Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଙ୍ଗଦାନ କରି ୭ ଜଣଙ୍କୁ ନୂଆ ଜୀବନ ଦେବେ ମହିଳା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଙ୍ଗଦାନ କରି ୭ ଜଣଙ୍କୁ ନୂଆ ଜୀବନ ଦେବେ ମହିଳା

ଭୁବନେଶ୍ୱର- ବଞ୍ଚିବାର ସମ୍ଭାବନା ସମାପ୍ତ ହୋଇ ‘ବ୍ରେନ୍ ଡେଡ୍‌’ ଘୋଷିତ ହୋଇଥିବା ଓଡ଼ିଶାର ଜଣେ ମହିଳା ଦେଶର ବିଭିନ୍ନ ସ୍ଥାନରେ ୭ ଜଣଙ୍କୁ ନୂଆ ଜୀବନ ଦେବେ । ବ୍ରହ୍ମପୁରର ଏହି ୫୬ ବର୍ଷୀୟା ମହିଳା ସ୍କୁଟିରେ ଯିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗି ବ୍ରେନ୍ ହାମରେଜ୍ ହୋଇଥିଲା । ଏହାପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ । ଡାକ୍ତରଖାନାରେ ବ୍ରେନ୍ ଡେଡ ଘୋଷିତ ହେଲା ପରେ ତାଙ୍କ ପରିବାର ଲୋକେ ମହିଳାଙ୍କ ଅଙ୍ଗକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଭୁବନେଶ୍ୱରର ଆମ୍ରି ହସ୍‌ପିଟାଲର ମେଡିକାଲ ସୁପରିଟେଣ୍ଡାଣ୍ଟ ଡାକ୍ତର ସିଦ୍ଧାର୍ଥ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ନିକଟରେ ସ୍କୁଟି ଚଲାଇ ଯାଉଥିବା ବେଳେ ବ୍ରହ୍ମପୁରର ମହିଳା ଜଣକ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କର ବ୍ରେନ୍ ହାମରେଜ୍ ହୋଇଥିଲା । ଗତ ୧ ତାରିଖରେ ତାଙ୍କ ଆମ୍ରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୨ ତାରିଖ ଦିନ ତାଙ୍କର ବ୍ରେନ୍ ଡେଡ୍ ହୋଇଯାଇଥିଲା । ଡ଼ାକ୍ତରମାନଙ୍କ ସବୁ ପ୍ରଚେଷ୍ଟା ସତ୍ତ୍ୱେ ଜଣା ପଡ଼ିଥିଲା ତାଙ୍କୁ ଆଉ ବଞ୍ଚାଯାଇ ପାରିବ ନାହିଁ । ଏହାପରେ ତାଙ୍କ ପରିବାର ଲୋକେ ଅଙ୍ଗ ଦାନ ପାଇଁ ନିଷ୍ପତ୍ତି ନେଇଥିଲେ ।

Leave a Reply