Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସାର୍ଥକ ହେଲା ବଳିଦାନ, ସତ୍ୟ ହୋଇଲା ସଂକଳ୍ପ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସାର୍ଥକ ହେଲା ବଳିଦାନ, ସତ୍ୟ ହୋଇଲା ସଂକଳ୍ପ

ମାତୃଦତ୍ତ ମହାନ୍ତି-

୧୯୯୦ ମସିହା ଅକ୍ଟୋବର ୩୦ ତାରିଖ । ସ୍ଥାନ ଉତରପ୍ରଦେଶ, ରାମ ଜନ୍ମଭୂମି, ଅଯୋଧ୍ୟା । ସମଗ୍ର ଅଂଚଳରେ କର୍ଫ୍ୟୁ, ପୋଲିସର କଡା କଟକଣା । ଜାଗା ଜାଗା ବାରିକେଡ ଓ ପ୍ରଶାସନିକ ପ୍ରତିବନ୍ଧକ । ଅଯୋଧ୍ୟାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ । ଗାଡି ମଟର ବନ୍ଦ୍ । ଅଯୋଧ୍ୟାରେ ଝଡ ପୂର୍ବର ନୀରବତା । ରାମଭକ୍ତିରେ ଉବୁଟୁବୁ ହଜାର ହଜାର କରସେବକ ପାଦରେ ଚାଲିଚାଲି ବିବାଦୀୟ ଢାଚାଂ ଅଭିମୁଖେ ବାହାରି ପଡିଲେ । କରସେବକମାନଙ୍କୁ ଅଟକାଇବା ପାଇଁ ହୋଇଥିବା ସମସ୍ତ ଚେଷ୍ଟା ବିଫଳ ହେବା ପରେ ପୋଲିସ ତା’ର ଶେଷ ଅସ୍ତ୍ର ପ୍ରୟୋଗ କଲା । ଉତରପ୍ରଦେଶ ପୋଲିସର ବନ୍ଧୁକରୁ ଛୁଟିଲା ଗୁଳି । ଆଖିବୁଜା ଗୁଳିମାଡରେ ଜଣେ ପରେ କରସେବକ ରାମ ଜନ୍ମଭୂମିରେ ଟଳି ପଡିଲେ । ରକ୍ତ ରଞ୍ଜିତ ହୋଇଗଲା ପବିତ୍ର ଅଯାଧ୍ୟା ମାଟି । ପୋଲିସର ପ୍ରଥମ ଗୁଳିର ଶିକାର ହେଲେ କରସେବକ ରାମଭକ୍ତ ବାସୁଦେବ ଗୁପ୍ତା । ବିବାଦୀୟ ସ୍ଥଳରେ ଥିଲା ତାଙ୍କର ଏକ ଚା ଦୋକାନ । କରସେବକଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ କରସେବା ପାଇଁ ମନ ସି୍ଥର କଲେ । ସକାଳୁ ଦୋକାନରେ ଚା ତିଆରି କରି ମତୟନ ପୋଲିସ କର୍ମଚାରୀଙ୍କୁ ପିଇବା ପାଇଁ ଦେଲେ । ପରେ ପରେ ଘରକୁ ଯାଇ ନିଜର କୁନିକୁନି ପିଲାମାନଙ୍କୁ ଦାନ୍ତଘଷେଇ ହାଲୁଆ ଖାଇବାକୁ ଦେଲେ । ରାମ ଜନ୍ମଭୂମିର ଆନ୍ଦୋଳନରେ ଭାଗ ନେବାକୁ ଚାଲିଗଲେ । ଆଉ ଫେରିଲେନି । ପଛରେ ଛାଡିଗଲେ ବିଧବା ପତ୍ନୀ ଶକୁନ୍ତଳାଙ୍କ ସହ ୫ ଗୋଟି ସନ୍ତାନଙ୍କୁ । ତାଙ୍କ ନିଧନ ପରେ ପତ୍ନୀ ଓ ଝିଅମାନେ ବି ରାମ ମନ୍ଦିର ଆନ୍ଦୋଳନରେ ସାମିଲ ହେଲେ । ଏମିତିକି ବିବାଦୀୟ ବାବ୍ରୀ ମସଜିଦ ଭଙ୍ଗା ଦିନ ଶକୁନ୍ତଳା ସେଥିରେ ସାମିଲ ହୋଇଥିଲେ । ପ୍ରଥମ ଗୁଳିମାଡ ଘଟଣାର ୭୨ ଘଂଟା ମଧ୍ୟର ଦ୍ୱିତୀୟ ଥର ପାଇଁ ପୋଲିସ କରସେବକାମାନଙ୍କ ଉପରକୁ ଗୁଳି ମାଡ କଲା । ଏହି ଦୁଇ ଥର ଗୁଲି ମାଡରେ ଅନେକ କରସେବକଙ୍କ ନିଧନ ହୋଇଥିଲା । ଅନ୍ୟତମ କରସେବକ ୧୬ ବର୍ଷୀୟ ଦଳିତ କିଶୋର ରାଜେନ୍ଦ୍ର ପ୍ରସାଦ ଧରକାର ପୋଲିସ ଗୁଳିରେ ଟଳି ପଡିଲେ । କୋଠାରୀ ଭ୍ରାତା ୨୩ ବର୍ଷୀୟ ରାମ କୁମାର କୋଠାରୀ ଓ ୨୦ ବର୍ଷୀୟ ଶରଦ କୋଠାରୀ ନିଜ ପିତା ମାତାଙ୍କ କୋଳଶୂନ୍ୟ କରି ରାମଙ୍କ ସେବାରେ ଜୀବନ ଉତ୍ସର୍ଗ କରିଦେଲେ । ଅଯୋଧ୍ୟାର ରାଣୀବଜାର ଅଂଚଳରେ ରହୁଥିବା ରମେଶ କୁମାର ପାଣ୍ଡେ, ନିଜ ଘରଠାରୁ ମାତ୍ର ତିନି ଶହ ମିଟର ଦୂରରେ ପୋଲିସ ଗୁଳିରେ ଟଳି ପଡିଲେ । ରାଜସ୍ଥାନରୁ ଆସିଥିବା ଇଂରାଜୀ ଅଧ୍ୟାପକ ମହେନ୍ଦ୍ର ନାଥ ଅରୋରାଙ୍କ ମୁଣ୍ଡ ଆରପାର କରିଗଲା ପୋଲିସର ବୁଲେଟ । ତାଙ୍କ ପତ୍ନୀ ସୁମତି ଦେବୀ ମଧ୍ୟ ଥିଲେ ଜଣେ ଅଧ୍ୟାପିକା । ରାମ ମନ୍ଦିର ପ୍ରତିଷ୍ଠାର ସ୍ୱପ୍ନ ଦେଖିଦେଖି ୨୦୧୩ରେ ସେ ଆଖି ବୁଜିଦେଲେ । ହନୁମାନଗଡି ନିକଟରୁ ମିଳିଲା ରାମ ଅବତାର ନାମକ ଜଣେ କରସେବକଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ । ପରିବାର ଲୋକେ ଖବର ପାଇ ଆସିବା ପୂର୍ବରୁ ପୋଲିସ ରାମ ଅବତାରଙ୍କ ଶବ ସତ୍କାର କରିଦେଲା । ପରେ ରାମ ଅବତାରଙ୍କ ରକ୍ତରଞ୍ଜିତ ଲୁଗାପଟା ତାଙ୍କ ପରିବାରକୁ ହସ୍ତାନ୍ତର କରାଗଲା । ଆଜି ପର୍ଯ୍ୟନ୍ତ ସେହି ରକ୍ତ ଜୁଡୁବୁଡୁ ବସ୍ତ୍ର ତାଙ୍କ ପରିବାର ଲୋକେ ସାଇତି ରଖିଛନ୍ତି । ସମ୍ପୂର୍ଣ୍ଣ ଘଟଣା ଥିଲା ଏମିତି । ବିଶ୍ୱ ହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ଶିବସେନା ପକ୍ଷରୁ ୧୯୯୦ ମସିହାରେ ରାମମନ୍ଦିର ନିର୍ମାଣ ପାଇଁ ଆରମ୍ଭ ହେଲା ଅଭିଯାନ । ଧିରେଧିରେ ଏହା ଆନ୍ଦୋଳନର ରୂପ ନେଲା । ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ନେତୃତ୍ୱରେ ଆରମ୍ଭ ହେଲା ରାମ ରଥ ଯାତ୍ରା । ୧୯୯୦ ଅକ୍ଟୋବର ୨୧ ତାରିଖରେ ଆଡଭାନୀ ଓ ବିଶ୍ୱହିନ୍ଦୁ ପରିଷଦର ଅଶୋକ ସିଂଘଲଙ୍କ ଡାକରାରେ ଅଯୋଧ୍ୟାରେ ରାମଭକ୍ତମାନେ ଏକାଠି ହେବାରେ ଲାଗିଲେ । ରାମଭକ୍ତଙ୍କ ଉତ୍ସାହକୁ ଦେଖି ଚିନ୍ତାରେ ପଡିଗଲେ ତତ୍କାଳୀନ ମୁଲାୟମ ସିଂହ ସରକାର । ୧୯୯୦ ଅକ୍ଟୋବର ୩୦ ତାରିଖ । ହଜାର ହଜାର କରସେବକ ରାମଜନ୍ମଭୂମି ଅଭିମୁଖେ ବାହାରି ପଡିଲେ । ଉତରପ୍ରଦେଶ ପୋଲିସ ଅଯୋଧ୍ୟାକୁ ସମସ୍ତ ଯୋଗାଯୋଗ ବନ୍ଦ କରିଦେଲା । ଜାଗାଜାଗା ବ୍ୟାରେକେଡ ଲଗେଇ ରାସ୍ତା ଅବରୋଧ କରି ଦିଆଗଲା । ସମଗ୍ର ସହରରେ କର୍ଫ୍ୟୁ ଲାଗିଗଲା । ବିବାଦୀୟ ବାବ୍ରୀ ମସଜିଦ୍ ଆଖପାଖରେ ପ୍ରାୟ ୨୮ ହଜାରରୁ ଅଧିକ ପୋଲିସ ମୁତୟନ କରିଦିଆଗଲା । ଦିନ ୧୦ଟା ବେଳେ ଅଶୋକ ସିଂଘଲ ଏବଂ ମହନ୍ତ ନୃତ୍ୟ ଗୋପଳ ଦସଙ୍କ ନେତ୍ୱରେ କିଛି କର ସେବକ ବିବାଦୀୟ ସ୍ଥଳ ଅଭିମୁଖେ ଆଗେଇଲେ । ସମୟ ଦିନ ୧୧ଟା । ପୋଲିସ ଅଟକ ରଖିଥିବା କରସେବକମାନଙ୍କୁ ନେଇ ଯାଉଥିବା ଏକ ବସକୁ ଜଣେ ସାଧୁ ନିଜ ନିୟନ୍ତ୍ରଣକୁ ଆଣି ବିବାଦୀୟ ସ୍ଥଳକୁ ନେଇ ଚାଲିଲେ । ଠିକ୍ ଏତିକି ବେଳକୁ କୋଠାରୀ ଭ୍ରାତା ବାବ୍ରୀ ମସଜିଦ ଉପରେ ଚଢି ଏକ ବିଶାଳ ଗେରୁଆ ଧ୍ୱଜା ଉଡେଇବାକୁ ଲାଗିଲେ । ‘ଅଯୋଧ୍ୟାରେ ପକ୍ଷୀଟିଏ ବି ପର ଝାଡି ପାରିବନି’ କହି ଦୃଢୋକ୍ତି ପ୍ରକାଶ କରିଥିବା ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହଙ୍କ ଅହଂକାରକୁ ପଦାଘାତ କରି ଚାଲିଥିଲା ରାମଭକ୍ତମାନଙ୍କ ଉତ୍ସାହ । ସରକାରଙ୍କ ନିର୍ଦ୍ଦେଶରେ ପୋଲିସ ଆଖିବୁଜା ଗୁଳି ଚଳାଇଲା । ଜଣେ ପରେ ଜଣେ କରସେବକ ଟଳି ପଡିଲେ ।୧୯୯୦, ନଭେମ୍ବର ୨ ତାରିଖ । ପୁର୍ନବାର କରସବକମାନେ ବିବାଦୀୟ ବାବ୍ରି ମସଜିଦ ନିକଟରେ ପୂଜାର୍ଚ୍ଚନା କରିବାକୁ ଲାଗିଲେ । ପ୍ରଥମେ ପୋଲିସ ପକ୍ଷରୁ ଲୁହବୁହା ବାଷ୍ପ ଛଡାଗଲା । ପରେ ପରେ ଆରମ୍ଭ ହେଲା ଲାଠି ପ୍ରହାର । କିଛି କର ସେବକ ବାବ୍ରି ମସଜିଦକୁ ଆଶିଂକ କ୍ଷତି କରିବାରେ ସଫଳ ମଧ୍ୟ ହେଲେ । ରକ୍ତମୁଖା ହୋଇ ସାରିଥିଲା ପୋଲିସ । ପୁଣିଥରେ କରସେବକମାନଙ୍କ ଉପରକୁ ଆରମ୍ଭ ହେଲା ଗୁଳିବର୍ଷା । ୭୨ ଘଂଟା ମଧ୍ୟରେ ଏହା ଥିଲା ପୋଲିସର ଦ୍ୱିତୀୟ ଗୁଳିମାଡ । ଏହି ଦୁଇଦିନର ଗୁଳିମାଡ ଘଟଣାରେ ମୃତକମାନେ ହେଲେ କୋଠାରି ଭ୍ରାତା, ସେଠରାମ ମାଲି, ରମେଶ କୁମାର, ମହାବୀର ପ୍ରସାଦ, ରମେଶ ପାଣ୍ଡେ, ବାସୁଦେବ ଗୁପ୍ତା, ସଂଜୟ କୁମାର, ପ୍ରଫେସର ମହେନ୍ଦ୍ର ନାଥ ଅରୋରା, ରାଜେନ୍ଦ୍ର ଧରକାର, ବାବୁଲାଲ ତିୱାରି, ରାମ ଅବତାରଙ୍କ ପରି ଅନକ । ଗୁରୁତର ଆହତ ହୋଇଥିବା ଲୋକମାନେ ହେଲେ ସଂଗ୍ରାମ କେଶରୀ ମହାପାତ୍ର, ସୁନିଲ କୁମାର, ରାଜନାରାୟଣ ସିଂହ, ବିଶ୍ୱଜିତ, ରାମବାହାଦୁର, ଅଭୟ କୁମାରଙ୍କ ପରି ହଜାର ହଜାର କରସବକ । ଅସଂଖ୍ୟ କର ସେବକଙ୍କୁ ଜେଲର କାଳକୋଠରୀ ଭିତରକୁ ପଠାଇ ଦିଆଗଲା । ସେମାନଙ୍କ ଅପରାଧ ଥିଲା ‘ରାମଭକ୍ତି’ । ଜେଲରୁ ମୁକ୍ତି ବେଳେ ପ୍ରାପ୍ତ ଚାଲାଣରେ ଲେଖାଥିଲା ‘ଅପରାଧ ରାମଭକ୍ତି’ । କରସେବକମାନଙ୍କ ଉପରକୁ ଗୁଳିମାଡ ଘଟଣାକୁ ନେଇ ଅନେକ ଗଣମାଧ୍ୟମ ନୀରବତା ଅବଲମ୍ବନ କରିଥିଲେ । ତଥାପି କିଛି ସ୍ଥାନୀୟ ଓ କିଛି ବିଦେଶୀ ସମ୍ବାଦପତ୍ର ଏହି ସରକାରୀ ପ୍ରାୟୋଜିତ ବର୍ବରପୂର୍ଣ୍ଣ ହିନ୍ଦୁ ନର ସଂହାରର ଖବର ପ୍ରକାଶ କଲେ । ନିହତ କରସେବକମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ୧୯୯୧ ଏପ୍ରିଲ ୪ରେ ନୂଆଦିଲ୍ଲୀର ବୋଟ କ୍ଳବ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା । ତା ପରେ ସମଗ୍ର ଦେଶ, ସମଗ୍ର ହିନ୍ଦୁ ସମାଜ ଧର୍ମ ପାଇଁ ବଳିଦାନ ଦେଇଥିବା କରସେବକମାନଙ୍କୁ ଭୁଲିଗଲା । ଘଟଣା ଘଟିବା ପରେ ମୃତ କରସେବକଙ୍କ ପରିବାର ଏବଂ ଜୀବିତ କରସେବକମାନଙ୍କ ଅବସ୍ଥା ଶୋଚନୀୟ ହୋଇ ପଡିଲା । ଯେଉଁ କରସେବକାମାନେ ଘର ପରିବାର ଛାଡି ଧର୍ମରକ୍ଷା ପାଇଁ ବଳିଦାନ ଦେଲେ ସେମାନଙ୍କ ପରିବାର ଚରମ ଦାରିଦ୍ର‌୍ୟତାର ସମ୍ମୁଖୀନ ହେଲେ । ଏମିତିକି ମୁଠାଏ ଖାଇବାକୁ ମଧ୍ୟ ପାଇଲେ ନାହିଁ । ଯେଉଁମାନେ ଜୀବିତ ରହିଗଲେ ସେମାନେ ବର୍ଷବର୍ଷ ଧରି ଜେଲଦଣ୍ଡ ଭୋଗିଲେ । ନାନା ଆଳରେ ପୋଲିସ ଓ ପ୍ରଶାସନ ସେମାନଙ୍କୁ ଏବଂ ତାଙ୍କ ପରିବାରକୁ ହଇରାଣ ହରକତ କକରିବାକୁ ଲାଗିଲା । ସମାଜରେ ସେମାନଙ୍କ ପରିଚୟ ପାଲଟିଗଲା କଟ୍ଟରପନ୍ଥୀ ହିନ୍ଦୁ । ଯାହାକି ଭାରତରେ ଏକ ଭୟଙ୍କର ଅପରାଧ । ସମାଜରେ ମୋନଙ୍କ ବସିବା ଉଠିବା ମଧ୍ୟ ମୁସ୍କିଲ ହୋଇ ପଡିଲା । ରାମଭକ୍ତମାନଙ୍କ ଛାତିରେ ଲାଗିଥିବା ସେହି ନିଆଁ ପ୍ରଶମିତ ହେବା ବଦଳରେ ହୁତୁହୁତୁ ହୋଇ ଜଳିବାକୁ ଲାଗିଲା । ରାମଲାଲାଙ୍କୁ ତାଙ୍କ ହକ୍ ଅଧିକାର ଦେବା ପାଇଁ ଦେଶବ୍ୟାପୀ ଆରମ୍ଭ ହେଲା କାର୍ଯ୍ୟକ୍ରମ । ସମସ୍ତ ସରକାରୀ ଷଡଯନ୍ତ୍ର ସତ୍ୱେ କରସେବକାମାନେ ଅଂଟା ଭିଡି ଉଠିଲେ । ପ୍ରାୟ ଅଢେଇ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଆରମ୍ଭ ହେଲା ‘ଅଯୋଧ୍ୟା ଅଭିଯାନ’ । ଏଥର ସରକାର ବଦଳି ଯାଇଥିଲା । ୧୯୯୨ ଡିସେମ୍ବର ୬ ତାରିଖରେ କର ସେବକମାନେ ବାବ୍ରୀ ମସଜିଦକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଲେ । ନିଜ ଜୀବନକୁ ବିପନ୍ନ କରି ଦେହରେ ଗୁଳି ଖାଇଥିବା, ଲାଠି ମାଡରେ ମୁଣ୍ଡ ଫଠାଇଥିବା ରାମଭକ୍ତମାନଙ୍କ ବଳିଦାନ ଆଜି ସାର୍ଥକ ହୋଇଛି । ରାମ ମନ୍ଦିର ଗଢିବାର ସଂକଳ୍ପ ସତ୍ୟ ହୋଇଛି । ରାମଲାଲା ଆଜି ସ୍ୱସ୍ଥାନକୁ ଫେରୁଛନ୍ତି । ଭଗବାନ ସେହି ଦିବଙ୍ଗତ କରସେବକମାନଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।
ଜୟ ଶ୍ରୀରାମ । ଜୟରାଷ୍ଟ୍ର, କେନ୍ଦ୍ରାପଡା

Leave a Reply