Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋମାଂସ ଚାଲାଣକାରୀ କଂସେଇ ବାପ-ପୁଅ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋମାଂସ ଚାଲାଣକାରୀ କଂସେଇ ବାପ-ପୁଅ ଗିରଫ

ନିମାପଡ଼ା: ନିମାପଡ଼ା ବ୍ଲକ୍ ଅଞ୍ଚଳରେ ବ୍ୟାପକ ଗୋମାଂସ ଚୋରା ଚାଲାଣ ହେଉଥିବା ବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି । ନିମାପଡ଼ା ପୋଲିସକୁ ବଡ଼ ସଫଳତା ମିଳିଛି । ବ୍ୟାପକ ପରିମାଣରେ ଗୋମାଂସ ଜବତ କରିବା ସହ ଗୋମାଂସ ଚାଲାଣକାରୀ ବାପ-ପୁଅକୁ ପୋଲିସ ଗିରଫ କରି କୋର୍ଟ ଚାଲଣ କରିଛି । ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ କୁସୁମାଠେଙ୍ଗ ବସ୍ତି କଳାପାଞ୍ଚଣ ଦିଘାଳୋ ବସ୍ତିରୁ ବ୍ୟାପକ ଗୋମାଂସ ପ୍ରତ୍ୟେକ ଦିନ ଚାଲଣ କରାଯାଉଥିବା ବେଳେ ଅନେକ ଥାନା ପୋଲିସ ନୀରବ ସାଜିଛି । ମାତ୍ର ନିମାପଡ଼ା ଥାନା ପୋଲିସ ଗତ ବୁଧବାର ବିଳମ୍ବିତ ରାତ୍ରରେ ଦିଘାଳୋ ବସ୍ତିରେ ଚଢ଼ଉ କରି ବ୍ୟାପକ ଗୋମାଂସ ଜବତ କରିବା ସହିତ ଗୋମାଂସ ଚାଲଣକାରୀ ମହମ୍ମଦ ସନାଉଲ୍ଲା ଓ ତା\’ର ବାପା ମହମ୍ମଦ ସାଏବ ଉଦ୍ଦିନ୍‌କୁ ଗିରଫ କରିଛି । ପୋଲିସ ଗୋମାଂସକୁ ସହରର ଉପକଣ୍ଠ ନିରୋଳା ସ୍ଥାନରେ ଜେସିବି ମେସିନ୍ ଦ୍ୱାରା ଗାତ ଖୋଳି ପୋତି ଦେଇଛି । ଦୀର୍ଘଦିନ ହେବ ଏହି ଦିଘାଳୋ ବସ୍ତିରେ ଗୋମାଂସ ଚାଲଣ ହେଉଥିବା ବେଳେ ଗତ ବୁଧବାର ଶତାଧିକ ବାଛୁରୀଙ୍କୁ ମାରି ମାଂସ ଚାଲଣ କରିବା ଯୋଜନା କଂସେଇଙ୍କର ଭଣ୍ଡୁର ହୋଇଛି । ଏହି କାରଣରୁ ସ୍ଥାନୀୟ ଲୋକମାନେ ନିମାପଡ଼ା ଥାନାଧିକାରୀ ବାମଦେବ ସାହୁଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ତୁଳସୀପୁର ପଞ୍ଚାୟତ କୁସୁମାଠେଙ୍ଗ ବସ୍ତି କଳାପାଞ୍ଚଣ ପଞ୍ଚାୟତର ଏକ ବସ୍ତିରୁ ପ୍ରତ୍ୟେକ ଦିନ ଗୋମାଂସ ଚାଲଣ ହେଉଥିବା ବେଳେ ପୋଲିସ ସେମାନଙ୍କ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ନେବା ପାଇଁ ଦାବି ହେଉଛି । ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳର କର୍ମକର୍ତା ଉମାଶଙ୍କର ଆଚାର୍ଯ୍ୟ, ରଞ୍ଚନ କୁମାର ପ୍ରଧାନ ଗୋମାଂସ ଚାଲଣ ଉପରେ କଟକଣା ଲଗାଇବା ପାଇଁ ଦାବୀ କରିଛନ୍ତି । ଏହି ଗୋମାଂସ ଚାଲଣକାରୀଙ୍କର କେତେଜଣ ମଧ୍ୟସ୍ଥି ମାଧ୍ୟମରେ ଚାଲଣ ହେଉଥିବା ଘଟଣାକୁ ପୋଲିସ ଗୁରୁତର ସହ ବିଚାର କରି ସେମାନଙ୍କ ବିରୁଦ୍ଧରେ ଆଇନ ଉଲ୍ଲଂଘନ ମାମଲା ରୁଜୁ କରିବା ପାଇଁ ଦାବି ହୋଇଛି ।

Leave a Reply