Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପିପିଲିରେ ପରିକ୍ରମା କଲା ଶ୍ରୀରାମ ଅକ୍ଷତ କଳସ ରଥ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପିପିଲିରେ ପରିକ୍ରମା କଲା ଶ୍ରୀରାମ ଅକ୍ଷତ କଳସ ରଥ

ପିପିଲି: ପିପିଲି ବ୍ଲକ ଅନ୍ତର୍ଗତ ପ୍ରତିଷ୍ଠିତ ମନ୍ଦିର ମାନଙ୍କୁ ଅଯୋଧ୍ୟାରୁ ଆସିଥିବା ଶ୍ରୀରାମ ଅକ୍ଷତ କଳସ ଓ ନିମନ୍ତ୍ରଣ ପତ୍ର ପ୍ରଦାନର ଶୁଭାରମ୍ଭ ହୋଇଯାଇଛି । ନୂଆଶାସନ ସ୍ଥିତ ପ୍ରସିଦ୍ଧ ଶ୍ରୀ ନୃସିଂହ ନାଥ ଦେବ ମନ୍ଦିର ଠାରୁ ଏହି ରଥ ପରିକ୍ରମାର ଶୁଭାରମ୍ଭ କରାଯାଇଥିବା ବେଳେ ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ଏହି ପ୍ରଚାର ପ୍ରସାର ଚାଲୁରହିବ । ଅଯୋଧ୍ୟା ରେ ନିର୍ମାଣ ହେଉଥିବା ପ୍ରଭୂ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ସାରା ଦେଶରେ ଶ୍ରୀରାମ ମନ୍ଦିର ଅକ୍ଷତ କଳସ ରଥ ପରିକ୍ରମା କରୁଥିବା ବେଳେ ପିପିଲି ଖଣ୍ଡରେ ମଧ୍ୟ ଏହି ସୁସଜ୍ଜିତ ରଥ ପରିକ୍ରମାର ଶୁଭାରମ୍ଭ ହୋଇଛି । ବିଶ୍ୱ ହିନ୍ଦୁ ପରିଷଦ ଓ ପିପିଲି ଶ୍ରୀରାମ ସମିତି ପକ୍ଷରୁ ପିପିଲି ସମସ୍ତ ଗାଁ ଗାଁ ରେ ଏହି ରଥ ପରିକ୍ରମା କରୁଥିବା ବେଳେ ଆସନ୍ତା ୨୨ତାରିଖ ସୋମବାର ଦିନ ସମସ୍ତ ଙ୍କୁ ନିରାମିଷ ଭୋଜନ ସହ ଘର ପରିବେଶ ସ୍ୱଚ୍ଛତା ରଖି ଅଖଣ୍ଡ ଦୀପ ଜାଳି ପ୍ରଭୂ ରାମଲାଲ ଙ୍କ ଉଦ୍ଦେଶ୍ୟ ରେ ଦୀପାବଳୀ ଉତ୍ସବ ପାଳନ କରିବାକୁ ଆହ୍ୱାନ ଦିଆଯାଇଛି । ବିଶ୍ୱହିନ୍ଦୁ ପରିଷଦ ପିପିଲି ଉପଦେଷ୍ଟା ପ୍ରଭାତ କୁମାର ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗତକାଲି ସକାଳୁ ପିପିଲି ନୂଆଶାସନ ଗ୍ରାମ ର ନୃସିଂହ ନାଥଙ୍କ ମନ୍ଦିର, ସଂପୁର ସ୍ଥିତ ଅଷ୍ଟଶମ୍ଭୁ ମନ୍ଦିର, ରୁପୁଦେଇପୁର ର ଜଗନ୍ନାଥ ମନ୍ଦିର, ରଥପୁରୁଷୋତ୍ତମପୁର ନୂଆହାଟ ସ୍ଥିତ ହନୁମାନ ମନ୍ଦିର, ପାରିପୋଟଳୀ ଗ୍ରାମ ସ୍ଥିତ ମହାବୀର ମନ୍ଦିର, ସାତଶଙ୍ଖ ଠାରେ ଥିବା ମା ଉତରାୟଣୀ ମନ୍ଦିର, ବାଲିଗାଁ ସ୍ଥିତ ଭକ୍ତ ଦାସିଆ ମନ୍ଦିର , ନିର୍ମଳା ଗ୍ରାମ ସ୍ଥିତ ଜଗନ୍ନାଥ ମନ୍ଦିର ଓ ଦାଣ୍ଡମୁକୁନ୍ଦପୁର ସ୍ଥିତ ଗୋପାଳଜୀଉ ମନ୍ଦିର ରେ ଶ୍ରୀରାମ ଅକ୍ଷତ କଳସ ରଥ ପହଁଚି ପ୍ରଭୂ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ମନ୍ଦର ଦେବାଦେବୀ ଙ୍କୁ ଏକ ବର୍ଣ୍ଣାଢ଼୍ୟ ପରିବେଶ ନିମନ୍ତ୍ରଣପତ୍ର ପ୍ରଦାନ କରାଯାଇଛି । ନିମନ୍ତ୍ରଣ ପତ୍ର ପ୍ରଦାନ ସମୟରେ ପ୍ରତ୍ୟେକ ମନ୍ଦିର ର ପୂଜକ ଓ ସେହି ଗ୍ରାମର ଶତାଧିକ ମହିଳା ପୁରୁଷ ମାନେ ଶ୍ରୀରାମଲାଲ ଙ୍କ ଅକ୍ଷତ ରଥ କୁ ଧୂପ ଦୀପ ପୁଷ୍ପ ଦେଇ ସ୍ୱାଗତ କରିଥିବା ବେଳେ ନିମନ୍ତ୍ରଣ ପତ୍ର ଓ ଅକ୍ଷତ ଚାଉଳ ଭରା କଳସ କୁ ନିଜ ଗ୍ରାମ ମନ୍ଦିର କୁ ପାଛୋଟି ନେଇଥିଲେ ଗ୍ରାମବାସୀ । ହରିବୋଲ ହୁଳହୁଳି , ଘଣ୍ଟ ଘଣ୍ଟା ମାର୍ଦଳ ଓ ଜୟ ଶ୍ରୀରାମ ଧ୍ୱନି ରେ ଗ୍ରାମ ଦେବପୀଠ ଆଧ୍ୟାତ୍ମିକ ପରିବେଶ ରେ ପ୍ରକମ୍ପିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦ ପିପିଲି ପ୍ରଖଣ୍ଡ ସଭାପତି ପ୍ରଭାକର ପଣ୍ଡା,ଉପସଭାପତି ବିଭୁନୀ ସାମନ୍ତରାୟ, ସମ୍ପାଦକ ମନୋଜ ପ୍ରଧାନ, ସହ ସମ୍ପାଦକ ମୁନୁ ଅଗ୍ରୱାଲ, ଇଂ ରମେଶ ଶତପଥୀ,ପୂଜକ ଉମାଶଙ୍କର ଦାଶ, ଅକ୍ଷୟ ଦେଓ, ସୁରେନ୍ଦ୍ର ମହାପାତ୍ର, ମଙ୍ଗୁଳି ମାଝୀ, ସୁଦର୍ଶନ ପ୍ରଧାନ, ପ୍ରଦୀପ୍ତ ଘଡେଇ, ଅଭିଜିତ ବେହେରା, ବାପି ସେଠୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶ୍ରୀରାମ ଲାଲ୍ ଙ୍କ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଚାଲୁରହିବ ବୋଲି ପିପିଲି ଶ୍ରୀରାମ ସମିତି ପକ୍ଷରୁ କୁହାଯାଇଛି ।

Leave a Reply