିଭାଗର ପ୍ରବକ୍ତା କହିଛନ୍ତି ଯେ, ପ୍ରଥମ ଦିନ ଦୁନରୁ ମୁରାଦାବାଦ ପର୍ଯ୍ୟନ୍ତ ୨ ଆରୋହୀ ଯାତ୍ରା କରିଛନ୍ତି । ଦୁନରୁ ଅଯୋଧ୍ୟା ପର୍ଯ୍ୟନ୍ତ ଭଡା ୧୦୫୪ ଟଙ୍କା ରଖାଯାଇଛି । ଏବେ ମାନୁଆଲି ଟିକେଟ୍ ବୁକିଂ ହେଉଛି । ଖୁବ ଶୀଘ୍ର ଅନଲାଇନ ଟିକେଟ୍ ବୁକିଂ ହେବ । ଅନଲାଇନ ହେବା ପରେ ଯାତ୍ରୀମାନେ ଘରେ ବସି ଟିକେଟ୍ ବୁକ କରିପାରିବେ । ବସ୍ ଡେରାଡୁନରୁ ସକାଳ ୧୧.୩୦ରେ ବାହାରିବ ଏବେ ପରଦିନ ଭୋର ୫.୩୦ରେ ଅଯୋଧ୍ୟାରେ ପହଞ୍ଚିବ । ସେହିପରି ଅଯୋଧ୍ୟାରୁ ତିନିଟାରେ ବାହାରି ତା ପରଦିନ ସକାଳ ୯ଟାରେ ପହଞ୍ଚିବ । ଦୁନରୁ ଅଯୋଧ୍ୟା ପର୍ଯ୍ୟନ୍ତ ଦୂରତା ହେଉଛି ୧୫୦୪ କିଲୋମିଟର

Leave a Reply