Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଟିଟିଲାଗଡ଼ରେ ଅକ୍ଷତ କଳସକୁ ଭବ୍ୟ ସ୍ୱାଗତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଟିଟିଲାଗଡ଼ରେ ଅକ୍ଷତ କଳସକୁ ଭବ୍ୟ ସ୍ୱାଗତ

ଟିଟିଲାଗଡ଼: ଶ୍ରୀରାମ ମନ୍ଦିର ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଭବ୍ୟ ମନ୍ଦିରର ଉଦ୍‌ଘାଟନ ଆସନ୍ତା ଜାନୁୟାରୀ ୨୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କର କମଳରେ ଦେଶର ସାଧୁ ସନ୍ଥଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବ । ଶ୍ରୀରାମ ଜନ୍ମଭମି ତୀର୍ଥକ୍ଷେତ୍ର ନ୍ୟାସର ସଂଯୋଜନାରେ ଚାଲିଥିବା ଏହି କାର୍ଯ୍ୟକ୍ରମ ପାଇଁ ଶ୍ରୀରାମ ଭକ୍ତମାନଙ୍କୁ ନିମନ୍ତ୍ରଣ ଦେବା ଉଦ୍ଦେଶ୍ୟରେ ଅଯୋଧ୍ୟା ପୂଜିତ ହେଇ ଅକ୍ଷତ କଳସ ପ୍ରେରଣ କରାଯାଉଛି । ଏହି କ୍ରମରେ ବଲାଙ୍ଗୀରନଗର ଏବଜିଲ୍ଲାର ସମସ୍ତ ବ୍ଲକ ଏବଂ ଜିଲ୍ଲା ପାଇଁ ଗତ ରବବାର ଅକ୍ଷତ କଳସ ପୂଜ୍ଜ ସାଧୁସନ୍ଥଙ୍କ କର କମଳରେ ବିତରଣ କରାଯାଇଛି । ଟିଟିଲାଗଡ଼ ଏବଂ ଖଣ୍ଡ ତରଫରୁ ପ୍ରତିନିଧିତ୍ୱ କରି ରାଜେଶ ବାବୁ, ପର୍ଥବ ଭୁକ୍ତା, ନନ୍ଦ ମହଲା,କୈଳାସ ସୋନି, ସୋମନାଥ ସାହୁ ପ୍ରମୁଖ ଏହି ଦିବ୍ୟ କଲସକୁ ଗ୍ରହଣ କରିଥିଲେ ।ଟିଟିଲାଗଡ଼ କୁ କଳସ ପହଞ୍ôଚବା ପରେ ଜନସାଧାରଣଙ୍କ ଠାରେ ଅଭୂତପୂର୍ବ ଉତ୍ସାହ ପରିଲକ୍ଷିତ ହୋଇଥିଲା । ବୈଷ୍ଣବ ମନ୍ଦିରଠାରୁ ଆରମ୍ଭ ହୋଇଥିବା ଶୋଭାଯାତ୍ରାକୁ ସର୍ବେଶ୍ୱର ଦେବୀ ମନ୍ଦିର, ସତ୍ୟନାରାୟଣ ମନ୍ଦିର,ଶୀତଳ ମାତା ମନ୍ଦିର, ହନୁମାନ ମନ୍ଦିର, ଗଣେଶ ମନ୍ଦିର, ଜଗନ୍ନାଥ ମନ୍ଦିର,ଘଣ୍ଟା ଶୁଣି ମନ୍ଦିର , ପଦ୍ମନାଭପୁର ରାମ ମନ୍ଦିର ଆଦି ଛକ ରେ ସ୍ଥାନୀୟ ମନ୍ଦିର ସମିତି ତଥା ଭକ୍ତବୃନ୍ଧଙ୍କ ଦ୍ୱାରା ହରିବୋଲ, ହୁଳହୁଳି, ଘଣ୍ଟ ଶଙ୍ଖ ବାଦ୍ୟ ତଥା ପୁଷ୍ପ ବୃଷ୍ଟି,, କଳସ ସ୍ଥାପନ ଦ୍ୱାରା ସ୍ୱାଗତ କରାଯାଇ ଥିଲା । ଗଣେଶମନ୍ଦିର ଠାରେ ହୋଇଥିବା କାର୍ଯ୍ୟକ୍ରମରେ ଟିଟିଲାଗଡ ପୌରପରିଷଦର ଅଧ୍ୟକ୍ଷା ମମତା ଦେବୀ ଜୈନ ଉପସ୍ଥିତ ରହି ଅକ୍ଷତ କଳସକୁ ପୂଜାର୍ଚ୍ଚନା କରିଥିଲେ । ସରସ୍ୱତୀ ଶିଶୁମନ୍ଦିର, ଟିଟିଲାଗଡ଼ର ଛାତ୍ର ଛାତ୍ରୀ ତଥା ଆଚାର୍ଯ୍ୟ ଗୁରୁମା ଗଣେଶ ମନ୍ଦିର ପରିସରକୁ ସାଜସଜ୍ଜା କରି ବିଜୟ ମହମନ୍ତ୍ର ପାଠ ପୂର୍ବକ ସ୍ୱାଗତ କରିଥିଲେ । ଶେଷରେ ପଦ୍ମନାଭପୁରସ୍ଥିତ ରାମମନ୍ଦିରଠାରେ ଓ ଜଗନ୍ନାଥଙ୍କ ମନ୍ଦିରଠାରେ ଏହି କଳସକୁ ସ୍ଥାପନ କରାଯାଇଥିଲା । ପଦ୍ମନାଭ ପୁର ଉପସ୍ଥିତ ଭକ୍ତମାନଙ୍କୁ ସମ୍ବୋଧନ କରି ବିଶ୍ୱ ହିନ୍ଦୁ ପରିଷଦ ଟିଟିଲାଗଡ ଜିଲ୍ଲା ସମ୍ପାଦକ ଶ୍ରୀ ଖିରସିନ୍ଧୁ ସାହୁ ଏହି କଳସ ଯାତ୍ରା ର ମହତ୍ୱ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ ଯେ, ଏହି ଭବ୍ୟ ମନ୍ଦିର ସହିତ ଭାରତର ଭାଗ୍ୟ ପରିବର୍ତ୍ତନର ଶୁଭାରମ୍ଭ ହେବ । ପ୍ରତ୍ୟେକ ରାମ ଭକ୍ତ ନିଜ ଘରେ ନିଜ ପରିବାରରେ ପାଞ୍ଚଟି ଦିପ ଜାଳି ଏହି ଶୁଭ ମୂହୁର୍ତ୍ତକୁ ଦୀପାବଳୀ ରୂପେ ପାଳନ କରିବେ । ପଦ୍ମନାଭପୁର ରାମ ମନ୍ଦିର ତରଫରୁ ସମସ୍ତ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସପ୍ନେଶ୍ୱର ମହାକୁର, ମୁକେଶ ଜୈନ, ବିଶ୍ୱନାଥ ସାହୁ, ଗୋପାଳ ସାହୁ, ଶଶି କପୂର୍ ଜୈନ ପିଲକୀ ରାଓ, ଭକ୍ତ ପୁରୋହିତ, ତପନ, ଠାକୁର, ଅଶୋକ ମିଶ୍ର, ସନ୍ଧ୍ୟା ଉପାଧ୍ୟାୟ, ରଞ୍ଜିତ ଆଡଯୁଆଡ, ଚିତ୍ତରଞ୍ଜନ ସାହୁ, ଭରତ ଗଲା, ବୁଲା ଶତପଥୀ, ହନୁମାନ ବୀର କର୍ଣ ଓ ଅନେକ ରାମ ଭକ୍ତ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।

Leave a Reply