Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଲସ୍କର-ଏ-ତୋଏବାର କମାଣ୍ଡରଙ୍କୁ ଗୁଳି କରି ହତ୍ୟା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଲସ୍କର-ଏ-ତୋଏବାର କମାଣ୍ଡରଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ : ଭାରତର ଆଉ ଏକ ଶତ୍ରୁକୁ ହଟାଇ ଦିଆଯାଇଛି । ପାକିସ୍ତାନରେ ‘ଲସ୍କରଏ-ତୋଏବା’ର ବରିଷ୍ଠ କମାଣ୍ଡର ଆଦ୍‌ନାନ୍ ଅହମ୍ମଦ ତଥା ହଞ୍ଜ୍‌ଲା ଆଦ୍‌ନାନ୍‌କୁ ଗୁଳି କରି ହତ୍ୟା କରାଯାଇଛି । କରାଚିରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଲସ୍କର ଆତଙ୍କବାଦୀ ହଞ୍ଜ୍‌ଲା ମୃତ୍ୟୁ ହୋଇଛି । ସେ ୨୦୧୫ ରେ ଉଧମପୁର, ଜାମ୍ମୁ କାଶ୍ମୀର ଏବଂ ୨୦୧୬ ରେ ପମ୍ପୋରରେ ଉଜଚୠ କନଭେନ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ । ରିପୋର୍ଟରେ ଉଲ୍ଲେଖ ଅଛି, ‘ମାଷ୍ଟରମାଇଣ୍ଡ୍‌’ ‘ଲସ୍କର-ଏ-ତୋଏବା’ର ମୁଖ୍ୟ ହାଫିଜ୍ ସଇଦଙ୍କ ଘନିଷ୍ଠ ସହଯୋଗୀ ଆଦନାନଙ୍କୁ ଡିସେମ୍ବର ୨ ତାରିଖ ରାତିରେ ତାଙ୍କ ବାସଭବନ ବାହାରେ ଗୁଳି ମାରି ହତ୍ୟା କରାଯାଇଛି । ଗୁଳି ଚୋଟରେ ଆହତ ହୋଇଥିବା ହଞ୍ଜ୍‌ଲାଙ୍କୁ କରାଚୀସ୍ଥିତ ପାକିସ୍ତାନୀ ସେନା ଡାକ୍ତରଖାନାକୁ ନିଆଯାଇଥିଲା ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି । ସେଠରେ ଚିକିତ୍ସାଧୀନ ଅବସ୍ଥାରେ ଡିସେମ୍ବର ୫ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଲା । ସ୍ମରଣଯୋଗ୍ୟ, ୨୦୧୫ରେ ହଞ୍ଜ୍‌ଲା ଆଦ୍‌ନାନ୍ ଉଧମପୁରରେ ‘ବିଏସ୍‌ଏଫ୍‌’ ଗାଡ଼ି ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଥିଲେ । ଏହି ଆକ୍ରମଣରେ ୨ଜଣ ‘ବିଏସ୍‌ଏଫ୍‌’ ଯବାନ ସହିଦ ହୋଇଥିଲେ ଓ ଆଉ ୧୩ଜଣ ଯବାନ ଆହତ ହୋଇଥିଲେ । ‘ସେହିପରି, ୨୦୧୬ରେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ପାମ୍ପୋର ଅଞ୍ଚଳରେ ‘ସିଆରପିଏଫ୍‌’ ଗାଡ଼ି ଉପରେ କରାଯାଇଥିବା ଆକ୍ରମଣରେ ମଧ୍ୟ ସେ ସହଯୋଗ କରିଥିଲେ । ଏହି ଆକ୍ରମଣରେ ୮ଜଣ ‘ସିଆରପିଏଫ୍‌’ ଯବାନ ସହିଦ ହୋଇଥିଲେ ଓ ଆଉ ୨୨ଜଣ ଯବାନ ଆହତ ହୋଇଥିଲେ ।

Leave a Reply