Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନେହରୁଙ୍କ ପାଇଁ ପାକିସ୍ତାନ ଅଧିକୃତ କଶ୍ମୀର ସମସ୍ୟା ଉପୁଜିଥିଲା: ଶାହ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନେହରୁଙ୍କ ପାଇଁ ପାକିସ୍ତାନ ଅଧିକୃତ କଶ୍ମୀର ସମସ୍ୟା ଉପୁଜିଥିଲା: ଶାହ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ପ୍ରସଙ୍ଗରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଦାୟୀ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଲୋକସଭାରେ ଜମ୍ମୁ-କଶ୍ମୀର ସଂଶୋଧନ ବିଲ୍ ଓ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ଉପରେ ବିତର୍କ ବେଳେ ଶ୍ରୀ ଶାହ ଏହି କଥା କହିଥିଲେ । ତାଙ୍କର ଏହି ମନ୍ତବ୍ୟକୁ ବିରୋଧ କରି କଂଗ୍ରେସ ସାଂସଦମାନେ କକ୍ଷ ତ୍ୟାଗ କରିଥିଲେ । ଅମିତ ଶାହ କହିଥିଲେ, ପଣ୍ଡିତ ନେହରୁଙ୍କ ପାଇଁ ପାକିସ୍ତାନ ଅଧିକୃତ କଶ୍ମୀର ସମସ୍ୟା ଉପୁଜିଥିଲା । ନହେଲେ ସେହି ଅଂଶ ବି କଶ୍ମୀରର ହୋଇ ରହିଥା’ନ୍ତା । ନେହରୁଜୀ ପିଓକେ ପାଇଁ ଦାୟୀ । ନେହରୁଜୀ କହିଥିଲେ ଯେ ଏହା ଏକ ଭୁଲ୍ ଥିଲା । ଏହା ଭୁଲ୍ ନଥିଲା । ଏହା ଏକ ବଡ଼ ଭୁଲ୍ ଥିଲା । ଫଳରେ ଦେଶ ଏକ ବଡ଼ ଭୂଭାଗ ହରାଇଲା । ତାଙ୍କର ଏହି ମନ୍ତବ୍ୟ ଶୁଣିବା ପରେ କଂଗ୍ରେସ ସାଂସଦମାନେ କକ୍ଷ ତ୍ୟାଗ କରିଥିଲେ । ଏହା ଦେଖି ଶ୍ରୀ ଶାହ କହିଥିଲେ, ବଡ଼ ଭୁଲ୍ କହିଦେବାରୁ ସେମାନେ ରାଗିଗଲେ । ଯଦି ମୁଁ ହିମାଳୟ ଭଳି ଭୁଲ୍ ବୋଲି କହିଥା’ନ୍ତି, ତା’ହେଲେ ସେମାନେ ଇସ୍ତଫା ଦେଇ ଚାଲି ଯାଇଥା’ନ୍ତେ । କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କ କହିବାନୁଯାୟୀ, ନେହରୁଙ୍କ ଦୁଇଟି ଭୁଲ୍ ଯୋଗୁ ଜମ୍ମୁ ଓ କଶ୍ମୀର କ୍ଷତିଗ୍ରସ୍ତ ହୋଇଥିଲା । ଗୋଟିଏ ହେଉଛି ଅସ୍ତ୍ରବିରତି ଘୋଷଣା ଓ ଅନ୍ୟଟି କଶ୍ମୀର ପ୍ରସଙ୍ଗକୁ ଜାତିସଂଘକୁ ନେବା । ଯଦି ତିନି ଦିନ ପରେ ଅସ୍ତ୍ରବିରତି ଘୋଷଣା ହୋଇଥା’ନ୍ତା, ପିଓକେ ଆଜି ଭାରତର ଅଂଶ ହୋଇ ରହିଥା’ନ୍ତା । ସେହିପରି ଆମର ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ଜାତିସଂଘକୁ ନେବାର ନଥିଲା । ଆଜି ଲୋକସଭାରେ ଜମ୍ମୁ-କଶ୍ମୀର ସଂଶୋଧନ ବିଲ୍ ଓ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ଲୋକସଭାରେ ପାରିତ ହୋଇଛି ।

Leave a Reply