-ସୌମେନ୍ଦ୍ର ଜେନା-
ବ୍ଲିଡ ଇଣ୍ଡିଆ / ଅପରେସନଟୁ ପାକ ଆରମ୍ଭରୁ କିମ୍ବା ପରେ ଅଥବା ସମୟାନୁସାରେ ସେମାନଙ୍କ କୋ÷÷ଶଳ ପରିବର୍ତ୍ତନ ପାଇଁ ଯୋଜନା କରୁଥିବା କଥା କହିବା କଷ୍ଟକର । ତେବେ ଦ୍ୱିତୀୟ ଯୁକ୍ତିଟି ସପକ୍ଷରେ ଅଧିକ ଭରଷା କରାଯାଇପାରେ ।
ଭାରତକୁ ଏକ ଫାସୀବାଦୀ, ସ୍ୱେଚ୍ଛା·ରୀ,ଦମନକାରୀ ରାଷ୍ଟ୍ର ଭାବେ ବିଦେଶରେ ଉପସ୍ଥାପିତ କରିବା ପାଇଁ ଏବଂ ଭାରତରେ ମୁସଲମାନଙ୍କ ଗଣହତ୍ୟା କରାଯିବା ଅଭିଯୋଗକୁ ବିଶ୍ୱାସ କରିବା ଲାଗି ଗଣମାଧ୍ୟମର ସହାୟତାରେ ଲେଖା ପ୍ରକାଶ କରାଗଲା । କାତାରର ସରକାରୀ ଗଣମାଧ୍ୟମ ଅଲ୍ ଜଜିରାରେ ଭାରତ ବିରୋଧୀ ଲେଖାକୁ ସ୍ଥାନ ଦେଇ ସୋସିଆଲ ମିଡିଆ ମାଧ୍ୟମରେ ଏକ ଗୋଷ୍ଠୀ ତାର ପ୍ର·ର ପ୍ରସାର କରିବାକୁ ଲାଗିଲେ । ୨୦୧୫ରେ ଏହି ପ୍ର·ର ଅଭିଯାନ ଆରମ୍ଭ କରାଯାଇଥିଲା, ଯାହା ୨୦୧୯ରେ ଭାରତରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ଭାରତୀୟ ଜନତାପାର୍ଟି ବିଜୟୀ ହେବା ପରେ ଅତି ବ୍ୟାପକ ହୋଇଥିଲା । ମୁସଲମାନ ଗଣହତ୍ୟା ଏବଂ କାଶ୍ମିର ବିଷୟ ଆଲୋଚନାର କେନ୍ଦ୍ର ହୋଇଥିଲା । ସୋସିଆଲ ମିଡିଆରେ ପ୍ରସାରିତ ଶବ୍ଦାବଳୀ “ଫାସୀବାଦ”, “ଫାସୀବାଦୀ”, “ଭାରତ”, “ମୁସଲମାନ ଗଣହତ୍ୟା” ଏବଂ “କାଶ୍ମିର”କୁ କେନ୍ଦ୍ର କରି ଯେଉଁ ତଥ୍ୟ ସଂଗୃହୀତ ହୋଇଛି ସେ ସବୁରଏଠାରେ ଆଲୋଚନା କରାଯାଇପାରେ ।
ଭାରତ ବିରୋଧୀ ପ୍ର·ରର ଟେବୁଲ ପ୍ରସ୍ତୁତି କରାଯାଇ ଦେଖିବାକୁ ମିଳିଛି ଯେ ୨୦୧୯ରେ ଯେମିିତି ପ୍ର·ର ଏକ ଶୀର୍ଷକୁ ଯାଇଥିଲା, ଠିକ୍ ସେମିତି ୨୦୨୦-୨୧ରେ ତାଠାରୁ ଅଧିକ ଶୀର୍ଷକୁ ଯାଇଥିଲା । ଭାରତ ବିରୋଧୀ ପ୍ର·ରରେ ସଂପୃକ୍ତ ବ୍ୟକ୍ତି ବିଶେଷ ଏବଂ ସଂଗଠନଗୁଡିକର ଏହି ପ୍ର·ରଧାରାକୁ ତିନୋଟି ପ୍ରକାରର ଗୋଷ୍ଠୀ ନେତୃତ୍ୱ ନେଉଛନ୍ତି (୧) ଦେଶ ଭିତରେ ଥିବା ଭାରତ ବିରୋଧୀ, (୨) ବିଦେଶୀ ଏବଂ ସେମାନଙ୍କ ସଂଗଠନ, (୩) ପାକିସ୍ଥାନ ।
‘ଫାସୀବାଦ / ଫାସୀବାଦୀ’ ଓ ‘ଭାରତ’ ବିଷୟରେ ୨୦୦୮ରୁ ୨୦୨୨ ଫେବୃଆରୀ ମଧ୍ୟରେ ଟ୍ୱିଟରରେ ୧୮୧୭୧୪୦ ସଂଖ୍ୟାରେ ରିଟ୍ୱିଟ ସ୍ଥାନ ପାଇଥିବା ଦୃଷ୍ଟିକୁ ଆସିଛି । ୨୦୧୯ ପୂର୍ବରୁ ଉପରୋକ୍ତ ତିନୋଟି ଶବ୍ଦର ବ୍ୟବହାର ଟ୍ୱିଟରରେ ଦେଖିବାକୁ ମିଳୁନଥିଲା ବେଳେ ୨୦୧୯ପରେ ସୋସିଆଲ ମିଡିଆରେ ଏହି ପ୍ର·ରକୁ ବ୍ୟାପକ କରାଯାଇଛି । “ଫାସୀବାଦ” ଶବ୍ଦକୁ ଭାରତ ବିରୁଦ୍ଧରେ ଟ୍ୱିଟରରେ ବାରମ୍ବାର ପ୍ର·ର କରିଥିବା ଆକାଉଣ୍ଟଗୁଡିକ ଏହିପରି ଥିଲା ଫ୍ରେଡେରିକ ପିଟର (୩୪୯), ଶେଖ ଉବୈ÷ଦ (୯୫), ସିଜେୱାର୍ଲେମ୍ୟାନ (୬୮), ଆଇଏଏମ୍ କାଉନସିଲ (୪୪), ରାଣା ଅୟୁବ (୩୮), ଷ୍ଟୁଡେଣ୍ଟସ ଏଏଚ୍ (୩୫),କାରିନ ଫିଶ୍ଚର (୩୪), ମାଲିକ ମୁଜାହିଦ (୨୯), ହରନେମ ଇଜ୍ ବେଅ (୨୭), ହିନ୍ଦୁତ୍ୱ ୱାଚ୍ ଇନ୍ (୨୫), ସେଭଇଣ୍ଡିଆ ଓଆର୍ଜି (୨୧), ଅଡ୍ରେଟ୍ରୁଶ୍ଚକେ (୧୮), ଜିମିରୱାକା (୧୪),ହିନ୍ଦୁଜ୍ ୪ ଏଚ୍ଆର୍ (୧୧), ଏମ୍ଏଠାକୁର (୧୦), ଫ୍ରିକାଶ୍ମୀର ଓଆର୍ଜି (୯), ସିଭିଟାସ୍କାଶ୍ମୀର (୭), ଜଷ୍ଟିସଫର୍ ଅଲ୍ସିଏନ୍ (୬), ଏଫ୍ସିହାକ୍ (୬), ଅଜିତସାହୀ (୨), ଫାଉଣ୍ଡେସନ ଟିଏଲ୍ଏସ୍ (୨), ବର୍ମାଟାସ୍କଫୋର୍ସ (୧), ଘୁଲାମନବି ଫାୟି (୧), ଡାନିଏଲ୍ଲେଖାଁ (୧), ଡିଜିଏଟ୍ କନ୍ଫରେନ୍ସ (୧) ସେହିପରି ମୁସଲମାନ ଗଣହତ୍ୟା ଏବଂ କାଶ୍ମିର ଶବ୍ଦର ବ୍ୟବହାର ବିଶ୍ଳେଷଣ ତଥ୍ୟକୁ ଲକ୍ଷ୍ୟ କରାଯାଇପାରେ । ୨୦୧୦ରୁ ୨୦୨୨ ମଧ୍ୟରେ ୯୭୪୯ ଟ୍ୱିଟକୁ ୩୭୦୫୮ଥର ରିଟ୍ୱିଟ କରାଯାଇଥିବାର ତଥ୍ୟ ଦୃଷ୍ଟିକୁ ଆସିଥାଏ । ୨୦୧୮ରୁ ମୁସଲମାନ ଗଣହତ୍ୟା ଶବ୍ଦର ବ୍ୟବହାର ଟ୍ୱିଟରରେ ଅଧିକ ହେବା ଜଣାପଡିଥାଏ । ଭାରତରେ “ମୁସଲମାନ ଗଣହତ୍ୟା” ·ଲିଥିବା ମିଥ୍ୟା ପ୍ର·ରଟିକୁ ଯେଉଁସବୁ ଟ୍ୱିଟର ଆକାଉଣ୍ଟରୁ ଅଧିକ ପ୍ର·ର କରାଯାଇଥିଲା ତାହା ଏହିପରି ସିଜେୱେର୍ଲମ୍ୟାନ (୭), ମୋବିଶାହ (୬), ଜିମିରୱାକା (୪), ଏମ୍ଏଠାକୁର (୩), ତୁର୍ଗେ ଏଭରେନ୍ ୧(୨), ହରନେମଇଜ୍ବେଅ (୨), ଅଜିଆକାଶ୍ମିର (୨), ଜଷ୍ଟିସଫରଅଲସିଏନ୍ (୧), ହିନ୍ଦୁତ୍ୱୱାଚ୍ଇନ୍ (୧) । ସେମିତି “ଇସଲାମଫୋବିଆ” ଶବ୍ଦଟିକୁ ଏହିସବୁ ସଂଗଠନଗୁଡିକ ଭାରତର ସମ୍ମାନକୁ କ୍ଷୁର୍ଣ୍ଣ କରିବା ପାଇଁ ବ୍ୟବହାର କରିଆସିଛନ୍ତି । ସେମାନେ ସୋସିଆଲ ମିଡିଆରେ ଏକ ସଂଗଠିତ ଢଙ୍ଗରେ ଟ୍ୱିଟର ସହାୟତାରେ ଭାରତ ବିରୋଧୀ ପ୍ର·ରକୁ ପ୍ରୋତ୍ସାହିତ କରିଛନ୍ତି । ଭାରତକୁ ଏକ ମୁସଲିମ ବିରୋଧୀ ରାଷ୍ଟ୍ର ଭାବେ ବିଶ୍ୱରେ ଉପସ୍ଥାପିତ କରିବା ଏହି ଗୋଷ୍ଠୀଙ୍କର ପ୍ରୟାସ ରହିଆସିଛି । ଟ୍ୱିଟରରେ ଏମାନେ ‘ଇସଲାମଫୋବିଆ’ (ଇସଲାମ ବିରୋଧୀ) ଶବ୍ଦଟିକୁ ୪୩୩୧୪୩ ଥର ଟ୍ୱିଟ କରିଥିଲା ବେଳେ ଯଦି ଭାରତ (ଇଣ୍ଡିଆ) ସଂପର୍କୀତ ଶବ୍ଦଟିକୁ ଏହା ସହ ଯୋଡିଦେବା ତେବେ ଦେଖିବାକୁ ମିଳିବ ଯେ ପ୍ରାୟ ୧୮,୬୯,୯୩୫ ଥର ଏମାନେ ଭାରତ ବିରୁଦ୍ଧରେ ଏହି ଦୁଇଟି ଶବ୍ଦକୁ ଟ୍ୱିଟରରେ ବ୍ୟବହାର କରିଆସିଛନ୍ତି ।
୨୦୧୮ ଶେଷପର୍ଯ୍ୟନ୍ତ ସୋସିଆଲ ମିଡିଆରେ ‘ଇସଲାମଫୋବିଆ’ ଶବ୍ଦଟିର ବ୍ୟବହାର ଦେଖିବାକୁ ମିଳୁନଥିଲା । ୨୦୧୯ରେ ଏହା ଆରମ୍ଭ ହୋଇ ୨୦୨୦ବେଳକୁ ଅତି ବ୍ୟାପକ ହୋଇଥିଲା । କେବଳ ୨୦୨୦ ବର୍ଷରେ ୩୪୩୦୦୦ ଟ୍ୱିଟ ଏହି ଶବ୍ଦଟିକୁ ନେଇ ହୋଇଥିଲା । ଏହି ସମୟରେ କେତେକ ଘଟଣାବଳୀକୁ ଏଠାରେ ବିଶ୍ଳେଷଣ କରାଯାଇପାରେ ।
୨୦୧୯ରେ ମିଛଖବର ପ୍ରସାରରେ ଧୂରନ୍ଧର ଥିବା ଅଷ୍ଟ୍ରେଲିଆର ସାମ୍ବାଦିକ ସିଜେ ୱାର୍ଲେମାନ ଇସଲାମଫୋବିଆ ଶବ୍ଦଟିକୁ ବ୍ୟାପକ ପ୍ରସାରିତ କରିବାକୁ ଚେଷ୍ଟା କଲେ । ୮ମଇ ୨୦୧୯ରେ ଅଡ୍ରେ ଟ୍ରୁଶ୍ଚକେ ଆଉରଙ୍ଗଜେବ ସଂପର୍କରେ ଭାଷଣ ଦେଉଥିବା ଜଣେ ରାଜନେତାଙ୍କ ଭିଡିଓକୁ ଦେଖାଇ ତାହା ଇସଲାମଫୋବିଆ ବୋଲି ପ୍ର·ର କଲେ । ୩ଜୁନ୍ ୨୦୧୯ରେ ଇଂଲଣ୍ଡରୁ ‘ଇସଲାମଫୋବିଆ’ ପ୍ର·ରଟି ଜୋର ଧରିଥିଲା । ତା ପଛରେ ଥିଲା ତାଲିବାନ ସମର୍ଥକ ପାକ୍ ମୁସଲମାନ ଜାହିଦ ଅଖ୍ତାର । ସେ ତାର ହ୍ୟାଣ୍ଡେଲ ଅ ଡୁଏମୁସଲିମ୍ସ (ଡକୁମେଣ୍ଟିଂ ଅପ୍ରେସନ ଏଗନେଷ୍ଟ ମୁସଲିମ୍ସ) ଦ୍ୱାରା ଏହି ପ୍ର·ରଟିକୁ ଚଳାଇଲା । ୧୩ ଡିସେମ୍ବର ୨୦୧୯ରେ ଖାଲିଦ ବେଦଉନ୍ ସମାନ ପ୍ରକାର ପ୍ର·ର ଜାରି ରଖିଲା । ପୁନର୍ବାର ଡୁମୁସଲିମ୍ସ ଇସଲାମଫୋବିଆ ସହ ଯୋଡି ହିନ୍ଦୁ ବିରୋଧୀ ପ୍ର·ର ଚଳାଇଲା । ଆରବ ଜଗତରୁ ଏମିତି ଅନେକଗୁଡିଏ ନକଲି ଆକାଉଣ୍ଟରୁ ହିନ୍ଦୁ ବିରୋଧୀ ଏବଂ ଭାରତ ବିରୋଧୀ ପ୍ର·ରକୁ ଜୋର୍ସୋରରେ ବଢାଗଲା । ‘ଇସଲାମଫୋବିଆ’କୁ କେନ୍ଦ୍ରକରି ଯେଉଁ ହ୍ୟାଣ୍ଡେଲସରୁ ଟ୍ୱିଟ୍ସ କାଉଣ୍ଟ ହୋଇଥିଲା ସେଗୁଡିକ ଥିଲା ଏହିପରି -ଖାଲେଦ ବେଦଉନ୍ (୧୪୦), ଆଇଏଏମ୍ କାଉନସିଲ (୭୫), ସିଜେ ୱେର୍ଲେମାନ (୫୪), ମୋବିଶାହ (୩୬), ଜଷ୍ଟିସଫର ଅଲସିଏନ୍ (୨୭), ହିନ୍ଦୁତ୍ୱ ୱାଚ୍ ଇନ୍ (୨୪), ହରନେମ୍ଇଜବେଆ (୨୩), ରାଣାଅୟୁବ (୨୨) ନିତାଶାକାଉଲ (୨୧), ଏଫ୍ଚକ୍ (୧୯), ଶେଖଉବୈ÷ଦ (୧୫), ଫ୍ରେଡେରିକ୍ ପିଟର (୧୩), ମାଲିକମୁଜାହିଦ (୧୩), ଅଡ୍ରେଟ୍ରୁଶ୍ଚକେ (୧୨),କାରିନ ଫିଶ୍ଚର (୧୦), ଫ୍ରିକାଶ୍ମିର ଓଆର୍ଜି (୮),ହିନ୍ଦୁସ ୪ଏଚ୍ଆର (୮), ସେଭ୍ଇଣ୍ଡିଆ ଓଆର୍ଜି (୭), ଅଜିଆ କାଶ୍ମୀର (୩), ଅଜିତ ସାହୀ (୩), ବର୍ମା ଟାସ୍କଫୋର୍ସ(୩), ସିଭିଟାସ କାଶ୍ମୀର (୩), ଫାଉଣ୍ଡେସନ ଟିଏଲ୍ଏସ (୨), ଷ୍ଟୁଡେଣ୍ଟସଏଚ୍ (୨), ଏଚ୍ଆର୍ଭି (୨), ତୁର୍ଗେଏଭରେନ୍ (୧), ଜିମିରୱକା (୧),ଏମ୍ଏ ଠାକୁର (୧) ।
ଏହି ଷଡଯନ୍ତ୍ରରୁ ଜାଣିହେବ ଯେ କିପରି ଆନ୍ତର୍ଜାତିର ସ୍ତରରେ ଭାରତ ବିରୁଦ୍ଧରେ ସଂଗଠିତ ପ୍ରୟାସ ·ଲିଛି । ଭାରତ ବିରୋଧୀମାନଙ୍କ ସଂପର୍କରେ ଅଧିକ ଆଲୋଚନା ନହେବା ହେଉଛି ସଚେତନତାର ଅଭାବ । ଲୋକେ ଏ ସଂପର୍କରେ ଅଧିକ ସଚେତନ ହେଲେ ସେମାନେ ସୋସିଆଲ ମିଡିଆରେ ଭାରତ ବିରୋଧୀଙ୍କୁ ଉତ୍ତର ଦେବାଲାଗି ସୂଚନା ସେନା ହୋଇ କାର୍ଯ୍ୟ କରିବେ । ଅପପ୍ର·ରକୁ ପ୍ରତିହତ କରିବା, ଅପପ୍ରସାୟକୁ ବିରୋଧ କରିବା ଲାଗି ଦେଶ ମଧ୍ୟରେ ସଚେତନ ନାଗରିକ ଗୋଷ୍ଠୀ ସୃଷ୍ଟି ହେଲେ ଏସବୁ ଷଡଯନ୍ତ୍ରକୁ ସାମନା କରାଯାଇପାରିବ ।
ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩