Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମଦ୍ରାସା ଛାତ ଉପରୁ କୁଆଁ ପୂଜା ପାଇଁ ଯାଉଥିବା ମହିଳାଙ୍କ ଉପରକୁ ପଥରମାଡ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମଦ୍ରାସା ଛାତ ଉପରୁ କୁଆଁ ପୂଜା ପାଇଁ ଯାଉଥିବା ମହିଳାଙ୍କ ଉପରକୁ ପଥରମାଡ

ନୁହ: ପୁଣି ଅଶାନ୍ତ ହୋଇ ଉଠିଛି ହରିୟାଣାର ନୁହ ଜିଲ୍ଲା । ରାତିରେ କୁଆଁ ପୂଜା ପାଇଁ ଯାଉଥିବା ମହିଳାଙ୍କ ଉପରକୁ ପଥରମାଡ ହୋଇଥିବା ବେଳେ ୮ ଜଣ ଆହତ ହୋଇଥିବା ସୂଚନା ରହିଛି । ସେପଟେ ପଥରମାଡ ପରେ ମୁଣ୍ଡ ଟେକିଛି ସାମ୍ପ୍ରଦାୟିକ ହିଂସା । ଦୁଇ ଗୋଷ୍ଠୀ ମୁହାଁମୁହିଁ ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଏନେଇ ଥାନାରେ ମାମଲା ରୁଜୁ ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଯାଇଛି । ଗୁରୁବାର ରାତିରେ ନୁହ ଅଞ୍ଚଳର କିଛି ମହିଳା କୁଆଁ ପୂଜା ପାଇଁ ଯାଉଥିଲେ । ଉକ୍ତ ସମୟରେ ନିକଟରେ ଥିବା ଏକ ମଦ୍ରାସାର ଛାତ ଉପରୁ କିଛି ପିଲା ସେମାନଙ୍କ ଉପରକୁ ପଥର ମାଡ କରିଥିଲେ । ଏଥିରେ ୮ ମହିଳା ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇବା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିଶୃଙ୍ଖଳାସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପଟେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସାଧାରଣ ଲୋକଙ୍କୁ ପୁଲିସ ପକ୍ଷରୁ ନିବେଦନ କରାଯାଇଛି । ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ରହିଛି । ଗତ ଜୁଲାଇ ୩୧ ତାରିଖରେ ନୁହରେ ତାରିଖରେ ବଡ଼ ଧରଣର ସାମ୍ପ୍ରଦାୟିକହିଂସାକାଣ୍ଡ ଘଟଣା ଦେଖିବାକୁ ମିଳିଥିଲା । ଏକ ଧାର୍ମିକ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହି ହିଂସାକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ୨ ଜଣ ପୁଲିସ କର୍ମୀ ଓ ଅବଶିଷ୍ଟ ୪ ଜଣ ସାଧାରଣ ନାଗରିକ ଥିଲେ । ତେବେ ଏହି ଘଟଣାକୁ ନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇଥିଲା ।ରାଜ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ରାଜ୍ୟପୁଲିସ ବଳ ଓ କେନ୍ଦ୍ରୀୟ ଫୋର୍ସ ମୁତୟନକରାଯାଇଥିଲା । ଏହି ଘଟଣାରେ ୧୧୫ରୁ ଊର୍ଦ୍ଧ୍ୱଜଣଙ୍କୁ ଗିରଫ କରାଯାଇଥିଲା । ଦୀର୍ଘ ଦିନପର୍ଯ୍ୟନ୍ତ ନୁହରେ ଉତ୍ତେଜନା ନ ଥମିବାରୁଇଣ୍ଟରନେଟ ସେବା ବନ୍ଦ କରାଯିବା ସହ ଦୀର୍ଘଦିନ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଥିଲା ।ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଉଦବେଗପ୍ରକାଶ କରିଥିଲେ ।

Leave a Reply