Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କଂସେଇଖାନାରୁ ଶତାଧିକ ଗାଈଙ୍କୁ ଉଦ୍ଧାର କଲା କାକଟପୁର ପୋଲିସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କଂସେଇଖାନାରୁ ଶତାଧିକ ଗାଈଙ୍କୁ ଉଦ୍ଧାର କଲା କାକଟପୁର ପୋଲିସ

କାକଟପୁର: ପୁରୀ ଜିଲ୍ଲା କାକଟପୁର ବ୍ଲକ ରସୁଲପୁରରେ ବହୁ ବର୍ଷ ଧରି ଜଙ୍ଗଲ ଭିତରେ ଚାଲିଥିଲା ବେଆଇନ କଂସେଇ ଖାନା । ବିଶେଷ ସୂତ୍ରରୁ ଖବରପାଇ ମଙ୍ଗଳବାର ବିଳମ୍ବିତ ରାତିରେ ଜଂଗଲ ମଝିରେ ଥିବା ଏ କଂସେଇ ଖାନାରୁ ଶତାଧିକ ଗାଈ ସହ ବାଛୁରୀଙ୍କୁ ଉଦ୍ଧାର କରିଥିଲେ । ଏଠାରେ ବହୁ ଦିନ ଧରି ଗାଈ, ବାଛୁରୀମାନଙ୍କୁ ଖାଇବାକୁ ପିଇବାକୁ ନଦିଆଯାଇ ବନ୍ଧା ହୋଇ ରଖାଯାଇଥିଲା । ଗାଈ ବାଛୁରୀମାନଙ୍କୁ କତଲ କରାଯିବାର ସମସ୍ତ ବ୍ୟବସ୍ଥା ମଧ୍ୟ କରିଦେଇଥିଲେ କଂସେଇମାନେ । କିନ୍ତୁ ଠିକ୍ ସମୟରେ ପୋଲିସ ପହଁଚି ଯିବାରୁ ଗାଈ କଟାଳି କଂସେଇ ସବୁ ଜଙ୍ଗଲ ଭିତରକୁ ଫେରାର ହୋଇଯାଇଥିଲେ । ଶତାଧିକ ଗାଈଙ୍କ ବେକରୁ ଦୌଡ଼ି କାଟି, ଗାଈ ବାଛୁରୀ ମାନଙ୍କୁ ମୁକ୍ତ କରାଯାଇଥିଲା । କିଛି ସମୟ ପରେ ଖବରପାଇ ଗୋସୁରକ୍ଷା ସେବକ ମାନେ ପହଞ୍ଚିଥିଲେ । ଗାଈ ବାଛୁରୀ ଗୁଡିକୁ ଉଦ୍ଧାର କରାଯାଇ କାକଟପୁର ଥାନା ପରିସରକୁ ଅଣାଯାଇଥିଲା । ଖାଇବାକୁ ଦିଆଯାଇ ଦୁଇଟି ଗାଡି ସାହାଯ୍ୟରେ ରାତିରାତି ଭୁବନେଶ୍ୱରସ୍ଥିତ ଗୋଶାଳାରେ ଛଡାଜିବାର ବ୍ୟବସ୍ଥା କରାଯାଇଥିଲା । କାକଟପୁର ପୋଲିସର ଏପରି କାର୍ଯ୍ୟ ଓ ସଫଳତା ପାଇଁ କାକଟପୁର ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ସମସ୍ତ ଅଞ୍ଚଳବାସୀ ।

Leave a Reply