Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୁସଲମାନଙ୍କ ଧାର୍ମିକ ଆୟୋଜନ ‘ଇଜତମା’ ଉପରେ ନେପାଳ ସରକାରଙ୍କ ରୋକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୁସଲମାନଙ୍କ ଧାର୍ମିକ ଆୟୋଜନ ‘ଇଜତମା’ ଉପରେ ନେପାଳ ସରକାରଙ୍କ ରୋକ

କାଠମାଣ୍ଡୁ: ମୁସଲମାନଙ୍କ ବାର୍ଷିକ ଧାର୍ମିକ ସଭା ‘ଇଜତମା’ ଉପରେ ନେପାଳ ସରକାର ରୋକ ଲଗାଇଛନ୍ତି । ଧାର୍ମିକ ସମ୍ବେଦନଶୀଳତାର ଉଦାହରଣ ଦେଇ ନେପାଳ ଗୃହମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛନ୍ତି । ନେପାଳ ସରକାର ଇଜତମା ଲାଗି ବନ୍ଧା ଯାଇଥିବା ତମ୍ବୁ ଓ ଏଥି ପାଇଁ ବାହାରୁ ଆସିଥିବା ଲୋକଙ୍କୁ ୨୪ ଘଣ୍ଟା ମଧ୍ୟରେ ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବ ନେପାଳର ସୁନସରି ଜିଲ୍ଲା ଦୁହବୀ ଓ ଇଟହରୀରେ ୨୧ରୁ ୨୩ ନଭେମ୍ବର ପର୍ଯ୍ୟନ୍ତ ଇଜତମାର ପ୍ରସ୍ତୁତି କରାଯାଇଥିଲା । ଇଜତମା ଲାଗି ୮୦ ଏକର ଜମି ଉପରେ ତମ୍ବୁ ବନ୍ଧା ଯାଇଥିଲା, ଯେଉଁଥିରେ ପାଖାପାଖି ୫୦ ହଜାର ଲୋକଙ୍କ ରହିବା ଓ ବସିବାର ବ୍ୟବସ୍ଥା କରାଯାଇଥିଲା । ସାରା ବିଶ୍ୱର ଅନେକ ଦେଶରୁ ମୁସଲମାନଙ୍କୁ ଇଜତମାରେ ଯୋଗ ଦେବା ନିମନ୍ତେ ଆମନ୍ତ୍ରଣ କରାଯାଇଥିଲା । ଧାର୍ମିକ ରୂପେ ସମ୍ବେଦନଶୀଳ ସୁନସରି ଜିଲ୍ଲାରେ ମୁସଲମାନଙ୍କ ଏତେବଡ ଆୟୋଜନ ଯୋଗୁ ନା କେବଳ ନେପାଳରେ ଧାର୍ମିକ ଭାବନା ବିଗିଡିବାର ଆଶଙ୍କା ଥିଲା ବରଂ ଭାରତ ସୀମା ସହ ଲାଗି ରହିଥିବାରୁ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ସମ୍ବେଦନଶୀଳ ଥିଲା । ଏଣୁ ଏହା ଉପରେ ରୋକ ଲଗାଇ ଦିଆଯାଇଛି । ସୁନସରି ମୁଖ୍ୟ ଜିଲ୍ଲାଧିକାରୀ ହୁମକଲା ପାଣ୍ଡେ ମୁସଲମାନଙ୍କ ଏହି ଧାର୍ମିକ ଆୟୋଜନକୁ ନେଇ ଗୃହମନ୍ତ୍ରାଳୟକୁ ପତ୍ର ଲେଖିଥିଲେ । ଏଥିରେ ଧାର୍ମିକ ଆୟୋଜନ ହେଲେ ସବୁ ପ୍ରକାର ଆହ୍ୱାନ ସମ୍ପର୍କରେ ସୂଚିତ କରି ସରକାରଙ୍କ ରାୟ ମାଗିଥିଲେ । ମାମଲାର ଗୁରୁତ୍ୱକୁ ଉପଲବ୍ଧ କରି ଗୃହମନ୍ତ୍ରାଳୟ ଯେ କୌଣସି ଉପାୟରେ ଏହି କାର୍ଯ୍ୟକ୍ରମକୁ ରୋକିବା ନିମନ୍ତେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଜିଲ୍ଲାଧିକାରୀ ପାଣ୍ଡେ କହିଛନ୍ତି ଯେ ଗୃହମନ୍ତ୍ରାଳୟଙ୍କ ନିର୍ଦ୍ଦେଶ ପରେ ଆୟୋଜକଙ୍କୁ କାର୍ଯ୍ୟକ୍ରମ ରୋକିବା ନିମନ୍ତେ ଲିଖିତ ନିର୍ଦ୍ଦେଶ ଜାରି କରି ଦିଆଯାଇଛି । ସୁନସରି ମୁଖ୍ୟ ଜିଲ୍ଲାଧିକାରୀ ଶନିବାର ଜିଲ୍ଲା ସୁରକ୍ଷା ଅଧିକରୀଙ୍କ ସହିତ ଆୟୋଜନ ସ୍ଥଳ ଗସ୍ତ କରିଥିଲେ । ଏହି ଗସ୍ତକାଳରେ ସେ ଇଜତମା ଲାଗି ବନ୍ଧା ଯାଇଥିବା ତମ୍ବୁ ତୁରନ୍ତ ହଟାଇବା ପାଇଁ ଆୟୋଜକଙ୍କୁ ନିର୍ଦ୍ଦେଶ ଦେଇଥିଲେ, ଏହା ସହିତ କାର୍ଯ୍ୟକ୍ରମ ଲାଗି ବାହାରୁ ଆସି ସେଠାରେ ପହଞ୍ଚିଥିବା ଲୋକଙ୍କୁ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲା ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଜିଲ୍ଲା ପ୍ରଶାସନକୁ ଏହି ସୂଚନା ମିଳିଥିଲା ଯେ ଇଜତମା ନାମରେ ସେଠାକୁ ଏପରି କେତେକ କଟ୍ଟର ମୁସଲମାନ ଧର୍ମଗୁରୁ ଆସିବାର କାର୍ଯ୍ୟକ୍ରମ ରହିଛି ଯେଉଁମାନଙ୍କ ଉପରେ ଭାରତ ସମେତ ଅନେକ ଦେଶଙ୍କ କଟକଣା ରହିଛି ।

Leave a Reply