Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟାରେ ଜଳିଲା ୨୪ଲକ୍ଷ ଦୀପ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟାରେ ଜଳିଲା ୨୪ଲକ୍ଷ ଦୀପ

ଅଯୋଧ୍ୟା: ପ୍ରତିବର୍ଷ ଯେଉଁଦିନକୁ ଅପେକ୍ଷା ଥାଏ ସେହି ଶୁଭ ମୁହୁର୍ତ ଆଜି ଆସିଛି । ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଆୟୋଜିତ ହୋଇଛି ଭବ୍ୟ ଦୀପୋତ୍ସୋବ କାର୍ଯ୍ୟକ୍ରମ । ବର୍ଷ ବର୍ଷ ଧରି ମନରୁ ନଲିଭିବା ପରି ପ୍ରସ୍ତୁତି ଦେଖିବାକୁ ମିଳିଛି । ୫୧ ଘାଟରେ ଜଳିଛି ୨୪ ଲକ୍ଷ ଦୀପ । ଯାହା ପାଇଁ ହଜାର ସଂଖ୍ୟକ ଭଲ୍ୟୁଣ୍ଟର ଅଂଶଗ୍ରହଣ କରିଛନ୍ତି । ବୋହୂ ପରି ସଜେଇ ହୋଇଛି ଅଯୋଧ୍ୟା ନଗରୀ । ଯେଉଁଠି ନଜର ପଡୁଛି ସେଠି କେବଳ ଦେଖିବାକୁ ମିଳିଛି ରଙ୍ଗ ବିରଙ୍ଗ ଆଲୋକମାଳା ଓ ଦୀପ ପ୍ରଜ୍ୱଳନ ।ବନବାସ ଶେଷ କରି ଅଯୋଧ୍ୟାକୁ ଫେରିବା ପରେ ପ୍ରଭୁ ଶ୍ରୀରାମ, ମାତା ସୀତା ଓ ଲକ୍ଷ୍ମଣ । ତେଣୁ ପ୍ରତିବର୍ଷ ପରି ଏଥରକ ମଧ୍ୟ ଏଇ ରାମଲୀଳାର କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଭୁ ଶ୍ରୀରାମଙ୍କ ରାଜତିଳକ କରିଛନ୍ତି । ସବୁଠୁ ବଡ କଥା ହେଉଛି ଦୀପୋତ୍ସୋବ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣ ଓ ମନୋଲୋଭା କରିବାକୁ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାର ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି । ପ୍ରଭୁ ଶ୍ରୀରାମଙ୍କ ବାଲ୍ୟବସ୍ଥାରୁ ବନବାସ ଲେଉଟାଣୀ ପର୍ଯ୍ୟନ୍ତର କଥାକୁ ପ୍ରଜ୍ଞାପନ ମେଢ ଓ ରାମଲୀଳାରେ ଉପସ୍ଥାପନ କରାଯାଇଛି । ସେପଟେ ରାଜ୍ୟ ଓ ରାଜ୍ୟ ବାହାର କଳାକାରଙ୍କ ଦ୍ୱାରା ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ଅନ୍ୟପଟେ ଦେଶର ପ୍ରସିଦ୍ଧ ବାଲୁକା ଶିଳ୍ପୀ ବାଲୁକା କଳା ମାଧ୍ୟମରେ ପ୍ରଭୁ ଶ୍ରୀରାମଙ୍କ ଜୀବନୀକୁ ବର୍ଣ୍ଣନା କରିଛନ୍ତି । ସରାୟୁ ନଦୀ କୂଳରେ ଲେଜର ଲାଇଟ ଶୋ, ଲୋକନୃତ୍ୟ, ରାମଲୀଲା, ୨୨ ରାଜ୍ୟ ଓ ୪ଦେଶର ୨୫ଶହରୁ ଅଧିକ କଳାକାର ଅଯୋଧ୍ୟାରେ କଳା ପ୍ରଦର୍ଶନ କରିଛନ୍ତି । ୨୦୧୭ ମସିହାରେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରେ ଅଯୋଧ୍ୟାରେ ଦୀପୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ୨୦୧୭ ମସିହାରେ ଏକ ଲକ୍ଷ ୭୧ ହଜାର, ୨୦୧୮ରେ ୩ଲକ୍ଷ ଏକ ହଜାର, ୨୦୧୯ରେ ୪ଲକ୍ଷ ୪ହଜାର, ୨୦୨୦ରେ ୫ଲକ୍ଷ ୫୧ହଜାର, ୨୦୨୧ରେ ୯ଲକ୍ଷ ୪୧ ହଜାର, ୨୦୨୨ରେ ୧୫ଲକ୍ଷ ୭୬ ହଜାର, ୨୦୨୩ରେ ୨୪ ଲକ୍ଷ ଦୀପ ଜଳାଇ ଗିନିଜ ବୁକ ଅଫ ରେକର୍ଡରେ ନିଜ ସ୍ଥାନ ବନାଇଛନ୍ତି ଉତ୍ତରପ୍ରଦେଶ ସରକାର । ଜାନୁଆରୀ ମାସରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ଆୟୋଜନ କରାଯିବ ।

Leave a Reply