Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଡିଶା ଫେରିଲା କୋଟ୍ରାକ୍ଷୀଙ୍କ ଦୁର୍ଲଭ ମୂର୍ତ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡିଶା ଫେରିଲା କୋଟ୍ରାକ୍ଷୀଙ୍କ ଦୁର୍ଲଭ ମୂର୍ତ୍ତି

ଭୁବନେଶ୍ୱର: ଓଡ଼ିଶା ଫେରିଲା ଯାଜପୁର ଜିଲ୍ଲା ଦର୍ପଣ ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା କୋଟ୍ରାକ୍ଷୀଙ୍କ ମୂର୍ତ୍ତି । ଆଜି ସକାଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଛି ମାଙ୍କ ମୂର୍ତ୍ତି । ଯାଜପୁର ଡିଏସପି ଓ ପୋଲିସ ଟିମ୍ ଏବଂ ଦର୍ପଣର ସରପଂଚ ନୂଆଦିଲ୍ଲୀରୁ ବିମାନ ଯୋଗେ ମା କୋଟ୍ରାକ୍ଷୀଙ୍କ ମୂର୍ତ୍ତି ନେଇ ଆସିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଗତକାଲି କଷ୍ଟମ ବିଭାଗର ଅଧିକାରୀ ମାନେ ଓଡ଼ିଶା ପ୍ରଶାସନକୁ ମୂର୍ତ୍ତି ହସ୍ତାନ୍ତର କରିଥିଲେ । ଏହି ଅବସରରେ ଏଏସଆଇ ଅଧିକାରୀ ଏବଂ ଦର୍ପଣ ଗଡର ସ୍ଥାନୀୟ ଲୋକ ମାନେ ଉପସ୍ଥିତ ଥିଲେ । ଶନିବାର ପୁନଃ ପ୍ରତିଷ୍ଠା ହେବ ମାଙ୍କ ଅଷ୍ଟଧାତୁ ନିର୍ମିତ ଦୁର୍ଲଭ ପ୍ରାଚୀନ ମୂର୍ତ୍ତି । ଗତ ଜୁଲାଇ ୧୪ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଏୟାର କାର୍ଗୋର କଷ୍ଟମ ବିଭାଗ ପାଖରେ ପଡି ରହିଥିବା ଏହି ଦୁର୍ଲଭ ମୂର୍ତ୍ତିକୁ ଫେରାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଚିଠି ଲେଖି ଅନୁରୋଧ କରିଥିଲେ ।

Leave a Reply