Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନାସାକୁ ସଫଳତା, ପୃଥିବୀକୁ ୧.୬ କୋଟି ଜଣେ ଯବାନ ସହିଦ କିଲୋମିଟର ଦୂରରୁ ମିଳିଲା ସିଗ୍‌ନାଲ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନାସାକୁ ସଫଳତା, ପୃଥିବୀକୁ ୧.୬ କୋଟି ଜଣେ ଯବାନ ସହିଦ କିଲୋମିଟର ଦୂରରୁ ମିଳିଲା ସିଗ୍‌ନାଲ

ନୂଆଦିଲ୍ଲୀ: ମହାକାଶ କ୍ଷେତ୍ରରେ ବୈଜ୍ଞାନିକଙ୍କୁ ଏକଅଦ୍ଭୂତପୂର୍ବ ସଫଳତା ମିଳିଛି । ପୃଥିବୀଠାରୁ ୧୬ମିଲିୟନ (୧.୬ କୋଟି) କିଲୋମିଟର ଦୂରରୁଲେଜର-ବିମ୍ କମ୍ୟୁନିକେସନ୍ ମିଳିଛି । ନାସାଅନୁସାରେ, ଏହା ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଦୂରତାର୪୦ ଗୁଣାରୁ ବି ଅଧିକ । ପୃଥିବୀକୁ ଆଜି ସୁଦ୍ଧାମିଳିଥିବା କମ୍ୟୁନିକେସନ୍ ମଧ୍ୟରେ ଏହା ସବୁଠୁଦୂରରୁ ଆସିଛି । ଡିପ୍ ସ୍ପେସ୍ ଅପ୍ଟିକାଲକମ୍ୟୁନିକେସନ ଟୁଲ୍ ଜରିଆରେ ଏହି ପ୍ରୟୋଗସମ୍ଭବ ହୋଇଛି । ଡିଏସଓସି ଏକ ଖାସ୍ ଡିଭାଇସ୍‌ଯାହା ନାସାର ସାଇକି ମହାକାଶ ଯାନ (ଚଗ୍ଦଚ୍ଚମଷରଗ୍ଦକ୍ଟ୍ରବମରମକ୍ସବଲଗ୍ଧ)ରେ ଯାତ୍ରା କରୁଛି । ଅକ୍ଟୋବର୧୩ରେ ଏହାକୁ ଫ୍ଲୋରିଡାର କେନେଡି ସ୍ପେସ୍‌ସେଣ୍ଟରରୁ ଉତ୍‌କ୍ଷେପଣ ହୋଇଥିଲା । ସେବେଠାରୁ ଏହି ଡିଭାଇସ୍ ଲେଜର ବିମ୍ ସିଗନାଲକୁ ପୃଥିବୀକୁ ପଠାଇବାରେ ସଫଳ ହୋଇଛି । ଅପ୍ଟିକାଲ୍‌ କମ୍ୟୁନିକେସନକୁ ପୃଥିବୀର ନିମ୍ନ କକ୍ଷ ଓ ଚନ୍ଦ୍ର କକ୍ଷ ମଧ୍ୟରେ ସ୍ଥାପିତ କରାଯାଇଛି । ଡିଏସଓସି ଗଭୀର ମହାକାଶରେ ପ୍ରଥମ ପରୀକ୍ଷଣ ଅଟେ । ଡିଏସଓସି ପ୍ରୟୋଗ ମହାକାଶ ଯାନର ସଂଚାର ମାଧ୍ୟମକୁ ବଦଳାଇପାରେ । ନଭେମ୍ୱର ୧୪ରେ ସାଇକି ମହାକାଶ ଯାନ କାର୍ଲିଫର୍ଣ୍ଣିଆରେ ପାଲୋମର ଅବର୍ଜଭେଟରୀରେ ହେଲ୍ ଟେଲିସ୍କୋପ ସହ ଏକ କମ୍ୟୁନିସେକନ ଲିଙ୍କ ସ୍ଥାପିତ କରିଥିଲା । ଟେଷ୍ଟ ବେଳେ ଡିଏସଓସି ନିକଟର ଫୋଟନକୁ ସାଇକିଠାରୁ ପୃଥିବୀରେ ପହଞ୍ଚିବାକୁ ପ୍ରାୟ ୫୦ ସେକେଣ୍ଡ ସମୟ ଲାଗିଥିଲା । ଉଲ୍ଲେଖଯୋଗ୍ୟ ଯେ କମ୍ୟୁନିକେସନ ଲିଙ୍କର ସଫଳ ସ୍ଥାପନାକୁ ପ୍ରଥମ ଆଲୋକ (ଫାଷ୍ଟ ଲାଇଟ୍‌) କୁହାଯାଏ । ନାସା ବୈଜ୍ଞାନିକ ଟ୍ରୁଡି କୋର୍ଟେସ କହିଛନ୍ତି, ‘ଫାଷ୍ଟ ଲାଇଟ୍ ହାସଲ କରିବା ଆଗାମୀ ମାସରେ ଡିଏସଓସି ପାଇଁ ଅନେକ ମାଇଲ୍‌ଖୁଣ୍ଟରୁ ଗୋଟିଏ ଅଟେ । ଏହା ମାନବଜାତିର ଭବିଷ୍ୟତର ଗବେଷଣା ପାଇଁ ବୈଜ୍ଞାନିକ ସୂଚନା, ଏଚଡି ଇମେଜ୍ ଓ ଷ୍ଟ୍ରିମିଂ ଭିଡିଓ ପଠାଇବାରେ ସକ୍ଷମ ହାୟର-ଡାଟା-ରେଟ୍ କମ୍ୟୁନିକେସନ ଆଡକୁ ମାର୍ଗପ୍ରସସ୍ତ କରୁଛି’ ।

Leave a Reply