Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନଭେମ୍ବର ୧୭ରେ ଷ୍ଟାରସିପ୍‌ର ଦ୍ୱିତୀୟ ପରୀକ୍ଷଣ! - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନଭେମ୍ବର ୧୭ରେ ଷ୍ଟାରସିପ୍‌ର ଦ୍ୱିତୀୟ ପରୀକ୍ଷଣ!


ନୂଆଦିଲ୍ଲୀ: ଏଲନ ମସ୍କଙ୍କ ସ୍ପେଶ୍ ଏକ୍ସ ବିଶ୍ୱର ସବୁଠୁ ଭାରୀ ରକେଟ ଷ୍ଟାର୍ସିପ୍ ସୁପର ହେଭିକୁ ନଭେମ୍ବର ୧୭ରେ ଦ୍ୱିତୀୟ ପରୀକ୍ଷଣ କରିବାକୁ ଯୋଜନା ରଖିଛି । ଏହି ଷ୍ଟାରସିପ୍ ରକେଟ ହେଉଛି ବିଶ୍ୱର ସବୁଠୁ ଉଚ୍ଚ ଏବଂ ଶକ୍ତିଶାଳୀ ସ୍ପେଶ୍ ଲଞ୍ଚ ଯାନ । ଅବଶ୍ୟ ଦ୍ୱିତୀୟ ପରୀକ୍ଷଣ ପାଇଁ ଏହାକୁ ଏପର୍ଯ୍ୟନ୍ତ ରେଗୁଲେଟରୀ ଅନୁମତି ମିଳିନାହିଁ । ସୂଚନାଥାଉକି, ପ୍ରାୟ ଛଅ ମାସ ତଳେ ଷ୍ଟାରସିପ୍ ସୁପର ହେଭି ରକେଟର ପ୍ରଥମ ପୀରକ୍ଷଣ ବିଫଳ ହୋଇଥିଲା । ଲଞ୍ଚର କିଛି ସମୟ ପରେ ଏହି ରକେଟରେ ବିସ୍ଫୋରଣ ହୋଇଥିଲା । ତେବେ ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ (ଏଫଏଏ) ଦ୍ୱାରା ଷ୍ଟାରସିପ୍ର ବିଫଳତାର କାରଣର ତଦନ୍ତ ସରିବା ପରେ ଏବେ ଏହାର ଦ୍ୱିତୀୟ ପରୀକ୍ଷଣ ପାଇଁ ପଥ ପରିଷ୍କାର ହୋଇଛି । ଏହା ସହ ଏଫଏଏ ଦ୍ୱିତୀୟ ପରୀକ୍ଷଣ ପାଇଁ ଅକ୍ଟୋବରରେ ସୁରକ୍ଷା ଯାଞ୍ଚ ମଧ୍ୟ କରିସାରିଛି । କିନ୍ତୁ ଏପର୍ଯ୍ୟନ୍ତ ଦ୍ୱିତୀୟ ଲଞ୍ଚକୁ ଅନୁମତି ମିଳିନାହିଁ । ଏବେବି କିଛି ଯାଞ୍ଚ ବାକି ରହିଛି । ସୂଚନାଯୋଗ୍ୟ, ଏଲନ ମସ୍କଙ୍କ ସ୍ପେସ୍‌ଏକ୍ସ କମ୍ପାନୀ ଦ୍ୱାରା ନିର୍ମିତ ଏହି ଷ୍ଟାର୍ସିପ୍ ରକେଟ ହେଉଛି ଦୁନିଆର ସବୁଠୁ ବଡ଼ ରକେଟ୍ । ଷ୍ଟାରସିପ୍ରେ ସ୍ପେଶ ଏକ୍ସର ନିଜସ୍ୱ ୩୩ ରାପ୍ଟର ଇଞ୍ଜିନ ରହିଛି ଯାହା ତରଳ ମିଥେନ ଏବଂ ଅମ୍ଳଜାନ ଦ୍ୱାରା ପରିଚାଳିତ ହୋଇଥାଏ । ଏହାର ଉଚ୍ଚତା ୧୧୮ ମିଟର ରହିଥିବାବେଳେ ଓଜନ ୪୪୦୦ ଟନ୍ ରହିଛି । ଲଞ୍ଚ ଟେକ୍ସାସର ବୋକା ଚିକାରେ ଥିବା ସ୍ପେଶ୍ ଏକ୍ସର ଷ୍ଟାର୍ବେସ୍ରୁ କରାଯିବ । ଏହି ଷ୍ଟାରସିପ୍ ରକେଟ ଏତେ ବଡ଼ ରକେଟ୍ ଯେ, ଏଥିରେ ୧୦୦ ଜଣ ମହାକାଶଚାରୀ ଯାଇପାରିବେ । ଏହାଦ୍ୱାରା ଚନ୍ଦ୍ରମା ଏବଂ ମଙ୍ଗଳ ଗ୍ରହକୁ ମଣିଷଙ୍କୁ ପଠାଇବା ପାଇଁ ଲକ୍ଷ୍ୟ ରହିଛି । ଏହି ରକେଟ୍ ମହାକାଶକୁ ଯାତ୍ରା କରୁଥିବା କୌଣସି ଅନ୍ୟ ରକେଟ୍ ଠାରୁ ଅଧିକ ଶକ୍ତିଶାଳୀ । ୨୦୨୯ ସୁଦ୍ଧା ମଣିଷଙ୍କୁ ମଙ୍ଗଳ ଗ୍ରହକୁ ପଠାଇ ଏବଂ ସେଠାରେ ଜନବସତି ବସାଇବା ନେଇ ଏଲନ ମସ୍କଙ୍କ ସ୍ୱପ୍ନ ରହିଛି । ନାସା ୨୦୨୫ରେ ଆର୍ଟେମିସ୍ ୩ ମିଶନ ପାଇଁ ସ୍ପେସଏକ୍ସକୁ ବାଛିଛି । ଫଳରେ ମଣିଷକୁ ଚନ୍ଦ୍ରମାକୁ ପହଞ୍ଚାଯାଇପାରିବ । ଏହି ରକେଟ୍କୁ ଏଭଳି ଭାବରେ ନିର୍ମାଣ କରାଯାଇଛି ଯାହାଦ୍ୱାରା ଅନେକ ସାଟେଲାଇଟ୍ ନିଆଯାଇପାରିବ । ଏଥିରେ ବଡ଼ ଆକାରର ଟେଲିସ୍କୋପ୍ ମଧ୍ୟ ନିଆଯାଇପାରିବ ।

Leave a Reply