Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋରୁଗାଡ଼ି ଜବତ,୭ ଗୋରୁ ଉଦ୍ଧାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋରୁଗାଡ଼ି ଜବତ,୭ ଗୋରୁ ଉଦ୍ଧାର

ଚୌଦ୍ୱାର: ୫୫ ନମ୍ବର ଜାତୀୟ ରାଜପଥର ଚୌଦ୍ୱାର ସହର ଅଧିନ ନୁନଟିକିରୀ ଛକ ଉପରେ ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍‌କୁ ଜବତ କରାଯିବା ସହିତ ସେଥିରେ ବୋଝେଇ ହୋଇଥିବା ୭ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି । ପ୍ରକାଶଯେ ବେଆଈନ୍‌ଭାବେ ଗୋରୁ ବୋଝେଇ କରି ଏକ ପିକଅପ୍ ଭ୍ୟାନ୍ କୁସପଙ୍ଗୀ ଅଞ୍ଚଳରୁ ମାହାଙ୍ଗା ଅଞ୍ଚଳକୁ ଯାଉଥିବା ଖବର ପାଇ ବଜରଙ୍ଗ ଦଳର କର୍ମୀ ମାନେ ନୁନଟିକିରୀ ଛକରେ ଜଗି ରହିଥିଲେ । କର୍ମୀ ମାନଙ୍କୁ ଦେଖି ଗାଡ଼ିଟି ଦ୍ରୁତ ଗତିରେ ମଙ୍ଗୁଳି ଆଡ଼କୁ ଚାଲି ଯିବାରୁ କର୍ମୀ ମାନେ ଗାଡ଼ିଟିର ପିଛା କରିଥିଲେ । ଭୟରେ ଗାଡ଼ିଟି ପୁଣି ନୁନଟିକିରୀ ଆଡ଼କୁ ଫେରି ଆସୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।କର୍ମୀ ମାନେ ଗାଡ଼ିରୁ ଗୋରୁ ଗୁଡ଼ିକୁ ତଳକୁ ଆଣିବା ସହିତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ôଚ ଉଦ୍ଧାର କରାଯାଇଥିବା ଗୋରୁ ଗୁଡ଼ିକୁ ସ୍ଥାନୀୟ ଏକ ଗୋ ସେବା ଆଶ୍ରମରେ ଛାଡ଼ିବା ସହିତ ଗାଡ଼ିଟିକୁ ଜବତ କରି ଥାନାକୁ ଆଣିଛନ୍ତି ।

Leave a Reply