Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟଙ୍କ ସହ ଦୀପାବଳି ପାଳିଲେ କାନାଡା ପ୍ରଧାନମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟଙ୍କ ସହ ଦୀପାବଳି ପାଳିଲେ କାନାଡା ପ୍ରଧାନମନ୍ତ୍ରୀ

ଅଟାୱା : ଭାରତ-କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ମଧ୍ୟରେ ପରିସ୍ଥିତି ସୁଧାର ଆସିନାହିଁ । କିନ୍ତୁ କାନାଡାରେ ଏକ ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଟାୱାର ପାର୍ଲାମେଣ୍ଟ ହିଲ୍ରେ ପ୍ରବାସୀ ଭାରତୀୟଙ୍କ ସହ ଦୀପ ଜାଳି ଦୀପାବଳି ପାଳନ କରିଛନ୍ତି । ଟ୍ରୁଡୋ ନିଜ ଇନଷ୍ଟ୍ରାଗ୍ରାମ ପେଜରେ ଏସମ୍ପର୍କିତ ଫଟୋ ଶେୟାର କରିଛନ୍ତି । ସେ ପୋଷ୍ଟରେ ଲେଖିଛନ୍ତି, ଆଉ କିଛି ଦିନ ପରେ ବିଶ୍ୱବାସୀ ଦୀପାବଳୀ ଓ ବନ୍ଦୀ ମୁକ୍ତ ଦିବସ ପାଳନ କରିବାକୁ ଯାଉଛନ୍ତି । ଏହି ଦିନ ଅନ୍ଧାର ଉପରେ ଆଲୋକର ବିଜୟ ହୋଇଥାଏ । ପାର୍ଲାମେଣ୍ଟ ହିଲ୍ରେ ଏହି କାର୍ଯ୍ୟକ୍ରମ ପାଳନ କରି ଆମେ ସମସ୍ତଙ୍କୁ ଦିୱାଲିର ଶୁଭେଚ୍ଛା ଜଣାଉଛୁ ।ଫଟୋରେ ଦେଖାଯାଇଛି କି, ପାର୍ଲାମେଣ୍ଟ ହିଲ୍ରେ ହିନ୍ଦୁ ଧର୍ମର ପବିତ୍ର ପ୍ରତୀକ ଓମ୍ ଥିବା ପତାକା ଲଗାଯାଇଛି । ଏହି ଆୟୋଜନରେ ୬୭ହିନ୍ଦୁ ଓ ଇଣ୍ଡୋ-କାନାଡୀୟ ସମର୍ଥକ ଯୋଗ ଦେଇଥିଲେ ।

Leave a Reply