Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସେନା ରକେଟ ମାଡ଼ରେ ୫ ଆତଙ୍କବାଦୀ ନିପାତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସେନା ରକେଟ ମାଡ଼ରେ ୫ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ ଗତକାଲିଠୁ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିବା ବେଳେ ଆଜି ସକାଳେ ୫ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା । ଆତଙ୍କବାଦୀମାନେ ଲୁଚିଥିବା ଘରକୁ ରକେଟ ମାଡ଼ କରି ଉଡ଼ାଇ ଦେଇଛି ସେନା । ଜମ୍ମୁ-କଶ୍ମୀରରେ ଗତକାଲି ଆତଙ୍କବାଦୀ ନିରୋଧ ଅପରେସନ ଆରମ୍ଭ ହୋଇଥିବା ବେଳେ ଆଜି ସକାଳୁ ସେନାକୁ ମିଳିଛି ବଡ଼ ସଫଳତା । ଗତକାଲିଠୁ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିବା ବେଳେ ଆଜି ସକାଳେ ୫ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା । ଆତଙ୍କବାଦୀମାନେ ଲୁଚିଥିବା ଘରକୁ ରକେଟ ମାଡ଼ କରି ଉଡ଼ାଇ ଦେଇଛି ସେନା । ମୃତ ଆତଙ୍କବାଦୀମାନେ ଲସ୍କର -ଇ ତୋଇବା ସଂଗଠନର ବୋଲି ସନ୍ଦେହ କରାଯାଉଛି । ଆତଙ୍କବାଦୀ ନିରୋଧ ଅପରେସନ ଜମ୍ମୁ କଶ୍ମୀରର କୁଲଗାମ ଅଞ୍ଚଳରୁ ଗତକାଲିଠୁ ଆରମ୍ଭ ହୋଇଥିଲ । ଉକ୍ତ ସମୟରେ କୁଲଗାମର ଦମହାଲ ହାଞ୍ଜି ପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ସୂଚନା ମିଳିଥିଲା । ଏହାପରେ ଉକ୍ତ ଅଞ୍ଚଳକୁ ଚାରିପଟୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା । ଏହାଦେଖି ଏକ ଘରେ ଲୁଚି ରହିଥିବା ଆତଙ୍କବବାଦୀ ସୁରକ୍ଷା କର୍ମୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଖବର ପାଇ ଜମ୍ମୁ-କଶ୍ମୀର ପୁଲିସ୍‌, ସେନାର ୩୪ ରାଷ୍ଟ୍ରୀୟ ରାଇଫଲ୍ସ ଟିମ୍ ଓ ସିଆରପିଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆତଙ୍କବାଦୀମାନେ ଲୁଚିଥିବା ଘରକୁ ଚାରିପଟୁ ଘେରି ଯାଇଥିଲେ । ଚାରିପଟୁ ଘେରା ହୋଇ ସାରିଥିବା ଜାଣିବା ପରେ ଆତଙ୍କବାଦୀମାନେ ଖୋଲାଖୋଲି ଫାୟାରିଂ ଆରମ୍ଭ କରି ଦେଇଥିଲେ । ଏହାପରେ ସେନା ପକ୍ଷରୁ ଆଜି ସକାଳୁ ଉକ୍ତ ଘର ଉପରକୁ ରକେଟ ମାଡ଼ କରାଯାଇଥିଲା । ଫଳରେ ଏକ ସଙ୍ଗେ ୫ ଆତଙ୍କବାଦୀ ସଫା ହୋଇ ଯାଇଥିବା ଜଣାଯାଇଛି ।

Leave a Reply