Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚନ୍ଦ୍ରଯାନ-୩ର ବଡ ସଫଳତା, ଚନ୍ଦ୍ର କକ୍ଷରୁ ପ୍ରତ୍ୟାବର୍ତ୍ତନ କରି ପୃଥିବୀ କକ୍ଷରେ ସ୍ଥାପିତ ହେଲା ପ୍ରୋପଲ୍ସନ ମଡ୍ୟୁଲ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚନ୍ଦ୍ରଯାନ-୩ର ବଡ ସଫଳତା, ଚନ୍ଦ୍ର କକ୍ଷରୁ ପ୍ରତ୍ୟାବର୍ତ୍ତନ କରି ପୃଥିବୀ କକ୍ଷରେ ସ୍ଥାପିତ ହେଲା ପ୍ରୋପଲ୍ସନ ମଡ୍ୟୁଲ

ନୂଆଦିଲ୍ଲୀ: ଚନ୍ଦ୍ର ମିଶନରେ ଇସ୍ରୋକୁ ଆଉ ଏକ ସଫଳତା । ଆଜି ଚନ୍ଦ୍ରଯାନ ୩ ଆଉ ଏକ ବଡ ସଫଳତା ହାସଲ କରିଛି । ଇସ୍ରୋ ପକ୍ଷରୁ ଉଦ୍ୟମ କରାଯାଇ ଚନ୍ଦ୍ର କକ୍ଷରେ ବୁଲୁଥିବା ଚନ୍ଦ୍ରଯାନ-୩ର ପ୍ରୋପଲ୍ସନ ମଡ୍ୟୁଲକୁ ପୃଥିବୀ କକ୍ଷକୁ ଫେରାଇ ଅଣାଯାଇଛି । ଇସ୍ରୋ ପକ୍ଷରୁ ମଙ୍ଗଳବାର ଏକ୍ସରେ ଖୁସି ବ୍ୟକ୍ତ କରି କୁହାଯାଇଛି ଯେ, ଚନ୍ଦ୍ରଯାନ-୩ର ପ୍ରୋପଲ୍ସନ ମଡ୍ୟୁଲକୁ ଚନ୍ଦ୍ର କକ୍ଷରୁ ପୃଥିବୀ କକ୍ଷରୁ ଫେରାଇ ଅଣାଯାଇଛି । ଇସ୍ରୋର ସୂଚନା ମୁତାବକ ନଭେମ୍ବର ୧୦ରେ ପ୍ରୋପଲ୍ସନ ମଡ୍ୟୁଲ ଚନ୍ଦ୍ରରୁ ପୃଥିବୀକୁ ଫେରିବା ପାଇଁ ଯାତ୍ରା ଆରମ୍ଭ କରିଥିଲା । ନଭେମ୍ବର ୧୧ରେ ଏହି ଯାନ ପୃଥିବୀର ନିକଟତମ ବିନ୍ଦୁ ଦେଇ ଯାଇଥିଲା । ଚନ୍ଦ୍ରରୁ ନମୁନା ଫେରାଇ ଆଣିବା ମିଶନକୁ ଧ୍ୟାନରେ ରଖି ଏହି ପରୀକ୍ଷଣ କରାଯାଇଛି ।

Leave a Reply