Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶିବ ଆରାଧନା ଓ ଏହାର ସିଦ୍ଧାନ୍ତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶିବ ଆରାଧନା ଓ ଏହାର ସିଦ୍ଧାନ୍ତ

-ନେତାଜୀ ତାପସ କୁମାର ସାହୁ-

“ନାଗେନ୍ଦ୍ର ହାରାୟ ତ୍ରିଲୋଚନାୟ ଭସ୍ମାଙ୍ଗ ରାଗାୟ ମହେଶ୍ୱରାୟ ନିତ୍ୟାୟ ଶୁଦ୍ଧାୟ ଦିଗମ୍ବରାୟ ତସ୍ମୈ ‘ନ’ କାରାୟ ନମଃ ଶିବାୟ ” ଦେବ ଦେବ ମହାଦେବଙ୍କ ଜୀବନଚର୍ଯ୍ୟା ଯାହାକି ବୈଜ୍ଞାନିକ ସିଦ୍ଧାନ୍ତ ଉପରେ ପର୍ଯ୍ୟବେସିତ ତାହା ସମଗ୍ର ଜୀବ ଜଗତପାଇଁ ପ୍ରେରଣାପ୍ରଦ ତଥା ସମୟର ଆହ୍ୱାନ କ୍ରମେ ଏହାର ବିଶେଷ ଗୁରୁତ୍ୱ ରହିଛି । ଶିବଙ୍କ ଆରାଧନା ଆଦିମ କାଳରୁ ଆଜି ଯାଏ ପ୍ରଚଳିତ, ସେ ଜୀବସତ୍ତା ଉତ୍ପତ୍ତିର ମୁଖ୍ୟ କାରଣ ଯେଉଁଥିପାଇଁ ସେ ସଂହାରକର୍ତ୍ତା ରୂପେ ପରିଚିତ । କେବଳ ସେତିକି ନୁହ ଭଗବାନ ଶଙ୍କର ତଥା ତାଙ୍କ ପରିବାରର ପ୍ରତିଟି ସଦସ୍ୟଙ୍କ ସରଳ, ସାଧାରଣ ଓ ଶୃଙ୍ଖଳିତ ଜୀବନ ଯାପନ ଏବଂ ସମାଜର ହିତ ପାଇଁ ଉତ୍ସର୍ଗୀକୃତ ଉଚ୍ଚ ମନୋଭାବନା ଯୋଗୁଁ ସମସ୍ତେ ସର୍ବତ୍ର ପୂଜିତ । ଶଙ୍କର ଭଗବାନଙ୍କ ମସ୍ତକରେ ଚନ୍ଦ୍ର ଏବଂ ଗଙ୍ଗା ବିରାଜିତ । ଚନ୍ଦ୍ର ଶାନ୍ତ ଓ ଶୀତଳତାର ପ୍ରତୀକ ହୋଇଥିଲା ବେଳେ ଗଙ୍ଗା ହେଉଛନ୍ତି ପତିତ ପାବନୀ କ୍ଷ ତେଣୁ ଅଜ୍ଞାନ ରୂପୀ ଅନ୍ଧକାରକୁ ବିନାଶ ନିମନ୍ତେ ବିଚଳିତ କିମ୍ବା କ୍ରୋଧିତ ନ ହୋଇ ଚନ୍ଦ୍ର କିରଣ ପରି ଶାନ୍ତ ଓ ଶୀତଳତା ପୂର୍ବକ ଗଙ୍ଗା ରୂପୀ ଶୁଦ୍ଧ ଜ୍ଞାନର ପ୍ରବାହ କରିଲେ ପ୍ରତିଟି କ୍ଷେତ୍ରରେ ମନୁଷ୍ୟ ସଫଳତା ହାସଲ କରିପାରିବ କ୍ଷ ଶିବଙ୍କ ତୃତୀୟ ନେତ୍ରକୁ ଆଧୁନିକ ବିଜ୍ଞାନ ଭାଷାରେ ମନୁଷ୍ୟ ଶରୀରରେ ଥିବା ପିନିଏଲ୍ ଗ୍ରନ୍ଥି କୁହାଯାଉଥିବା ବେଳେ ଯୋଗ ଶାସ୍ତ୍ର ଅନୁସାରେ ଏହାକୁ ଆଜ୍ଞା ଚକ୍ର କୁହାଯାଏ, ଯାହାକି ବିଭିନ୍ନ ବିଷୟକୁ ତର୍ଜମା କରିବା ସହ ବ୍ୟକ୍ତିକୁ ବିବେକାନୁମୋଦିତ କାର୍ଯ୍ୟ ପାଇଁ ନିଦେ୍ର୍ଦଶିତ କରିଥାଏ । ସାଗର ମନ୍ଥନରୁ ଉତ୍ପନ ହୋଇଥିବା ହଳାହଳ ବିଷ ପ୍ରକୋପରୁ ସମଗ୍ର ସୃଷ୍ଟିକୁ ରକ୍ଷା କରିବା ପାଇଁ ଶିବ ବିଷପାନ କରି ନୀଳକଣ୍ଠ ନାମ ଧାରଣ କରିଛନ୍ତି । ତେବେ ଗଳାରେ ଥିବା ବିଶୁଦ୍ଧି ଚକ୍ରରେ ସର୍ପ ଆଭୂଷଣ ମୁଖ୍ୟତଃ ବ୍ୟକ୍ତିକୁ ପ୍ରତିଟି ବିଷୟରେ ଶୁଦ୍ଧ ଅନ୍ତଃ କରଣ ସହ ବିଚାର ତଥା ଆତ୍ମ ନିୟନ୍ତ୍ରଣ ଦ୍ୱାରା ସମାଜର ହିତ ସାଧନ ସମ୍ଭବ ବୋଲି ସୂଚାଇବା ସହ ତମୋ ଗୁଣ ନାଶ ଏବଂ କୁଣ୍ଡଳିନୀ ଶକ୍ତି ଜାଗରଣର ବାର୍ତ୍ତା ମଧ୍ୟ ଦେଇଥାଏ କ୍ଷବକ୍ଷ ଦେଶରେ ଧାରଣ କରିଥିବା ମୁଣ୍ଡମାଳା ସୂଚାଇଥାଏ ବ୍ୟକ୍ତି ଯେତେ ସୁନ୍ଦର, ଅସୁନ୍ଦର, ଧନୀ, ଗରିବ ହୋଇଥିଲେ ସୁଦ୍ଧା ମୃତ୍ୟୁ ପରେ ସବୁକିଛି ସମାନ ହିଁ ଦେଖା ଯାଏ କ୍ଷ ତେଣୁ ସଂସାର ରେ ମୋହ ମାୟା, ଗର୍ବ ଅହଙ୍କାରର ବଶବର୍ତ୍ତୀ ନ ହୋଇ ସମାଜର ହିତ ପାଇଁ କାର୍ଯ୍ୟ କରିବା ଉଚିତ, ଯାହାକି ମୃତ୍ୟୁପରେ ସେ ଲୋକକୁ ଅମର କରି ରଖିବ କ୍ଷଯେଉଁ ଶ୍ମଶାନର ନାମ ଶୁଣିଲେ ଲୋକ ଭୟଭୀତ ହୋଇଥାନ୍ତି, ମହାଦେବ ସେଠାରେ ଶ୍ମଶାନବାସୀ ରୂପେ ବାସ କରୁଥିବା ବେଳେ ସଂପୂର୍ଣ୍ଣ ଶରୀରରେ ଭସ୍ମ ଲେପନ କରିଥାନ୍ତି କ୍ଷ ଏହା ମାନବ ଜାତିକୁ ମୃତ୍ୟୁ ରୂପକ ଚିରନ୍ତନ ସତ୍ୟ , ବ୍ୟକ୍ତିର ଶେଷ ଠିକଣା ଏବଂ ଖାଲି ହାତରେ ଆସୁଥିବା ଲୋକ ପୁଣି ଖାଲି ହାତରେ ହିଁ ଫେରିଥାଏ ବୋଲି ସୂଚୀତ କରିଥାଏ କ୍ଷମହାଦେବଙ୍କ ହାତରେ ତ୍ରିଶୂଳ ଓ ଡମ୍ବରୁ ଶୋଭା ପାଇଥାଏ । ଯୋଗ ବିଜ୍ଞାନ ଅନୁସାରେ ତ୍ରିଶୂଳ ମଣିଷ ଶରୀରରେ ଥିବା ଇଡ଼ା, ପିଙ୍ଗଳା ଓ ସୁଷମନା ନାଡିକୁ ସୂଚୀତ କରୁଥିବା ବେଳେ ତ୍ରିଗୁଣର ପ୍ରତୀକ ରୂପେ ରୂପେ ମଧ୍ୟ ଗ୍ରହଣ କରାଯାଇଛି । ସେହିପରି କିମ୍ବଦନ୍ତୀ ଅନୁସାରେ ଶଙ୍କର ଭଗବାନ ୧୪ ଥର ଡମ୍ବରୁ ବାଦନ ପରେ ସେଥିରୁ ଉତ୍ପନ ଧ୍ୱନିରୁ ସଂସ୍କୃତ, ବ୍ୟାକରଣ ଓ ସଙ୍ଗୀତର ସାତଟି ସ୍ୱର ସୃଷ୍ଟି ହୋଇଥିବା କୁହାଯାଏ । ଖାଲି ସେତିକି ନୁହେଁ ନିଜେ ଡମ୍ବରୁ ବଜାଇ ମଧ୍ୟ ନୃତ୍ୟ କରିଥିବାରୁ ସେ ନଟରାଜ ରୂପେ ପୂଜିତ କ୍ଷ ତେଣୁ କଳା, ଯୋଗ, ସାହିତ୍ୟ ଓ ନୃତ୍ୟର ଆଦିଦେବ ହେଉଛନ୍ତି ମହାଦେବ କ୍ଷହିମାଳୟରେ ଅବସ୍ଥାନ କରୁଥିବା ଶିବ ଭଗବାନ ଏହି ବାର୍ତ୍ତା ଦେଇଥାନ୍ତି ଜୀବନର ସଂଘର୍ଷ ପଥରେ ହାରି ନଯାଇ ଏକନିଷ୍ଠ ହୋଇ ଲକ୍ଷ୍ୟସ୍ଥଳ ପ୍ରାପ୍ତ କର, ଯାହାକି ତୁମକୁ ଶୀର୍ଷ ସ୍ଥାନରେ ନିଶ୍ଚିତ ରୂପେ ପହଁଞ୍ଚାଇବ କ୍ଷପଶୁପତି ରୂପେ ପରିଚିତ ମହାଦେବ ପ୍ରତିଟି ବ୍ୟକ୍ତି ପାଇଁ ପାଶବିକ ଆଚରଣ ଠୁ ଉର୍ଦ୍ଧ୍ୱକୁ ଉଠି ମନୁଷ୍ୟ ଜନ୍ମର ସାର୍ଥକତା ନିମନ୍ତେ ଉତ୍ତମ ବିଚାରଧାରା ଗ୍ରହଣ କରିବା ସହ ଏହାକୁ ଜଗତ କଲ୍ୟାଣ ନିମନ୍ତେ ବିନିଯୋଗ କରିବାର ସନେ୍ଦଶ ଦେଇଥାନ୍ତି । ସେହିପରି ବୃଷଭ ନନ୍ଦୀ ହେଉଛନ୍ତି ସାତ୍ୱିକ ଶକ୍ତି ଓ ବଳର ପ୍ରତୀକ, ଯିଏକି ମହାଦେବଙ୍କ ବାହାନ କ୍ଷ ଶଙ୍କର ଭଗବାନ ବାଘଛାଲ ପିନ୍ଧିବା ସହ ଏହା ଉପରେ ଉପବିଷ୍ଟ ହୋଇଥାନ୍ତି । ବାଘ ହେଉଛି ଶକ୍ତି ଓ ସତ୍ତାର ପ୍ରତୀକ । ତେଣୁ ଶକ୍ତି ଓ ସତ୍ତା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ତଥା ବିଜୟ ଲାଭ କରିଲେ ହିଁ ମନୁଷ୍ୟ ମୋକ୍ଷ ପ୍ରାପ୍ତି କରିପାରିବ ।ପତିପନôୀର ସମ୍ପର୍କ ତଥା ଶାଶ୍ୱତ ପ୍ରେମର ଜ୍ୱଳନ୍ତ ପ୍ରତୀକ ହେଉଛି ଶିବ ପାର୍ବତୀଙ୍କ ସମ୍ପର୍କ କ୍ଷ ଶିବଙ୍କ ଅପମାନ ସହି ନ ପାରି ଦକ୍ଷ ଯଜ୍ଞରେ ନିଜକୁ ସତୀ ଆହୁତି ଦେବା ହେଉ କିମ୍ବା ସତୀଙ୍କ ମୃତଶରୀରକୁ ଧରି ନିଜକୁ ସମ୍ପୂର୍ଣ୍ଣ ଭାବରେ ଭୁଲି ଶିବ ସମଗ୍ର ବିଶ୍ୱ ଭ୍ରମଣ କରିବା, ପୁଣି କାଳ କାଳ ଧରି ତପସ୍ୟା କରି ଉଭୟେ ପୁଣି ଫେରିପାଇବା ହିଁ ଏହା ସୂଚାଏ ପ୍ରେମର ବାସ୍ତବିକ୍ ପରିଭାଷା । ଯେଉଁଥି ପାଇଁ ଗୋସ୍ୱାମୀ ତୁଳସୀ ଦାସ ରାମାୟଣର ପ୍ରାରମ୍ଭରେ ଶିବ ପାର୍ବତୀଙ୍କୁ ଶ୍ରଦ୍ଧା ଓ ବିଶ୍ୱାସର ପ୍ରତୀକ ରୂପେ ବର୍ଣ୍ଣନା କରିଛନ୍ତି ” ଭବାନୀଶଙ୍କରୌ ବନେ୍ଦ ଶ୍ରଦ୍ଧାବିଶ୍ୱାସରୂପିଣୌଯାଭ୍ୟାଂ ବିନା ନ ପଶ୍ୟନ୍ତି ସିଦ୍ଧାଃ ସ୍ୱାନ୍ତଃସ୍ଥମୀଶ୍ୱରମ୍” ରାମାୟଣର ଏହି ଶ୍ଲୋକ ବାର୍ତ୍ତା ଦେଉଛି ପ୍ରତିଟି ବ୍ୟକ୍ତି ଯେଉଁ ବିଷୟ ପ୍ରତି ଶ୍ରଦ୍ଧା ତଥା ବିଶ୍ୱାସ ପୂର୍ବକ କାର୍ଯ୍ୟ କରିବ, ସେ ସଫଳ ନିଶ୍ଚିତ ଭାବେ ହୋଇପାରିବ । ଶିବଙ୍କ ପରିବାରରେ ଶୃଙ୍ଖଳା ହେଉଛି ଏକ ବଡ ଶିକ୍ଷା । ଖାଦ୍ୟ ଖାଦକ ସମ୍ପର୍କରେ ସିଂହ – ମୂଷା – ସାପ – ବୃଷଭ – ମୟୂର ବନ୍ଧା ହୋଇଥିଲେ ସୁଦ୍ଧା ସମସ୍ତେ ନିଜର ପାଶବିକ ଆଚରଣ ଠୁ ଉର୍ଦ୍ଧ୍ୱରେ କ୍ଷ ସଂସାର ହିତ ପାଇଁ ସମୁଦ୍ର ମନ୍ଥନ ଠୁ ଦେବାସୁର ସଂଗ୍ରାମ ହେଉ କିମ୍ବା ଦେବକୂଳ ଓ ମାନବ କଲ୍ୟାଣ ନିମନ୍ତେ ସମ୍ପୂର୍ଣ୍ଣ ଶିବ ପରିବାରର କାର୍ଯ୍ୟ ହିଁ ତାଙ୍କୁ ଆଦର୍ଶ ପରିବାରର ପରିଚୟ ପ୍ରଦାନ କରିଛି ।

ପୂର୍ବତନ ଅଧ୍ୟାପକ,

ଉଦ୍ଭିଦ ବିଜ୍ଞାନ ବିଭାଗ,

ଡଃ ଯଦୁନାଥ ଡିଗ୍ରୀ କଲେଜ,

ବାଲେଶ୍ୱର ତଥା ଛାତ୍ର,

ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ, ଉକôଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର, ଓଡିଶା

Leave a Reply