Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁମନ୍ଦିର ଜୟପୁରରେ ଗୀତା ପ୍ରତିଯୋଗିତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁମନ୍ଦିର ଜୟପୁରରେ ଗୀତା ପ୍ରତିଯୋଗିତା

ତିହିଡ଼ି: ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନସ୍ଥ କୁବେରା ପଞ୍ଚାୟତ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଭାଇ ଭଉଣୀ ମାନଙ୍କ ମଧ୍ୟରେ ଗୀତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଶିଶୁ ମନ୍ଦିରର ପ୍ରଧାନଆଚାର୍ଯ୍ୟ ଗଣେଶ ପ୍ରସାଦ ରାଉତଙ୍କ ସଂଯୋଜନାରେ ଅବସରପ୍ରାପ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୃତ୍ୟୁଞ୍ଜୟ ନାରାୟଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୀତା ଶାସ୍ତ୍ର ଉପରେ ବିଶଦ ଭାବେ ଆଲୋକପାତ କରିଥିଲେ । ପରିଚାଳନା କମିଟିର ସଂପାଦକ ଭରତ ଚରଣ ବାରିକ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ଗୀତା ଆବୃତ୍ତି କରିଥିବା ଶ୍ରେଷ୍ଠ ପ୍ରତିଭା ଭାବେ ପ୍ରିୟବ୍ରତ ଦାଶ, ଧୃତିରେଖା ମିଶ୍ର, ସ୍ମୃତି ରେଖା ଦାସ, ସାଇସ୍ମୃତି ଦାସ ଓ ଶୁଭଶ୍ରୀ ବାରିକଙ୍କୁ ମୁଖ୍ୟ ଅତିଥି ମୃତ୍ୟୁଞ୍ଜୟ ନାରାୟଣ ପଣ୍ଡା ଗୀତା ବହି ପୁରସ୍କୃତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗୁରୁମା ରଶ୍ମିତା ନାୟକ, ପ୍ରତିଭା ରାଣୀ ସାହୁ ସେବତୀ ତ୍ରିପାଠୀ ଓ ଗୁରୁଜୀ ଦୀପ୍ତି କାନ୍ତ ଯେନା ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave a Reply