Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତର ରାଷ୍ଟ୍ରୀୟ ଆନ୍ଦୋଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତର ରାଷ୍ଟ୍ରୀୟ ଆନ୍ଦୋଳନ

ଭାରତର ରାଷ୍ଟ୍ରୀୟ ଆନ୍ଦୋଳନ
ସର୍ବେଶ୍ୱର ବେହେରା
ଇଂରେଜ ଐତିହାସିକମାନେ ଭାରତର ସୁଦୀର୍ଘ ରାଷ୍ଟ୍ରୀୟ ଆନ୍ଦୋଳନକୁ ଘୋର ଉପେକ୍ଷା ଓ ଉପହାସ କରିଛନ୍ତି । ପ୍ରତ୍ୟକ୍ଷ ବ୍ରିଟିଶ ଶାସନ ପ୍ରତିଷ୍ଠା ହେବା ପରେ ବ୍ରିଟିଶ ସାମ୍ରାଜ୍ୟବାଦୀ ଇତିହାସକାରମାନେ ବହୁ ନୂତନ ମିଥ୍ୟା ଘଟଣା, ଭାରତୀୟ ଇତିହାସକୁ ବିକୃତି କରିବା ଆରମ୍ଭ କରିଦେଇଥିଲେ । ନିଜର ଆଧିପତ୍ୟ ଏଠାରେ ଦୀର୍ଘଦିନ ପର୍ଯ୍ୟନ୍ତ ବିସ୍ତାର କରିବା ପାଇଁ ସେମାନେ ଭାରତର ଇତିହାସକୁ ସୁନିୟୋଜିତ ପଦ୍ଧତିରେ ବ୍ୟାଖ୍ୟା କରିଥିଲେ । ସେମାନେ ଭାରତୀୟ ସମାଜ ଓ ରାଷ୍ଟ୍ରୀୟ ଚେତନା ଆଦିର ବିଚାରକୁ କେବଳ ରାଜନୈତିକ ଉପଯୋଗ ମଧ୍ୟରେ ସୀମିତ ରଖିଥିଲେ । ସେମାନେ ଭାରତର ରାଷ୍ଟ୍ରୀୟ ଚେତନା ଓ ରାଷ୍ଟ୍ରୀୟ ଆନ୍ଦୋଳନକୁ ଘୋର ଅବମାନନା କରିଥିଲେ । ଉଦାହରଣତଃ ସାର୍ ଜନ ଚୈସ୍ନେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ଉପରେ ଦୁଇ ପୃଷ୍ଠା ରଚନା କରିଥିଲେ । ସେ ରାଷ୍ଟ୍ରୀୟ କଂଗ୍ରେସ ଆନ୍ଦୋଳନକୁ ‘ଚାଟୁକାରିତା’ ଓ ‘ପାଗଳାମି’ ବୋଲି କହିଥିଲେ କାରଣ ସେମାନଙ୍କ କାର୍ଯ୍ୟକ୍ରମ ସବୁ ଖରାପ ଥିଲା । ସେ କଂଗ୍ରେସର ପ୍ରାରମ୍ଭିକ ଅଧ୍ୟକ୍ଷମାନଙ୍କୁ ମୂର୍ଖ ରାଜନୀତିଜ୍ଞ କହିଥିଲା । ସେହିପରି ସାର ଜନ ଷ୍ଟ୍ରେଚୀ, ଯେ ଭାରତ ସରକାରଙ୍କ ଅର୍ଥ ସଚିବ ଥିଲା, ସେ ଭାରତକୁ ଏକ ଭୌଗୋଳିକ ବିନ୍ଦୁ ମାତ୍ର’ ରୂପେ ସ୍ୱୀକାର କରିଥିଲା ।
ପରିବର୍ତ୍ତିତ ପରିସ୍ଥିତିରେ ଏହି ଲେଖକମାନେ ଭାରତ ସମ୍ବନ୍ଧରେ ରାଷ୍ଟ୍ରର ପରିକଳ୍ପନାକୁ ପରିବର୍ତ୍ତନ କରିଥିଲେ । ଭାରତୀୟମାନଙ୍କ ମଧ୍ୟରେ କୌଣସି ରାଷ୍ଟ୍ରୀୟତାର ଭାବନା ନଥିଲା କିମ୍ବା ରାଷ୍ଟ୍ରୀୟ ସ୍ୱାଭିମାନ ନଥିଲା ଆଦି ଉଲ୍ଲେଖ କରିଥିଲେ । ଭାଲେଣ୍ଟାଇନ୍ ରିସୋର୍ସ ନାମକ ଜଣେ ବିଦ୍ୱାନ ଯେ ଇଂଲଣ୍ଡ ଟାଇମ୍ସ ପତ୍ରିକାର ପ୍ରତିନିଧି ଥିଲା, ସେ ଲୋକମାନ୍ୟ ତିଳକଙ୍କୁ ଭାରତୀୟ ଅସନ୍ତୋଷର ପିତା’ ଓ କଂଗ୍ରେସକୁ ଏକ ହିନ୍ଦୁମାନଙ୍କର ସଂସ୍ଥା ବୋଲି ଉଲ୍ଲେଖ କରିଥିଲା । ସାର ହେରିଙ୍ଗଟନ ଲାବେଟ ୧୯୧୯ ମସିହାରେ ନିଜର ପ୍ରସିଦ୍ଧ ଗ୍ରନ୍ଥରେ ଭାରତୀୟ ରାଷ୍ଟ୍ରୀୟତାର ବିଚାରକୁ ପାଶ୍ଚାତ୍ୟ ଆମୋଦିତ କରିଥିଲା । ଏହି ସମସ୍ତ ବିଦ୍ୱାନମାନେ ଭାରତର ବିଭିନ୍ନ ପ୍ରଦେଶରେ ଯଥା ତତ୍କାଳୀନ ବେଙ୍ଗଲ, ପଞ୍ଜାବ ଓ ମହାରାଷ୍ଟ୍ରରେ ବର୍ଦ୍ଧିତ ରାଷ୍ଟ୍ରୀୟ ଆନ୍ଦୋଳନକୁ ଅଣଦେଖା କରିଥିଲେ । ବି.ଏ.ସ୍ମିଥ ତଥା ଏଚ.ଏଚ. ଜାଡ଼ୱାଲେ ଜାଣିଶୁଣି ଭାରତୀୟ ଚେତନାକୁ ମଧ୍ୟ ଅଣଦେଖା କରିଥିଲେ । ସ୍ମିଥ ୧୯୧୯ରେ ଭାରତ ସମ୍ବନ୍ଧରେ ବିସ୍ତୃତ ଇତିହାସ ରଚନା କରିଥିଲା, କିନ୍ତୁ ରାଷ୍ଟ୍ରୀୟ ଆନ୍ଦୋଳନ ସମ୍ବନ୍ଧରେ ଆଦୌ ଉଲ୍ଲେଖ କରିନଥିଲା । ଜାଡ଼ୱାଲେ ୧୯୧୯-୩୬ ମଧ୍ୟରେ ଅନେକ ପୁସ୍ତକ ରଚନା କରିଥିଲେ । ସେଥିରେ ଭାରତର କୌଣସି କ୍ରାନ୍ତିକାରୀଙ୍କ ନାମ ଉଲ୍ଲେଖ କରିନଥିଲା । ମହାତ୍ମା ଗାନ୍ଧୀଙ୍କ ସମ୍ବନ୍ଧରେ କେବଳ ତିନୋଟି ପାରା ଉଲ୍ଲେଖ କରିଥିଲା । ସେ ମହାତ୍ମା ଗାନ୍ଧୀଙ୍କ ନାମ ଜାଣିଶୁଣି ଭୁଲ କରି ଏମ.ଆର.ଗାନ୍ଧୀ ଲେଖିଥିଲା ।
ସ୍ୱାଧୀନତା ପରେ ମୁଖ୍ୟତଃ କ୍ୟାମ୍ବ୍ରିଜ ବିଚାରଧାରାର ବ୍ରିଟିଶ ଇତିହାସକାରମାନେ ଭାରତର ରାଷ୍ଟ୍ରୀୟ ଆନ୍ଦୋଳନକୁ ବିକୃତ ବ୍ୟାଖ୍ୟା କରିଥିଲେ । ସେମାନେ ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ କେବଳ କ୍ଷମତାର ହସ୍ତାନ୍ତରଣ (ଞକ୍ସବଦ୍ଭଗ୍ଦଲରକ୍ସ କ୍ଟଲ ଚକ୍ଟଙ୍ଗରକ୍ସ) କହିଥିଲେ । ଇଂରେଜମାନେ ଭାରତୀୟମାନଙ୍କୁ ଏକ ସୁନ୍ଦର ଉପହାର ଦେଲେ ବୋଲି ଉଲ୍ଲେଖ କରିଛନ୍ତି । ଅନୀଲ ଶୀଲ ନାମକ ଇତିହାସକାର ନିଜର ପୁସ୍ତକରେ ବ୍ରିଟିଶ ଶାସନର କେତେକ ଅଧିକାରୀ, ଜମିଦାର, ନବାବ ତଥା କେତେକ ଇଂରାଜୀ ପଢ଼ାଲେଖା ଭାରତୀୟମାନଙ୍କ ପରସ୍ପର ସହଯୋଗ ବୋଲି ଉଲ୍ଲେଖ କରିଥିଲା । ସେ ରାଷ୍ଟ୍ରବାଦ ସ୍ଥାନରେ ‘ରାଷ୍ଟ୍ରବାଦଗୁଡ଼ିକ’ ବୋଲି ଲେଖିଥିଲା । ସ୍ୱାଧୀନତାର କେନ୍ଦ୍ର ଇଂରେଜ ପ୍ରେସିଡ଼େନ୍ସୀଙ୍କ ସମ୍ଭ୍ରାନ୍ତ ବର୍ଗଙ୍କ ଇଚ୍ଛାନୁସାରେ ବୋଲି କହିଥିଲା । କଂଗ୍ରେସର ଜନ୍ମର ମୁଖ୍ୟ ବିଚାର ଲର୍ଡ଼ ଡାରୱିନଙ୍କ ଦାନ ବୋଲି କହିଥିଲା । ଏହିପରି ଅନେକ ଇତିହାସକାର ଗୋର୍ଡ଼ନ ଜନସନ, ଡି.ଏ.ୱସବୁଡ଼, ସି.ଜି.ବେକର, ସି.ଏ.ବାୟସୀମାନେ ଭାରତର ଗୋଟିଏ ଗୋଟିଏ ପ୍ରଦେଶର ଇତିହାସର କାଳଖଣ୍ଡରେ ଇଂରେଜମାନଙ୍କ ବିରୋଧରେ ଆନ୍ଦୋଳନକୁ ଘୋର ସମାଲୋଚନା କରିଥିଲେ । ସେମାନେ ଭାରତର ରାଷ୍ଟ୍ରୀୟ ନେତାମାନଙ୍କ ଚରିତ୍ର ସଂହାର ଅତି ନିମ୍ନ ସ୍ତରରେ କରିଥିଲେ । ସେମାନେ ଭାରତୀୟ ନେତାମାନେ ପରସ୍ପର ଗୋଷ୍ଠୀବାଦରେ ଜଡ଼ିତ, ସ୍ୱାର୍ଥୀ, ସୁବିଧାବାଦୀ, ଷଡ଼ଯନ୍ତ୍ରକାରୀ ଓ ଛଳକପଟକାରୀ ବୋଲି ଉଲ୍ଲେଖ କରିଥିଲେ । ସେମାନେ ଭାରତୀୟ ବିଚାରଧାରାର ଅସ୍ତିତ୍ୱକୁ ଅତି ନିମ୍ନ ସ୍ତରରେ ଉଲ୍ଲେଖ କରିଥିଲେ । ଭାରତୀୟ ନେତାମାନଙ୍କ ଚରିତ୍ର ସଂହାର କରି ମହାତ୍ମା ଗାନ୍ଧୀଙ୍କୁ ଧୂର୍ତ୍ତ, ତିଳକଙ୍କୁ ବିବାଦୀୟ ଓ ଜାତିବାଦୀ, ଲାଲା ଲଜପତ ରାୟଙ୍କୁ ଏକ ରାଜନୈତିକ ଏଣ୍ଡୁଅ’, ସି.ଆର.ଦାସଙ୍କୁ ଭାରତୀୟ ରାଜନୀତିର ସୁବିଧାବାଦୀ ବ୍ୟକ୍ତି, ଏସ.ସି.ବୋଷଙ୍କୁ ଜଣେ ଖରାପ ଓ ଦୁର୍ଜନମାନଙ୍କ ନେତା, ସି.ପି.ରାମସ୍ୱାମୀ ଆୟରଙ୍କୁ ଚାକିରି ପାଇଁ ଇଚ୍ଛୁକ ବ୍ୟକ୍ତି ତଥା ବି.ସି.ରାୟଙ୍କୁ ଗୋଷ୍ଠୀକନ୍ଦଳକାରୀ ବୋଲି ଉଲ୍ଲେଖ କରିଥିଲେ । ସଂକ୍ଷିପ୍ତରେ ସମାନେ ଭାରତୀୟ ରାଷ୍ଟ୍ରୀୟ ଆନ୍ଦୋଳନକୁ ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କ ଭୌତିକ ଲାଭ ବୋଲି କହିଥିଲେ । ଭାରତୀୟ ରାଷ୍ଟ୍ରୀୟ ଆନ୍ଦୋଳନ ପଛରେ କୌଣସି ବିଚାର କିମ୍ବା ଚିନ୍ତନ ନଥିଲା । ତପନ ରାୟ ଚୌଧୁରୀ ବ୍ରିଟିଶ ଇତିହାସକାରଙ୍କ ପରି ଏହାକୁ ପଶୁମାନଙ୍କ ସଂଘର୍ଷ କିମ୍ବା ପଶୁମାନଙ୍କ ରାଜନୀତି ବୋଲି ଉଲ୍ଲେଖ କରିଥିଲେ । ଏହିପରି ବ୍ରିଟିଶ ଇତିହାସକାରଙ୍କ ପରି ଭାରତୀୟ କମ୍ୟୁନିଷ୍ଟମାନେ ଭାରତୀୟ ଇତିହାସକୁ ବିକୃତୀକରଣ କରିବା ସହିତ ଭାରତୀୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଚରିତ୍ର ସଂହାର କରିଥିଲେ ।
ଭାରତର ସ୍ୱାଧୀନତା ପରେ ଦେଶର ଇତିହାସକାରମାନେ ଦେଶର ପ୍ରକୃତ ନିରପେକ୍ଷ, ତଥ୍ୟମ୍ବଳିତ ପ୍ରାମାଣିକ ଇତିହାସ ଲେଖିବା ଆବଶ୍ୟକ । ଇତିହାସକୁ ରାଜନୀତିର ଆଖଡ଼ା କହିବା ଆବଶ୍ୟକ ନୁହେଁ । ଭାରତୀୟ ଇତିହାସ ଭାରତୀୟ ଚିନ୍ତନ ଓ ରାଷ୍ଟ୍ରୀୟ ଦୃଷ୍ଟିଆଧାରିତ ହେବା ଆବଶ୍ୟକ । ଭାରତୀୟ ଇତିହାସକୁ ତା’ର ସାଂସ୍କୃତିକ ଧରାତଳର ବିଚାର କରି ଉଲ୍ଲେଖ ହେବା ଆବଶ୍ୟକ । ଭୌତିକ ପ୍ରଗତି ସହିତ ଭାରତର ଆଧ୍ୟାତ୍ମିକ, ବୈଜ୍ଞାନିକ, ଧାର୍ମିକ ତଥା ସାଂସ୍କୃତିକ ପ୍ରଗତି ସହିତ ଭାରତ ବିଶ୍ୱକୁ ଦାନ ଆଦି ବର୍ଣ୍ଣନା କରି ତଥ୍ୟ ସମ୍ବଳିତ ଇତିହାସ ବର୍ଣ୍ଣନା ହେବା ଆବଶ୍ୟକ । ଆମର ମାର୍ଗଦର୍ଶନ କଥା ଇତିହାସ ସତ୍ୟ, କେବଳ ସତ୍ୟ, ସମ୍ପୂର୍ଣ୍ଣ ସତ୍ୟ ଉପରେ ଆଧାରିତ ହେବା ଆବଶ୍ୟକ । ତା’ ଉପରେ ଇତିହାସର ଏକ ସୁଦୃଢ଼ ଢ଼ାଞ୍ଚା ନିର୍ମାଣ ହୋଇପାରିବ । ଭାରତୀୟ ଇତିହାସ ଅଧ୍ୟୟନ ପାଇଁ ଭାରତୀୟ ସାଧନ ଗୁଡ଼ିକର ସନ୍ଧାନ ତଥା ତା’ର ସଦୁପଯୋଗ ହେବା ଆବଶ୍ୟକ ।
ଆଡ଼ଭୋକେଟ, ଖଟବିନସାହି, କଟକ
ମୋ-୯୪୩୭୦୧୬୩୮୪
-ଠ-

Leave a Reply