Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ଦି କେରଳା ଷ୍ଟୋରୀର ଭୟାବହ ସତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦି କେରଳା ଷ୍ଟୋରୀର ଭୟାବହ ସତ


ଡ. ସମନ୍ୱୟ ନନ୍ଦ
ବେଳେ ବେଳେ ସତ ଉପରେ ପରଦା ପରଦା ପକାଇ ରଖା ଯାଇଥାଏ । କିଛି ଶକ୍ତି ସେହି ପରଦାକୁ ଉଠାଇବାକୁ ଦେଇ ନଥାନ୍ତି । ସେହି ପରଦା ପଛରେ ଥିବା ଘଟଣା ଓ କାହାଣୀ ସମ୍ପର୍କରେ ଆଲୋଚନା କରିବାକୁ ମଧ୍ୟ ବାରଣ କରାଯାଇଥାଏ । ତଥାକଥିତ ସେକୁଲାର- ଲିବେରାଲ ମାନେ ଜାଣି ଶୁଣି ଏଭଳି ସତ ଉପରେ ପରଦା ପକାଇଥାନ୍ତି । ସେ ବିଷୟରେ ଆଲୋଚନା କଲେ ଏହା ଦ୍ୱାରା ସାଂପ୍ରଦାୟିକ ବିଦ୍ୱେଷର ଭାବନା ସମାଜରେ ଉତ୍ପନ୍ନ ହେବାର ଭୟ ଦେଖା ଯାଇ ତା ଉପରେ ବିମର୍ଶ କରିବାକୁ ଦିଆ ଯାଏ ନାହିଁ । କିନ୍ତୁ ଏହି ପରଦା ପଛର ସତ ଅତ୍ୟନ୍ତ ଭୟଙ୍କର ହୋଇଥାଏ । ଏଭଳି ଏକ ସତ ହେଉଛି ଭାରତରେ ସୁନିୟୋଜିତ ଭାବେ ଚାଲିଥିବା ପ୍ରେମ ନାମରେ ଜିହାଦ । ଦେଶର ଝିଅ ମାନଙ୍କୁ କୌଣସି ଉପାୟରେ ବ୍ରେନ ୱାସ କରି ସେମାନଙ୍କୁ ଇସଲାମରେ କନଭର୍ଟ କରିବା ଓ ସେମାନଙ୍କୁ ରେଡିକାଲାଇଜ କରି ଇସଲାମୀ ଆତଙ୍କବାଦୀ ସଂଗଠନରେ ସାମିଲ କରିବା ଠାରୁ ସେମାନଙ୍କୁ ଆଇଏସଆଇଏସ ପରି ଆତଙ୍କବାଦୀ ସଂଗଠନ ମାନଙ୍କର ସେକ୍ସ ସ୍ଲେଭ କରିବା ଯାଏ ଘଟଣାର ସତ । ଏହି ଫିଲ୍ମର ଟ୍ରେଲର ରିଲିଜ ହେବା ପର ଠାରୁ ସେକୁଲାର ବର୍ଗର ଲୋକ ମାନେ ଛାତି ପିଟିବା ସହ ଏହା ଉପରେ ରୋକ ଲଗାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରି ସାରିଲେଣି । ଦି କେରଳ ଫାଇଲ୍ସ ଏହି ସତ ଉପରୁ ପରଦା ଉଠାଇ ଦେଇଛି ।
ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମ ଟି କେରଳ ଓ ପଡୋଶୀ କର୍ଣାଟକର ମାଙ୍ଗାଲୋର ଅଂଚଳରେ ଗତ ଅନେକ ବର୍ଷ ଧରି ଘଟି ଆସୁଥିବା ନୀରିହ ହିନ୍ଦୁ ଓ ଖ୍ରୀଷ୍ଟିଆନ ଝିଅ ମାନଙ୍କର ନିଖୋଜ ହେବାର ଏହା କେବଳ ଭୟାବହ କାହାଣୀ ମାତ୍ର ନୁହେଁ ବାସ୍ତବରେ ଏହା ଜିହାଦର ସେହି ବିଭତ୍ସ ଚିତ୍ର । ଏଭଳି ସତ ଉପରେ କେତେ ଦିନ ଯାଏ ଆଖି ବୁଜି ରହି ହେବ ?
ଇସଲାମୀ ଜେହାଦୀ ମାନଙ୍କ ହାତରେ ନିଜର ଭାଗ୍ୟ, ଅତୀତ, ବର୍ତମାନ, ଭବିଷ୍ୟତ ଆଦି ସବୁ ହରାଇ ସାରିଥିବା ହିନ୍ଦୁ ଓ ଖ୍ରୀଷ୍ଟିଆନ ଯୁବତୀ ମାନଙ୍କର କାହାଣୀ ହେଇଛି ଦି କେରଳ ଷ୍ଟୋରୀ । ଏହା ହେଉଛି ଲଭ ଜିହାଦ ଓ କନଭର୍ସନର ସେହି ଦିଗ ଯାହାକୁ ଆମେ ଅନେକ ଲୋକ ଜାଣୁ, ତଥାପି ଆଖି ବୁଜି ଦେଉ । ଆଖି ବୁଜିବାକୁ ଆମେ ବୋଧ ହୁଏ ଭଲ ବୋଲି ମନେ କରୁ । ଏହି ସିନେମା ଜରିଆରେ ସେହି ସତ ବାହାରକୁ ଆସିଛି ।
ଏହି ସିନେମା ବିଷୟରେ ଯଦି ସଂକ୍ଷେପରେ କୁହା ଯିବ ତେବେ ଏହା ତିନି ଜଣ ଝିଅଙ୍କ କାହାଣୀ ଯେଉଁ ମାନଙ୍କୁ ଇସଲାମୀ ଧର୍ମାନ୍ତରୀକରଣର ଜାଲରେ ଫସାଇ ଦିଆଯାଏ । ସେମାନଙ୍କର ହ୍ୟୁମାନ ଟ୍ରାଫିକିଂ କରାଯାଇ ସେମାନଙ୍କୁ ଆଇଏସଆଇଏସ ଆତଙ୍କବାଦୀ ଗଡକୁ ପଠାଇ ଦିଆଯାଏ । ସେମାନଙ୍କୁ ସେଠାରେ ଯୌନ ଦାସୀ କରି ଦିଆଯାଏ । ସିନେମାରେ ଯାହା ଘଟେ, ଯାହା ବାସ୍ତବିକତା ରହିଛି ତାକୁ ପ୍ରଦର୍ଶିତ କରାଯାଇଛି । ନିଜକୁ ମିଛରେ ନିରପେକ୍ଷ ବୋଲି ଦେଖାଇ ହେବାକୁ ଆଦୌ ଚେଷ୍ଟା କରାଯାଇ ନାହିଁ ।
ଏହି ଫିଲ୍ମରେ ଆଫଗାନିସ୍ତାନର ଯେଉଁ ଦୃଶ୍ୟ ଦେଖା ଯାଇଛି ତାହା ବାସ୍ତବିକ ଲାଗୁଛି । ମହିଳା ମାନଙ୍କୁ ଇସଲାମରେ କଟ୍ଟରପନ୍ଥୀ ମାନେ ଉପଭୋଗର ବସ୍ତୁ ଠାରୁ ଅଧିକ କିଛି ମନେ କରନ୍ତି ନାହିଁ, ତାକୁ ଏହି ସିନେମାରେ ଆଇଏସଆଇଏସ ଓ ତାଲିବାନ ସମ୍ପର୍କିତ ଦୃଶ୍ୟରୁ ସ୍ପଷ୍ଟ ଭାବେ ଦେଖା ଯାଇ ପାରେ । ଇସଲାମୀ ଶରିୟା ଆଇନ ନାମରେ ଯେଉଁ ବିଭତ୍ସତା ଓ କ୍ରୁରତା କରାଯାଏ ତାହା ମଧ୍ୟ ଏହି ଫିଲ୍ମରୁ କେହି ଦେଖି ପାରିବେ । ଏହା ଛଡା ଲଭ ଜିହାଦ ପଛରେ କିଭଳି ମୁଲ୍ଲା- ମୌଲାନା ମାନେ ରହିଥାନ୍ତି ଓ ସେମାନଙ୍କର କେଉଁ ଭଳି ନେଟୱର୍କ ରହିଥାଏ ଓ ସେମାନଙ୍କୁ କିପରି ବିଦେଶୀ ଫଣ୍ଡିଂ ମିଳେ ତାର ମଧ୍ୟ ଝଲକ ଏହି ସିନେମାରେ ମିଳି ପାରିବ ।
ଫିଲ୍ମରେ ଲଭ ଜିହାଦ ଓ ବ୍ରେନ ୱାସ ହେବାର ଶୀକାର ହୋଇଥିବା ଝିଅ ମାନଙ୍କର ପରିବାରର ବ୍ୟଥାକୁ ଅତ୍ୟନ୍ତ ମାର୍ମିକ ଭାବେ ଚିତ୍ରଣ କରାଯାଇଛି । ଲଭ ଜିହାଦର ଶୀକାର ହୋଇଥିବା ଝିଅ ମାନଙ୍କୁ ହରାଇ ମାତା ପିତା ମାନେ କେତେ ମାନସିକ କଷ୍ଟ ପାଇଥାନ୍ତି ତାକୁ ଏହି ସିନେମା ଭଲ ଭାବେ ଦେଖାଇଛି ।
ଏହା ଲଭ ଜିହାଦର ସେହି ସାମାନ୍ୟ ସ୍ୱରୂପ ନୁହେଁ, ଯାହାର ଉଦେ୍ଦଶ୍ୟ ଜନସଂଖ୍ୟାର ଢାଂଚାକୁ ପରିବର୍ତନ କରିବା । ଇସଲାମ ମତାବଲମ୍ବୀ ମାନଙ୍କର ସଂଖ୍ୟା ବୃଦ୍ଧି କରି ଡେମୋଗ୍ରାଫୀରେ ପରିବର୍ତନ କରିବା । ବରଂ ସେହି କନଭର୍ଟ ହୋଇଥିବା ଜନସଂଖ୍ୟାକୁ ତାର ଶେଷ ଲକ୍ଷ୍ୟ ଆତଙ୍କବାଦ ଯାଏ ନେଇଯିବାର ଏହା ହେଉଛି ଲକ୍ଷ୍ୟ ।
ତେବେ ଏହା ପଛର ଶକ୍ତି ମାନଙ୍କର ଚିତ୍ରଣ କରିବା ଏତେ ସହଜ କଥା ନୁହେଁ । ଏହି ଲଭ ଜିହାଦ ଇଣ୍ଡଷ୍ଟ୍ରୀ ପଛରେ ଯେଉଁ ଲୋକ, ସଂଗଠନ ଆଦି ରହିଛନ୍ତି ସେମାନଙ୍କର ଆନ୍ତର୍ଜାତିକ ନେଟୱର୍କ ରହିଛି । ସେମାନଙ୍କ ନିକଟରେ ପ୍ରବଳ ଅର୍ଥ ରହିଛି ଓ ଜନ୍ନତ ପ୍ରାପ୍ତ କରାଇବାର ସ୍ୱପ୍ନ ମଧ୍ୟ ରହିଛି । ଏହି ଇଣ୍ଡଷ୍ଟ୍ରି ପ୍ରତ୍ୟେକ ସମୟରେ ନିଜର ରାସ୍ତା ଓ ପ୍ରକ୍ରିୟା ବଦଳାଇବା ମଧ୍ୟ ଜାଣିଛି ।

ଭାରତରେ ଏଭଳି ଲୋକ ଖୁବ ଅଛନ୍ତି ଯେଉଁ ମାନେ ଲଭ ଜିହାଦର ବାସ୍ତବିକତାକୁ ସ୍ୱୀକାର କରନ୍ତି ନାହିଁ । ଏହାକୁ ସେମାନେ ରାଜନୈତିକ ଚଷମାରେ ଦେଖିଥାନ୍ତି । ସେମାନେ ଲଭ ଜିହାଦ ଓ ଏଭଳି ଫିଲ୍ମକୁ ବିଷାକ୍ତ, କାଳ୍ପନିକ ଭ୍ରାମକ ବୋଲି କହିଥାନ୍ତି । ଭାରତର ତଥାକଥିତ ମେନ ଷ୍ଟ୍ରିମ ମିଡିଆ ମଧ୍ୟ ଏପରି ମନେ କରେ । ଏହି ଫିଲ୍ମୁକୁ ନେଇ ଅନେକ ପ୍ରକାର ଅଭିଯୋଗ ଅଣାଯାଇଥିଲା । ହେଲେ ବାସ୍ତବିକତା ହେଲା ଯେ ଏହି ଫିଲ୍ମକୁ ତିଆରି କରିବା ପୂର୍ବରୁ ଗଭୀର ଅନୁସନ୍ଧାନ କରାଯାଇଛି । ଗଭୀର ରିସର୍ଚ କରିବା ପରେ ହିଁ ଫିଲ୍ମ ନିର୍ମାଣ କରାଯାଇଛି ।
ଏହି ସିନେମାରେ ଅତ୍ୟନ୍ତ ନିଖୁଣ ଭାବେ ସେହି ଘଟଣାବଳୀ ଓ ପରିସ୍ଥିତିର ଚିତ୍ରଣ କରାଯାଇଛି ଯେଉଁଥିରେ ଅଧିକାଂଶ ହିନ୍ଦୁ ଝିଅଙ୍କୁ ଟାର୍ଗେଟ କରାଯାଇଥାଏ, ଏକ ସୁସଂଗଠିତ ଇକୋ ସିଷ୍ଟମ ଦ୍ୱାରା ସେମାନଙ୍କୁ ଇସଲାମରେ କନଭର୍ଟ ହେବାକୁ ପ୍ରେରିତ କରାଯାଇଥାଏ ଓ ଇସଲାମୀ ଷ୍ଟେଟର ଯୌନ ଦାସୀ ହେବା ପାଇଁ ସିରିଆର ଯୁଦ୍ଧ କ୍ଷେତ୍ରକୁ ଆତଙ୍କବାଦୀ ମାନଙ୍କର ମନୋରଂଜନ ପାଇଁ ପଠାଇ ଦିଆଯାଇଥାଏ ।
ଏହି କେରଳ ଷ୍ଟୋରୀ ଫିଲ୍ମଟି ଅନେକ ଦିଗକୁ ସାମନାକୁ ଆଣି ପାରିଛି । ସ୍ୱାଭବିକ ଭାବେ ପ୍ରଥମ ଟି ହେଉଛି ଲଭ ଜିହାଦ । ଦ୍ୱିତୀୟ ବିଷୟଟି ହେଲା ହ୍ୟୁମାନ ଟ୍ରାଫିକିଂ । ତୃତୀୟ ବିଷୟ ଟି ହେଉଛି ଆତଙ୍କବାଦ । ଚତୁର୍ଥ ବିଷୟଟି ହେଉଛି ଆତଙ୍କବାଦର ଚେର ଲମ୍ବିଥିବା ନେଟୱର୍କର । ପଂଚମ ବିଷୟଟି ହେଲେ ଭାରତ ପାଇଁ ଜାତୀୟ ସୁରକ୍ଷା ପ୍ରତି ଆସିଥିବା ବିପଦ । ଭାରତର ଝିଅ ମାନଙ୍କର ଶୋଷଣ ଓ ପୀଡା ହେଉଛି ଷଷ୍ଠ ବିଷୟ । ଏହି ସିନେମାରେ ଯାହା ଦେଖା ଯାଇଛି ତାହା କେବଳ କେରଳ ଯାଏ ସୀମିତ ନୁହେଁ । ବିଶ୍ୱର ଅନେକ ଦେଶରେ ଏହି ଭଳି ଭାବେ କାମ କରୁଛି ଓ ଏକ ଆନ୍ତର୍ଜାତିକ ସମସ୍ୟାକୁ ଏହି ଫିଲ୍ମ ସ୍ପର୍ଶ କରୁଛି ।
ଇସଲାମିଷ୍ଟ-ସେକୁରାଲ ଓ ଲିବରାଲ ମାନେ ଯେତେବେଳେ ଏହି ଅକାଟ୍ୟ ପ୍ରମାଣ ଓ ତଥ୍ୟର କାଟ ପାଉ ନାହାନ୍ତି ସେତେବେଳେ ସେମାନେ କହିଛନ୍ତି ଯେ ଫିଲ୍ମରେ ଯେଉଁ ୩୨ ହଜାର ଝିଅ ମାନଙ୍କ କନଭର୍ସନ କରି ସିରିଆ ପଠାଇବା କଥା କୁହାଯାଉଛି, ସେହି ତଥ୍ୟ ଠିକ୍ ନୁହେଁ । ତେଣୁ ଏହି ଫିଲ୍ମ ଏକ ପ୍ରପାଗଣ୍ଡା ଫିଲ୍ମ । ଏହା ଏହି ସେକୁଲାର ମାନଙ୍କର ହିନ୍ଦୁଙ୍କ ପ୍ରତି ଚରଣ ଘୃଣାକୁ ସ୍ପଷ୍ଟ ରୂପେ ପ୍ରଦର୍ଶିତ କରୁଛି । ୩୨ ହଜାର କାହିଁକି ଯଦି ଗୋଟିଏ ଝିଅ ସହିତ ଏପରି ହୋଇଛି, ଯେପରିକି ଏହି ଫିଲ୍ମରେ ଦର୍ଶା ଯାଇଛି, ତା ହେଲେ କଣ ଏହାକୁ ନେଇ ଫିଲ୍ମ ତିଆରି ହେବା ଉଚିତ ନୁହେଁ, ଲୋକ ମାନଙ୍କୁ ଏ ବିଷୟରେ ଜଣାଇବା ଉଚିତ ନୁହେଁ ? ଗୋଟିଏ ଝିଅ ପ୍ରତି ଏଭଳି ନୃଶଂସ ବର୍ବର ବ୍ୟବହାର କଣ ଆଲୋଚନାର ବିଷୟ ବସ୍ତୁ ହେବା ଉଚିତ ନୁହେଁ ? ସେହି ଝିଅ ଓ ତାଙ୍କ ପରିବାର କିଭଳି ମାନସିକ ନିର୍ଯ୍ୟାତନାର ଶୀକାର ହୋଇଥାନ୍ତି ତାକୁ ନେଇ କଣ ସମାଜରେ ଚର୍ଚା ହେବା ଉଚିତ ନୁହେଁ? ଜଣଙ୍କୁ କେହି ହିନ୍ଦୁତ୍ୱର ନାରା ଦେଇ ଗୋଟିଏ ଚାପୁଡା ମାରି ଦେଇଥିବାର ମିଛ ଅଭିଯୋଗକୁ ନେଇ ସାରା ଦେଶରେ ସପ୍ତାହ ସପ୍ତାହ ଧରି ଚର୍ଚା କରାଉଥିବା ଏହି ସେକୁଲାର ବ୍ରିଗେଡ ହିନ୍ଦୁ ଝିଅ ମାନଙ୍କର ପାଇଁ କୌଣସି ପ୍ରକାର ଚର୍ଚା ହେଉ ସେମାନେ ତାହା ଚାହାନ୍ତି ନାହିଁ ।
କେରଳ ଷ୍ଟୋରୀ ସିନେମାରେ ଭାରତୀୟ ସମାଜ ପ୍ରତି ଯେଭଳି ଭାବେ ଭିତରୁ ଆକ୍ରମଣ କରାଯାଉଥିବା ଦର୍ଶା ଯାଉଛି, ତାହା ଅନେକ କିଛି କହୁଛି । ବାସ୍ତବରେ ଏହା ହେଉଛି ଏକ ସାଂସ୍କତିକ ନରସଂହାର ଯାହା କ୍ଷଣକରେ ହୁଏ ନାହିଁ, ବରଂ ଏହା ସମ୍ପୂର୍ଣ ସମାଜକୁ ଧୀରେ ଧୀରେ ଦୁଃଖଭରା ଓ ଭୟଙ୍କର ମୃତ୍ୟୁ ଆଡକୁ ନେଇଯାଏ । ସଚେତନତା ହିଁ ଏଥିରୁ ବର୍ତିବାର ଏକମାତ୍ର ଉପାୟ । ଏହା ହିଁ କେରଳ ଷ୍ଟୋରୀ ଫିଲ୍ମ ଶିକ୍ଷା ପ୍ରଦାନ କରେ ।

Leave a Reply