Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ମହାପ୍ରଭୁଙ୍କ ସୁନାବେଶ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମହାପ୍ରଭୁଙ୍କ ସୁନାବେଶ

କ୍ଷେତ୍ରମାନଙ୍କ ମଧ୍ୟରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଯେଭଳି ଶ୍ରେଷ୍ଠ ସମସ୍ତ ଦେବତା ମାନଙ୍କ ମଧ୍ୟରେ ଶ୍ରୀ ପୁରୁଷୋତ୍ତମ (ଜଗନ୍ନାଥ) ହେଉଛନ୍ତି ସେହିଭଳି ଶ୍ରେଷ୍ଠ ବା ରାଜା । ଯେପରି – “ସର୍ବେଷାଂ ଚୈବ କ୍ଷେତ୍ରାଣାଂ ରାଜା ଶ୍ରୀ ପୁରୁଷୋତ୍ତମ । ସର୍ବେଷାଂ ଚୈବ ବେଦାନାଂ ରାଜା ଶ୍ରୀ ପୁରୁଷୋତ୍ତମ ।” (କପିଳ ସଂହିତା ) ପ୍ରତିବର୍ଷ ମହାପ୍ରଭୁଙ୍କର ଏହି ରାଜବେଶ ବା ସୁନାବେଶ ପ୍ରାୟ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ । ଏହା ସାଧାରଣତଃ ବିଜୟା ଦଶମୀ (ଦଶହରା ), ପୌଷ ପୂର୍ଣ୍ଣମୀ (ପୁଷ୍ୟାଭିଷେକ), ଦୋଳ ପୂର୍ଣ୍ଣମୀ, କାର୍ତ୍ତିକ ପୁର୍ଣ୍ଣମୀ ଓ ଆଷାଢ଼ ଶୁକ୍ଳ ଏକାଦଶୀ (ରଥ ଉପରେ ) ଦିନ ଅନୁଷ୍ଠିତ ହୋଇଥାଏ । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଏହି ପବିତ୍ର ସୁନାବେଶର ଉତ୍ପତ୍ତି ସଂପର୍କରେ ଜଣାଯାଏ ଯେ, ତ୍ରୟୋଦଶ ଶତାବ୍ଦୀରେ ଗଙ୍ଗବଂଶର ରାଜା ତୃତୀୟ ଅନଙ୍ଗଭୀମ ଦେବ ପୁରୁଷୋତ୍ତମ ଜଗନ୍ନାଥଙ୍କୁ ଉତ୍କଳର ସମ୍ରାଟ ତଥା ରାଷ୍ଟ୍ରଦେବତା ବୋଲି ଘୋଷଣା କରିଥିଲେ । ଏପରିକି ରାଜା କପିଳନ୍ଦ୍ରେଦେବ ନିଜକୁ ଜଗନ୍ନାଥଙ୍କ ରାଉତ ଓ ପୁତ୍ରବୋଲି ଏକ ଶିଳାଲିପିରେ ଉଲ୍ଲେଖ କରିବା ସହିତ ପ୍ରଚୁର ପରିମାଣରେ ସ୍ୱର୍ଣ୍ଣ, ରୌପ୍ୟ, ମଣି, ମୁକ୍ତା ହୀରା, ନୀଳା ଇତ୍ୟାଦି ମୂଲ୍ୟବାନ ରତ୍ନ , ଅଳଙ୍କାର ଶ୍ରୀ ଜୀଉମାନଙ୍କୁ ଅର୍ପଣ କରିଥିବାରୁ ସେ ସମୟରେ ରୀତି, ନୀତି ଓ ପରଂପରାକୁ ନେଇ ସୁନାବେଶର ସୃଷ୍ଟି ହୋଇଥିବା ଅଧିକ ସମ୍ଭବ ମନେହୁଏ । କେତେକ ଗବେଷକଙ୍କ ମତରେ ଜଗତର ନାଥ ଜଗନ୍ନାଥ ହେଉଛନ୍ତି ପୁରୁଷୋତ୍ତମ, ସେ ଦେବାଧିଦେବ ଓ ରାଜାଧିରାଜ । ତାଙ୍କର ପାରଂପରିକ ନୀତି, ଯାନିଯାତ୍ରା, ଉତ୍ସବ, ସେବାପୂଜାରେ ରାଜକୀୟ ଠାଣି ପ୍ରତିଫଳିତ ହୋଇଛି । ତେଣୁ ଉତ୍କଳର ଯଥାର୍ଥ ସମ୍ରାଟ ଭାବେ ତଥା ଏ ଜାତିର ଅଧୀଶ୍ୱର ଓ ସକଳ ଐଶ୍ୱର୍ଯ୍ୟର ଅଧିକାରୀ ଭାବରେ ଶ୍ରୀ ମହାପ୍ରଭୁଙ୍କ ସୁନାବେଶ ଅତ୍ୟନ୍ତ ପ୍ରାଚୀନ କାଳରୁ ରହିଆସିଅଛି । ଅପର ପକ୍ଷରେ ଶ୍ରୀ ଜଗନ୍ନାଥ ହେଉଛନ୍ତି ଐଶ୍ୱର୍ଯ୍ୟ ମାଧୁର୍ଯ୍ୟର ମିଳିତ ବିଗ୍ରହ । ସୁନାବେଶର ଐଶ୍ୱର୍ଯ୍ୟ ଭାବ ପ୍ରକାଶିତ ହୋଇଥାଏ । ଗବେଷକ ମାନେ ସୁନା ବେଶର ଉତ୍ପତ୍ତି ୧୨୩୨ ଖ୍ରୀଷ୍ଟାବ୍ଦ ବୋଲି ନିରୁପଣ କରିଛନ୍ତି । ଦକ୍ଷିଣ ଭାରତ ବିଜୟ କରି ୧୪୬୦ ସାଲର ରାଜା କପିଳେନ୍ଦ୍ର ଦେବ ୧୬ଟି ହସ୍ତୀରେ ବୋଝେଇ ବିପୁଳ ଧନରତ୍ନ ଆଣି ଶ୍ରୀମନ୍ଦିରରେ ମହାପ୍ରଭୁମାନଙ୍କୁ ଉତ୍ସର୍ଗ କରିଥିଲେ । ସେତେବେଳେ ବଡ଼ ଚଢ଼ଉ ସେବକ ଗଜପତି ମହାରାଜାଙ୍କୁ ପ୍ରସ୍ତାବ ଦେଇଥିଲେ ଦେଉଳ ଭିତରେ (ରତ୍ନସିଂହାସନ) ହେଉଥିବା ମହାପ୍ରଭୁଙ୍କ ବେଶକୁ ସମସ୍ତ ବର୍ଗ ଦର୍ଶନ କରିପାରୁ ନାହାନ୍ତି । ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଥାଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଶୁକ୍ଳ ଏକାଦଶୀ ତିଥିରେ ରଥ ଉପରେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶ କରାଯାଉ । ଏହି ପ୍ରସ୍ତାବ କ୍ରମେ ରାଜା କପିଳେନ୍ଦ୍ର ଦେବ ସୁନାବେଶ ପାଇଁ ସେହି ବର୍ଷ ୧୩୮ ପ୍ରକାର ରତ୍ନ ଖଚିତ ସ୍ୱର୍ଣ୍ଣାଳଙ୍କାର ପ୍ରସ୍ତୁତ କରିବା ସହ ରଥ ଉପରେ ସୁନାବେଶ ପ୍ରଚଳନ କରିଥିଲେ । ୫୫୬ ବର୍ଷ ଧରି ରଥ ଉପରେ ହେଉଥିବା ଏହି ଦୁର୍ମୂଲ୍ୟ ତଥା ଦୁର୍ଲଭ ଅଳଙ୍କର ଗୁଡ଼ିକର ମୂଲ୍ୟାଙ୍କନ କରିବା ଅସମ୍ଭବ ବ୍ୟାପାର ହୋଇ ରହିଛି । ମଣି, ମୁକ୍ତା, ହୀରା, ନୀଳା ଆଦି ରତ୍ନ ଖଚିତ ସ୍ୱର୍ଣ୍ଣ ତଥା ରୌପ୍ୟ ଅଳଙ୍କାରଗୁଡ଼ିକ ମୂଲ୍ୟାଙ୍କନ ବର୍ତ୍ତମାନ ସୁଦ୍ଧା ହୋଇପରି ନାହିଁ ଏବଂ ଏଥିପାଇଁ ହୋଇଥିବା ଏକାଧିକଦ୍ରମ ବିଫଳ ହୋଇଛି ବୋଲି ଗବେଷକମାନେ କହିଛନ୍ତି । ମୁଖ୍ୟତଃ ବିରଳ କିସମର ରତ୍ନ ପଥରଗୁଡ଼କର କଠିନତା ପରୀକ୍ଷା ନ ହେବା ଯାଏ ମୂଲ୍ୟାଙ୍କନ ଗୋପାଳ ମହାପାତ୍ର ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ମହେଶ୍ୱର…. ଯଶସ୍ୱିନୀ ପଟ୍ଟନାୟକ୍ର ଆଜି ଆଷାଢ଼ ମାସ ପୂର୍ଣ୍ଣିମା ତିଥି । ଏହି ତିଥିକୁ ଗୁରୁ ପୂର୍ଣ୍ଣିମା ରୂପେ ପାଳନ କରାଯାଏ । ହିନ୍ଦୁ ଧର୍ମରେ ଏହି ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଥିବା ଯୋଗୁଁ ଗୁରୁଙ୍କ ଭଗବାନର ସ୍ଥାନ ଦିଆଯାଇଛି । କାରଣ ଗୁରୁ ହିଁ ଶିଷ୍ୟଙ୍କୁ ନବଜୀବନ ପ୍ରଦାନ କରିଥାନ୍ତି । ସେମାନଙ୍କୁ ଅଜ୍ଞାନର ଅନ୍ଧକାରରୁ ମୁକ୍ତ କରାଇ ଜ୍ଞାନର ଆଲୋକ ପ୍ରଦାନ କରିଥାନ୍ତି । ଗୁରୁ ଶବ୍ଦଟି ହିଁ ଗୁରୁଙ୍କ ମହିମା ବର୍ଣ୍ଣନା କରିଥାଏ । \”ଗୁ\’ର ଅର୍ଥ ଅନ୍ଧକାର ଏବଂ \”ରୁ\’ର ଅର୍ଥ ପ୍ରକାଶ ହୋଇଥାଏ । ଏଥିପାଇଁ ଗୁରୁର ଅର୍ଥ ଅନ୍ଧକାରରୁ ପ୍ରକାଶକୁ ନେଇଯିବା । ତେଣୁ ଗୁରୁ ହିଁ ଶିଷ୍ୟଙ୍କ ଜୀବନରେ ସଫଳତାର ଉଚିତ ମାର୍ଗଦର୍ଶନ କରାଇଥାନ୍ତି । ପୁରାଣ ଅନୁସାରେ ଏହି ଦିନ ଭଗବାନ ବିଷ୍ଣୁଙ୍କ ଅବତାର ଗୁରୁ ବେଦ ବ୍ୟାସଜୀଙ୍କ ଜନ୍ମ ହୋଇଥିଲା । ସେ ମହାଭାରତ ଆଦି ଅନେକ ମହାନ ଗ୍ରନ୍ଥ ରଚନା କରିଥିଲେ । କୌରବ, ପାଣ୍ଡବ ଆଦି ସମସ୍ତେ ବେଦବ୍ୟାସଙ୍କୁ ହିଁ ଗୁରୁ ବୋଲି ମାନନ୍ତି । ଏଥିପାଇଁ ଆଷାଢ଼ ମାସ ପୂର୍ଣ୍ଣିମାକୁ ଗୁରୁ ପୂର୍ଣ୍ଣିମା ବା ବ୍ୟାସ ପୂର୍ଣ୍ଣିମା କୁହାଯାଏ । ଧର୍ମ ଗ୍ରନ୍ଥ ଅନୁସାରେ ଏହି ଦିନ ଯେଉଁ ବ୍ୟକ୍ତି ଗୁରୁଙ୍କ ଆଶୀର୍ବାଦ ପ୍ରାପ୍ତ କରିଥାଏ ତାର ଜୀବନ ସଫଳ ହୋଇଯାଇଥାଏ । ଏହି ଦିନ ଗୁରୁଙ୍କୁ ପୂଜା କରି ତାଙ୍କୁ ସମ୍ମାନ କରିବା ପରମ୍ପରା ପ୍ରଚଳିତ ରହିଛି । ହିନ୍ଦୁ ଧର୍ମ ଗ୍ରନ୍ଥରେ ଗୁରୁଙ୍କ ଭଗବାନଙ୍କ ଠାରୁ ମଧ୍ୟ ଶ୍ରେଷ୍ଠ ବୋଲି କୁହାଯାଇଛି । ଗୁରୁ ହିଁ ଶିଷ୍ୟମାନଙ୍କ ଭବିଷ୍ୟ ଗଢ଼ିଥାନ୍ତି ଏବଂ ସେମାନଙ୍କୁ ଜୀବନର ସବୁଠାରୁ କଠିନ ପରିସ୍ଥିତିର ମୁକାବିଲା କରିବା ପାଇଁ ମଧ୍ୟ ବାଟ ଦେଖାଇଥାନ୍ତି । ମହର୍ଷି ବେଦବ୍ୟାସ ଭବିଷ୍ୟତର ପୁରାଣରେ ଗୁରୁ ପୂର୍ଣ୍ଣିମା ବିଷୟରେ ଲେଖିଛନ୍ତି – \”ମମ ଜନ୍ମଦିନେ ସମ୍ୟକ୍ ପୂଜନୀୟଃ ପ୍ରୟତ୍ନତଃ । ଆଷାଢ଼ ଶୁକ୍ଳ ପକ୍ଷେତୁ ପୂର୍ଣ୍ଣିମାଂ ଗୁରୌ ତଥା । ପୂଜନୀୟୋ ବିଶେଷଣ ବସ୍ତ୍ରାଭରଣବେନୁଭିଃ, କୃତେ ତ୍ୱୟା ବିପ୍ର ମତ୍ସ୍ୱରୂପସ୍ୟ ଦର୍ଶେନମ୍ ।\’ ଅର୍ଥାତ୍ – ଆଷାଢ଼ ଶୁକ୍ଳ ପୂର୍ଣ୍ଣିମା ମୋର ଜନ୍ମ ଦିବସ ଅଟେ । ଏହାକୁ ଗୁରୁ ପୂର୍ଣ୍ଣିମା କୁହାଯାଏ । ଏହି ଦିନ ପୁରା ଶ୍ରଦ୍ଧାର ସହ ଗୁରୁଙ୍କ ସୁନ୍ଦର ବସ୍ତ୍ର, ଆଭୁଷଣ, ଫଳ ପୁଷ୍ପ, ରତ୍ନ, ସ୍ୱର୍ଣ୍ଣ ମୁଦ୍ରା ଆଦି ସମର୍ପିତ କରି ତାଙ୍କର ପୂଜା କରିବା ଉୁଚିତ । ଏମିତି କରିବା ଦ୍ୱାରା ଗୁରୁଦେବଙ୍କ ମଧ୍ୟରେ ମୋର ହିଁ ସ୍ୱରୂପ ଦର୍ଶନ ହେବ । ଆଷାଢ଼ ପୂର୍ଣ୍ଣିମା ଦିନ ଗୌତମ ବୁଦ୍ଧ ପ୍ରଥମ କରି ଉତ୍ତର ପ୍ରଦେଶର ସାରନାଥଠାରେ ବୌଦ୍ଧ ଧର୍ମର ବାଣୀ ପ୍ରଚାର କରିଥିଲେ । ତେଣୁ ଏହି ଦିନ ବୌଦ୍ଧ ଧର୍ମାବଲମ୍ବୀ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା ଭାବରେ । ଆଜିଠାରୁ ବୌଦ୍ଧ ସନ୍ନ୍ୟାସୀ ପାଳନ କରନ୍ତି ବର୍ଷା ବାସ । ଅର୍ଥାତ୍ ବର୍ଷା ତିନି ମାସ ସେମାନେ ଗୋଟିଏ ସ୍ଥାନରେ ଅର୍ଥାତ୍ ବୁଦ୍ଧ ମନ୍ଦିରରେ ଅବସ୍ଥାନ କରନ୍ତି । କେହି କେହି ଏହି ସମୟରେ ଉଗ୍ର ତପ ସାଧନା ବି କରନ୍ତି । ଗୁରୁଙ୍କ ନିକଟରେ ଶିଷ୍ୟକୁ ସମସ୍ତ କଷ୍ଟରୁ ଦୂର କରିବାର କ୍ଷମତା ରହିଛି । ଏପରିକି ଜଣେ ଗୁରୁ ଚାହିଁଲେ ଶିଷ୍ୟକୁ ନିଜ ଠାରୁ ଶ୍ରେଷ୍ଠ ବ୍ୟକ୍ତିରେ ପରିଣତ କରିଦେଇପାରିବେ । ବୈଦିକ ମାନ୍ୟତା ଅନୁଯାୟୀ ଗୁରୁଶକ୍ତି ସର୍ବୋଚ୍ଚ ତଥା ସମ୍ମାନନୀୟ । ଗୁରୁଙ୍କ ଅସ୍ଥିତ୍ୱ କେବଳ ଭୌତିକ ଶରୀର ପର୍ଯ୍ୟନ୍ତ ସୀମିତ ନଥାଏ, ବରଂ ଦିବ୍ୟ ଚେତନା ପର୍ଯ୍ୟନ୍ତ ଏହି ଶକ୍ତି ବ୍ୟାପ୍ତ ଥାଏ । ସେଥିପାଇଁ ଗୁରୁଙ୍କ ପରମାତ୍ମାଙ୍କ ଠାରୁ ଉଚ୍ଚ ସ୍ଥାନ ଦିଆଯାଇଛି । ପ୍ରଥମଗୁରୁ ତଥା ଆଦି ଗୁରୁ ହେଉଛନ୍ତି ସ୍ୱୟଂ ଭଗବାନ ଶିବ । ସେ ଶକ୍ତି ଆକାରରେ ସମସ୍ତ ବିଦ୍ୟମାନ ସ୍ୱରୂପର ବିଘଟନ ଏବଂ ପରିବର୍ତ୍ତନ ପାଇଁ ଉତ୍ତରଦାୟୀ । ଜଣେ ସାଧକ ପାଇଁ ଗୁରୁ ଭଗବାନଙ୍କ ସ୍ୱରୂପ । ଗୁରୁଙ୍କ ଶକ୍ତିର କୌଣସି ସୀମା ନାହିଁ । ଏହି ଶକ୍ତି ଅନନ୍ତ ତଥା ଅଖଣ୍ଡ । ଗୁରୁ କହିଥିବା ବାଣୀକୁ ଶିଷ୍ୟ ବୁଝିବା ଉଚିତ । ପ୍ରାଚୀନ କାଳରେ ମୁନିଋଷିମାନେ କହିଯାଇଛନ୍ତି, ଗୁରୁଙ୍କ ଛବି ହେବଛି ସେହି ମୂଳତତ୍ତ୍ୱ ଯେଉଁଥିରୁ ଧ୍ୟାନ ଆସିଥାଏ । ସାଧକ ଦ୍ୱାରା କରାଯାଇଥିବା ପୂଜା ଅଥବା କୌଣସି ପ୍ରକାର ତପ ଗୁରୁଙ୍କ ଚରଣ କମଳରୁ ଆସିଥାଏ । ମନ୍ତ୍ରର ମୂଳ ଗୁରୁଙ୍କ ବଚନରୁ ଉଦ୍ଧୃତ ହୋଇଥାଏ ଏବଂ ଗୁରୁଙ୍କ କୃପାରୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ଗୁରୁଙ୍କ ଶକ୍ତିକୁ ଅନୁଭବ କରିବାକୁ ହେଲେ ନିଜ ସୀମିତ ଇନ୍ଦ୍ରିୟଗୁଡ଼ିକର ଅହଙ୍କାରୀ ଅନୁଭବ ଠାରୁ ଉର୍ଦ୍ଧ୍ୱକୁ ଉଠିବାକୁ ହେବ । ସୀମିତ ମସ୍ତିଷ୍କରେ ଗୁରୁଙ୍କ ଅସୀମ ଶକ୍ତିକୁ ବୁଝିବା ଅସମ୍ଭବ । ପୁରାଣରେ ଗୁରୁଙ୍କୁ ନେଇ ଆଉ ଏକ ଶ୍ଳୋକ ମଧ୍ୟ ବର୍ଣ୍ଣିତ ରହିଛି – \”ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବୋ ମହେଶ୍ୱରଃ, ଗୁରୁଃ ସାକ୍ଷାତ୍ ପରଂ ବ୍ରହ୍ମ ତସ୍ମୈ ଶ୍ରୀଗୁରୁବେ ନମଃ ।\’ ଅର୍ଥାତ୍ – ଗୁରୁ ହିଁ ବ୍ରହ୍ମା, ଗୁରୁ ହିଁ ବିଷ୍ଣୁ ଏବଂ ଗୁରୁ ହିଁ ଭଗବାନ ଶଙ୍କର ଅଟନ୍ତି । ଗୁରୁ ହିଁ ସାକ୍ଷାତ ପରଂବ୍ରହ୍ମା ଅଟନ୍ତି । ଏମିତି ଗୁରୁଙ୍କ ମୁଁ ପ୍ରଣାମ କରୁଛି । ଗୁରୁ ପୂର୍ଣ୍ଣିମା ଅର୍ଥାତ୍ ଗୁରୁଙ୍କ ପୂଜା ଏବଂ ଗୁରୁଙ୍କ ଆଦର କରିବାର ଦିନ । ଏହା କୌଣସି ବ୍ୟକ୍ତିଙ୍କ ପୂଜା ନୁହେଁ । ଗୁରୁଙ୍କ ଦେହ ଭିତରେ ଯେଉଁ ବିଦେହି ଆତ୍ମା ରହିଛି, ପରଂବ୍ରହ୍ମ ପରମାତ୍ମାଙ୍କ ଆଦର, ଜ୍ଞାନର ଆଦର ତଥା ପୂଜା ହିଁ ବ୍ରହ୍ମଜ୍ଞାନର ପୂଜନ କରିବା ତଥା ଗୁରୁଙ୍କ ପୂଜା କରିବା । ଅଧ୍ୟକ୍ଷା, ନାଳନ୍ଦା ପବ୍ଲିକ ସ୍କୁଲ, ସେକ୍ଟର-୮, ସିଡିଏ, କଟକ ଡକ୍ଟର ତପନ କୁମାର ପାଳ ହୋଇପାରିବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି । ସୁନାବେଶ ଲାଗି ହେଉଥିବା ସ୍ୱର୍ଣ୍ଣ ଅଳଙ୍କାରଗୁଡ଼ିକ ସଂର୍ପରେ ପୁରାତନ ରେକର୍ଡ଼ରୁ କିଛି (ସଂପୂର୍ଣ୍ଣ ନୁହେଁ) ସୂଚନା ମିଳୁଛି । ଏହି ସୂଚନା ମୁତାବକ ଶ୍ରୀ ବଳଭଦ୍ରଙ୍କୁ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳ, କଦମ୍ବମାଳି, ତିଳକ, ଚନ୍ଦ୍ରିକ, ଅଳକା, ଝୋବାକଣ୍ଠି, ହଳ ମୂଷଳ, ବାହାଡ଼ାମାଳି, ବାଘନଖ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମରପଟି, ଦେବୀ ସୁଭଦ୍ରାଙ୍କୁ କିରୀଟ, ଓଡ଼ିଆଣୀ କାନ, ସୂର୍ଯ୍ୟଚନ୍ଦ୍ର, ଘାଗଡ଼ାମାଳି, କଦମ୍ବ ମାଳି, ଆୟୁଧ ସେବତୀ ମାଳି ଏବଂ ଶ୍ରୀଜଗନ୍ନାଥଙ୍କୁ କିରୀଟ, ଶ୍ରୀଭୂଜ, ଶ୍ରୀ ପୟର, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, କାନ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ୱର୍ଣ୍ଣଚକ୍ର, ରୌପ୍ୟଶଙ୍ଖ, ହରିଡ଼ା କଦମ୍ବ ମାଳି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମରପଟି ଆଦି ରତ୍ନ ଖଚିତ ସ୍ୱର୍ଣ୍ଣ ଅଳଙ୍କାର ଲାଗି ହେଉଥିଲା । ସୁରକ୍ଷା ଦୃଷ୍ଟିରୁ ରଥ ଉପରେ ହେଉଥିବା ସୁନାବେଶରେ କେତେକ ଦୁର୍ଲଭ ସ୍ୱର୍ଣ୍ଣ ଅଳଙ୍କାର ଲାଗି ହେଉ ନଥିଲା । ରାଜା କପିଳେନ୍ଦ୍ର ଦେବଙ୍କ ଆଦେଶରେ ପ୍ରସ୍ତୁତ ପ୍ରତ୍ୟେକ ଅଳଙ୍କାର ପଛରେ ଏକ ନିର୍ଦ୍ଦିଷ୍ଟ ଇତିହାସ ଲୁଚି ରହିଛି । ଏହି ଅବ୍ୟକ୍ତ ଇ୍‌ତିହାସର ମୂଲ୍ୟାଙ୍କନ ମଧ୍ୟ ଦୂରୁହ ବ୍ୟାପାର । ରଥ ପର କେବଳ ଲାଗି ହେଉଥିବାର ସ୍ୱର୍ଣ୍ଣ ଅଳଙ୍କାର ଗୁଡ଼ିକର ମୂଲ୍ୟକୁ ନେଇ ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ । କିଏ କହୁଛି ୫୦୦ କୋଟି ତ ଅନ୍ୟ କିଏ କହୁଛି ଏକ ହଜାର କୋଟି ଟଙ୍କା ହେବ । କିନ୍ତୁ ମହାପ୍ରଭୁଙ୍କ ଏହି ବିରଳ ଅଳଙ୍କାରର ପ୍ରକୃତ ମୂଲ୍ୟାଙ୍କନ ଅସମ୍ଭବ ଏଥିରେ ସନ୍ଦେହ ନାହିଁ ।ପଣ୍ଡିତ ସଦାଶିବ ରଥଶର୍ମାଙ୍କ ଗବେଷଣା ପ୍ରସ୍ତୁତ ତଥ୍ୟାନୁସାରେ ଗଜପତି କପିଳେନ୍ଦ୍ର ଦେବ ତାଙ୍କର ବିଜ ବାହୁଡ଼ା ପରେ ଖ୍ରୀ ୧୪୬୦ ମସିହାରେ ୧୬ ଗୋଟି ହାତୀରେ ବୋଝାଇ ଆଣିଥିବା ଦେବ ତାଙ୍କର ବାହୁଡ଼ା ପରେ ଖ୍ରୀ ୧୪୬୦ ମସିହାରେ ୧୬ଗୋଟି ହାତୀରେ ବୋଝାଇ ଆଣିଥିବା ସ୍ୱର୍ଣ୍ଣରତ୍ନରେ ସ୍ୱର୍ଣ୍ଣମୁକୁଟ, ସ୍ୱର୍ଣ୍ଣଶ୍ରୀପୟର, ପଦକ, କୁଣ୍ଡଳ ନଳୀଭୁଜ, ତିଳକ, ‘ବଡ଼ ତଢ଼ଉ’ ନାମକ କଣ୍ଠମାଳା ଆଦି ନିର୍ମାଣ କରାଇ ଗୁଣ୍ଡିଚା ଘରୁ ରଥ ଫେରିବା ପରେ ଜୀଉମାନଙ୍କୁ ପ୍ରଥମେ ଏହିବେଶ କରାଇଥିଲେ । ଅତୀତରେ ଏହା ‘ବଡ଼ଚଢ଼ଉ ବେଶ’ ନାମରେ ମଧ୍ୟ ପରିଚିତ ଥିଲା । ମୟୂରଭଞ୍ଜ, ପାରଳା ଖେମୁଣ୍ଡି ପ୍ରଭୃତି ସ୍ୱନାମଧନ୍ୟ ରାଜାମାନେ ଏହି ରାଜ୍ୟ ବିଜୟର ସ୍ମାରକ ବେଶ ଦେଖିବାକୁ ଆସୁଥିଳେ ଏବଂ ପ୍ରଭୁଙ୍କୁ ଉତ୍କଳର ସମ୍ରାଟ ବା ରାଜାଧିରାଜ ରୂପେ ବନ୍ଦାପନା କରୁଥିଲେ । ଏବେଶର ବନ୍ଦନା ତଥା ପୁଷ୍ପାଞ୍ଜଳୀମନ୍ତ୍ରଟି ବେଶ ତାତ୍ପର୍ଯ୍ୟପୂର୍ଣ୍ଣ । “ସ୍ୱରାଟରାଟ ଶ୍ରୀ ଜଗନ୍ନାଥ ତ୍ରିକଳିଙ୍ଗ ପତିର୍ଷତିଃ, ରାଜାଧିରାଜ ଶ୍ରୀ ଦେବଃ ଦେହି ଶ୍ରୀ ବିଜୟ ସଦା ।”

Leave a Reply