Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜୟପୁରରେ ରାଜପୁତ କରଣୀ ସେନା ଅଧ୍ୟକ୍ଷଙ୍କୁ ଗୁଳିମାଡ଼ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜୟପୁରରେ ରାଜପୁତ କରଣୀ ସେନା ଅଧ୍ୟକ୍ଷଙ୍କୁ ଗୁଳିମାଡ଼

ଜୟପୁର- ରାଜସ୍ଥାନ ଜୟପୁରରେ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂହ ଗୋଗାମେଡିଙ୍କୁ ଗୁଳିମାରି ହତ୍ୟା । ଗୁରୁତର ଅବସ୍ଥାରେ ସୁଖଦେବ ସିଂହଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେପଟେ ଗୁଳିମାଡ଼ ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ୍ ସହରରେ ସର୍ଚ୍ଚ ଅପରେସନ ଜାରି ରଖିଛି । ସୂଚନା ଅନୁଯାୟୀ, ମଙ୍ଗଳବାର କିଛି ଦୁର୍ବୁତ୍ତ ଦୁଇ ଦୁର୍ବୃତ୍ତ ସ୍କୁଟିରେ ଆସି ତାଙ୍କ ଉପରେ ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି । ତେବେ ଏହି ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ସେପଟେ ଗୋଗାମେଡିଙ୍କ ସମର୍ଥକମାନେ ହସ୍ପିଟାଲ ନିକଟରେ ଭିଡ଼ ଜମାଇଛନ୍ତି । ଅବଶ୍ୟ ଅପ୍ରୀତିକର ପରିସ୍ଥିତି ନଉପୁଜିବା ପାଇଁ ପୋଲିସ୍ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛନ୍ତି । ଏହି ଘଟଣା ପରେ ଏବେ ସହରରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି । ସୁଖଦେବ ସିଂହ ଗୋଗାମେଡି ସେହି ସମୟରେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ଫିଲ୍ମ ପଦ୍ମାବତୀର ସୁଟିଂ ସମୟରେ ପ୍ରସିଦ୍ଧ ନିର୍ଦ୍ଦେଶକ ସଂଞ୍ଜୟ ଲୀଲା ଭନସାଲୀଙ୍କୁ, ଗୋଗାମେଡି ସୁଟିଂ ସେଟ୍ରେ ଚାପୁଡ଼ା ମାରିଥିଲେ । ସୁଖଦେବ ସିଂହ ଏହି ଫିଲ୍ମ ବିରୋଧରେ ଲଗାତାର ମୋର୍ଚ୍ଚା କରିବା ସହ ଏହାର ବିରୋଧ କରିଥିଲେ । ଫଳରେ ର୍ନିମାତା ଫିଲ୍ମର ନାଁ ପରିବର୍ତ୍ତନ କରିଥିଲେ । ଏହା ବ୍ୟତୀତ ସୁଖଦେପ ସିଂହଙ୍କ ବିଗତ କିଛି ବର୍ଷରୁ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ସହ ମଧ୍ୟ ତିକ୍ତତା ରହିଥିବା ବେଶ୍ ଚର୍ଚ୍ଚା ହୋଇଛି । ଏମିତିକି ଏହି ଗ୍ୟାଙ୍ଗର ସପନ୍ତ ନେହେରା ତାଙ୍କୁ ଧମକ ଦେଇଥିବା କଥା ମଧ୍ୟ କୁହାଯାଇଥିଲା ।

Leave a Reply