Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନରମିଲେ ମାଳଦ୍ୱୀପ ରାଷ୍ଟ୍ରପତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନରମିଲେ ମାଳଦ୍ୱୀପ ରାଷ୍ଟ୍ରପତି

ମାଳଦ୍ୱୀପ: ଭାରତ ବିରୋଧରେ ଜୋରସୋରରେ ବର୍ଷୁଥିଲେ ମାଳଦ୍ୱୀପ

ରାଷ୍ଟ୍ରପତି ମହମ୍ମଦ ମୁଇଜୁ । ଏମିତିକି ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଭାରତ

ବିରୋଧୀ ନାରା ଦେଇଥିଲେ । ଭାରତୀୟ ସେନାକୁ ମାଲଦ୍ୱୀପରୁ ହଟାଇ

ଦିଆଯିବ ବୋଲି କହି ସେ ମାଳଦ୍ୱୀପର ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ ।

ହେଲେ ଏବେ ରାଷ୍ଟ୍ରପତି ହେବା ପରେ ମହମ୍ମଦ ମୁଇଜୁଙ୍କ ଅକଲ

ପଶିଛି । କେତେ ଚୁନାରେ କେତେ ପିଠା ହୁଏ ସେ ଜାଣିପାରିଛନ୍ତି ।

ଭୌଗଳିକ ସ୍ଥିତି, ସମସ୍ୟା ଓ ମାଳଦ୍ୱୀପର କରାମତି ଜଣିସାରିବା ପରେ

ଏବେ ମୁଇଜୁଙ୍କର ଭାରତ ବିରୋଧୀ ସ୍ୱର ଦବିଯାଇଛି । ଏବେ କହୁଛନ୍ତି

ଆମେ ଭାରତ ସହ ମିଶି କାମ କରିବୁ । ରାଷ୍ଟ୍ରପତି ଚେୟାରରେ ବସିବା

ପରେ ମୁଇଜୁ କହିଛନ୍ତି ଯେ ଭୌଗଳିକ ମାଳଦ୍ୱୀପ ଏକ ଛୋଟ ଦେଶ

ହୋଇଥିବାରୁ ଏକାକୀ ଭୂରାଜନୈତିକ ପ୍ରତିଦ୍ୱନ୍ଦ୍ୱିତାର ସାମ୍ନା କରିପାରିବ

ନାହିଁ । ତେଣୁ ଆମକୁ ଭାରତ ସହ ମିଶି କାର୍ଯ୍ୟ କରିବାକୁ ହେବ । ଆମେ

ସବୁ ଦେଶ ସହ ମିଶି କାମ କରିବୁ । ଏମିତିକି ଉଭୟ ଭାରତ ଓ ଚୀନ

ସହ ମିଶି କାର୍ଯ୍ୟ କରିବୁ ବୋଲି ମହମ୍ମଦ ମୁଇଜୁ କହିଛନ୍ତି ।

ନ୍ୟୁଜ୍ ଏଜେନ୍ସି ଏଫ୍ପିକୁ ସାକ୍ଷାତ୍କାର ଦେଇ ମୁଇଜୁ କହିଛନ୍ତି ”

ଭୂରାଜନୈତିକ ଶତ୍ରୁତାକୁ ସାମ୍ନା କରିବାକୁ ମାଳଦ୍ୱୀପ ଖୁବ୍ ଛୋଟ

ଦେଶ । ଏଥିରେ ମାଳଦ୍ୱୀପର ଥିବା ବୈଦେଶିକ ନୀତି ଉପରେ

ହସ୍ତକ୍ଷେପ କରିବାକୁ ମୁଁ ବେଛି ଇଚ୍ଛୁକ ନୁହେଁ ।“ ୪୫ ବର୍ଷୀୟ ମହମ୍ମଦ

ମୁଇଜୁ ଗତ ଶୁକ୍ରବାର ଦିନ ମାଳଦ୍ୱୀପର ରାଷ୍ଟ୍ରପତି ଭାବେ ଶପଥ

ନେଇଛନ୍ତି । ଶପଥ ନେବା ପରେ ସେ କହିଛନ୍ତି “ଆମେ ସବୁ ଦେଶ

ସହ ମିଶି କାର୍ଯ୍ୟ କରିବୁ । ଭାରତ ଚୀନ ସମେତ ଅନ୍ୟ ଦେଶମାନଙ୍କ

ସହ ବି ମିଶିବୁ ।” ଅକ୍ଟୋବର ମାସରେ ମୁଇଜୁ ବ୍ଲୁମବର୍ଗକୁ ଏକ

ଇଣ୍ଟରଭ୍ୟୁ ଦେଇ ଭାରତ ସେନା ହଟାଇବା କଥା କହିଥିଲେ । ମାଳଦ୍ୱୀପ

ଭାରତ ସହ ମିଶି ସେନା ହଟାଇବା ଦିଗରେ କଥାବାର୍ତ୍ତା ଆରମ୍ଭ କରି

ଦେଇଛି ବୋଲି କହିଥିଲେ । ହେଲେ କଥାକୁ ମାସଟିଏ ବି ପୂରିନି

ମୁଇଜୁ ନିଜ ଦେଶର କରାମତି ଜାଣି ଭାରତ ହାତ ଛାଡ଼ିବେ ନାହିଁ

ବୋଲି ନିଷ୍ପତ୍ତି ନେଇଛନ୍ତି ।

Leave a Reply