Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ବିରୋଧୀ ନାରା ଦେଉଥିବା ଲସ୍କର ଆତଙ୍କବାଦୀ ଆକ୍ରମ ଖାନ୍‌କୁ ପାକିସ୍ତାନରେ ଗୁଳିକରି ହତ୍ୟା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ବିରୋଧୀ ନାରା ଦେଉଥିବା ଲସ୍କର ଆତଙ୍କବାଦୀ ଆକ୍ରମ ଖାନ୍‌କୁ ପାକିସ୍ତାନରେ ଗୁଳିକରି ହତ୍ୟା

ସବୁବେଳେ ଭାରତ ବିରୋଧୀ ନାରା ଦେଉଥିବା ଲସ୍କର-ଏ ତାଇବା ଆତଙ୍କବାଦୀ ଆକ୍ରମ ଖାନ୍‌କୁ ଗୁଳି କରି ହତ୍ୟା । ଗୁରୁବାର ପାକିସ୍ତାନର ଖାଇବର ପଖତୁନଖ୍ୱା ଅଞ୍ଚଳ ବାଜାଉର ଜିଲ୍ଲାରେ କେହି ଜଣେ ଦୁର୍ବୃତ୍ତ ଆକ୍ରମ ଖାନ ଓରଫ ଆକ୍ରମ ଗାଜୀକୁ ଗୁଳି କରି ଫେରାର୍ ହୋଇଯାଇଛି ।୨୦୧୮-୨୦୨୦ ବର୍ଷରେ ଲସ୍କର ସଂଗଠନ ପାଇଁ ଆତଙ୍କବାଦୀ ନିଯୁକ୍ତି ଦେଉଥିବା ଗାଜୀ ଅନେକ ସମୟରେ ଭାରତ ବିରୋଧୀ ମନ୍ତବ୍ୟ ଦେଉଥିଲା । ଆତଙ୍କବାଦୀମାନଙ୍କୁ ଭାରତ ବିରୋଧରେ ମତାଇବା ସହ ଭାରତରେ ହମଲା କରିବାକୁ ମତାଉଥିଲା । ଚଳିତ ବର୍ଷ ଅକ୍ଟୋବର ମାସରେ ମଧ୍ୟ ପଠାନକୋଟ ଆକ୍ରମଣର ମାଷ୍ଟର ମାଇଣ୍ଡ ଶାହିଦ ଲତିଫଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପାକିସ୍ତାନର ଗୁଜରନୱାଲା ସହରର ଲତିଫ ଭାରତରମୋଷ୍ଟଟ ୱାଣ୍ଟେଡ ଆତଙ୍କବାଦୀ ଘୋଷିତହୋଇଥିଲା । ୨୦୧୬ ପଠାନ କୋର୍ଟଏୟାରଫୋର୍ସ ଷ୍ଟେସନ ଆକ୍ରମଣରେ ସେମାଷ୍ଟର ମାଇଣ୍ଡ ଥିଲା । ଏହା ପୂର୍ବରୁ ସେପ୍େଟମ୍ବରମାସରେ ପାକିସ୍ତାନ ଅଅଧିକୃତ କାଶ୍ମୀର ରାୱଲକୋଟରେ ଥିବା ଅଲ କୁଡୁସ ମସ୍‌ଜିଦ୍‌ରେ ଲସ୍କରର ଆଉ ଏକ ଆତଙ୍କବାଦୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

Leave a Reply