Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମାଆ ନର୍ମଦାଙ୍କ ଜଳରେ ହେବ ରାମଲଲାଙ୍କ ଜଳାଭିଷେକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମାଆ ନର୍ମଦାଙ୍କ ଜଳରେ ହେବ ରାମଲଲାଙ୍କ ଜଳାଭିଷେକ

ଅଯୋଧ୍ୟା : ପ୍ରଭୁ ରାମଙ୍କ ନଗରୀ ଅଯୋଧ୍ୟାରେ ଜାନୁୟାରୀ ୨୨ରେ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ମାଆ ନର୍ମଦାଙ୍କ ଜଳରେ ରାମଲଲାଙ୍କ ଅଭିଷେକ କରାଯିବ । ମଧ୍ୟପ୍ରଦେଶରେ କୁକ୍ଷୀ ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ହନି ବଘେଲଙ୍କ ନେତୃତ୍ୱରେ ମାଆ ନର୍ମଦାଙ୍କ ଭକ୍ତ ୧୧ଟି କଳସରେ ମାଆ ନର୍ମଦାଙ୍କ ପାଣି ନେଇ ଅଯୋଧ୍ୟାରେ ପହଂଚିଛନ୍ତି । କାରସେବକପୁରମରେ ଆଜି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାମନ୍ତ୍ରୀ ଚମ୍ପତ ରାୟଙ୍କୁ ମାଆ ନର୍ମଦାଙ୍କ ଜଳ ପ୍ରଦାନ କରାଯାଇଛି । କୁକ୍ଷୀରୁ ମାଆ ନର୍ମଦାଙ୍କ ଜଳ ଆଣିଥିବା ଜଣେ ଭକ୍ତ କହିଛନ୍ତି ଯେ, ମଧ୍ୟପ୍ରଦେଶର ପାଂଚଟି ଧାର୍ମିକ ସ୍ଥାନରୁ ଓ ମାଆ ନର୍ମଦାଙ୍କର ୧୧ଟି ଘାଟର ଜଳ ଆଣି ଆମେ ଅଯୋଧ୍ୟାରେ ପହଂଚିଛୁ । ସେ କହିଛନ୍ତି ଯେ, ମେଘନାଦ, ଧର୍ମରାୟ, ଘଟେଶ୍ୱର, କୋଟେଶ୍ୱର, ମହେଶ୍ୱର ଓ ଓମକାରେଶ୍ୱର ପରି ପ୍ରମୁଖ ଧର୍ମସ୍ଥଳରୁ ଜଳ ଅଣାଯାଇଛି । ମାଆ ନର୍ମଦାଙ୍କ ଭକ୍ତିରେ ୧୧ଟି ବୁଲେଟରେ ୨୨ଜଣ ଲୋକ ଆସିଥିଲେ ।

Leave a Reply