Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁବିଦ୍ୟାମନ୍ଦିରରେ ମାତୃ କର୍ମଶାଳା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁବିଦ୍ୟାମନ୍ଦିରରେ ମାତୃ କର୍ମଶାଳା

ବ୍ରଜରାଜନଗର: ବ୍ରଜରାଜନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶିଶୁ ବାଟିକାରେ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅଭିଭାବିକା ମମତା ବାରିକ ଯୋଗ ଦେଇ ଦୀପ ପ୍ରଜ୍ୱୋଳନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ନାଥ ଠାକୁର୍ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁ ବାଟିକାର ଗୁରୁମା ପ୍ରେମ ଲତା ବାରିକ ମଞ୍ଚ ପରିଚାଳନା କରିଥିବା ବେଳେ ଛୋଟ ଛୋଟ ଶିଶୁମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସରସ୍ୱତୀ ଶିଶୁ ମନ୍ଦିରର ପରିଚାଳନା କମିଟିର ସଭାପତି ଗୋବିନ୍ଦ ସିଂହ, ଯୁଗ୍ମ ସମ୍ପାଦକ ବିଜୟ କୁମାର ସାହୁ, ଉପସ୍ଥିତଥିଲେ । ବକ୍ତାଭାବେ ବିଦ୍ୟାଳୟର ବରିଷ୍ଟ ଗୁରୁମା ରଞ୍ଜୁ ଲତା ପ୍ରଧାନ ଶିଶୁ ଶିକ୍ଷାର ସ୍ୱରୂପ ପାଠ୍ୟକ୍ରମ ଓ କ୍ରିୟାକଳାପ ବିଷୟରେ ଅନେକ କିଛି ଆଲୋକ ପାତ୍ କରିଥିଲେ । ଏହି କାର୍ଯ୍ୟକ୍ରମ ମାତୃମାନଙ୍କ ପାଇଁ ହସ୍ତ କର୍ମ, ବିଜ୍ଞାନ ପ୍ରୟୋଗ ଶାଳା, ଶାରୀରିକ, ବହିଗିତ କାଳାଂଶ, ଯୋଗ କାଳାଂଶ ଓ ଅନେକ କାଳାଂଶ ରଖାଯାଇଥିଲା । ଏହି କାର୍ଯ୍ୟକ୍ରମ ମୀରା ରାଉତଙ୍କ ତତ୍ୱାବଧନରେ ଅନୁଷ୍ଠିତ ହୋଇଥିଲା । ବୀଣାପାଣି ପଣ୍ଡା ଶିଶୁ ବାଟିକା ପ୍ରମୁଖ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଉଷାରାଣୀ ସାମଲ ବିଜ୍ଞାନ ପ୍ରୟୋଗ ଶାଳା କାଳାଂଶ, ସରିତା ସିଂ ଶାରିରୀକ କାଳାଂଶ, ନେଇଥିଲେ । ଏହି କାର୍ଯ୍ୟକ୍ରମରେ ୫୪ ଜଣ ଆଭିଭାବିକା ଏବଂ ୨୭ ଜଣ ଶିଶୁ ଉପସ୍ଥିତ ଥିଲେ । ଗୂରୁମା ସୁନିତି ଭୋଇ, ଗୁରୁମା ନିରୁପମା ପୁରୋହିତ ଉପସ୍ଥିତ ରହି ବ୍ୟବସ୍ଥା କାର୍ଯ୍ୟ ନିର୍ବାହ କରିଥିଲେ ।

Leave a Reply