Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସୁନାବେଶରେ କେଉଁ ଠାକୁର କ'ଣ ଲଗାନ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସୁନାବେଶରେ କେଉଁ ଠାକୁର କ’ଣ ଲଗାନ୍ତି

ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀଦିନ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁ ଧାରଣ କରୁଥିବା କୋଟି କୋଟି ଟଙ୍କା ମୂଲ୍ୟର ମହଣ ମହଣ ଓଜନର ଦୁର୍ମୂଲ୍ୟ ସ୍ୱର୍ଣ୍ଣଅଳଙ୍କାର ସବୁ ବଡ଼ଦେଉଳର ଭଣ୍ଡାରଘରେ ରହିଥାଏ । ପାଳିଆ ମେକାପ, ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ, ପୁଲିସ ଫୋର୍ସ ଓ ମନ୍ଦିରର ଅଧିକାରୀ ତଥା ଗାରଦ କର୍ମଚାରୀଙ୍କ ସହାୟତାରେ ଭଣ୍ଡାରଘର ଖୋଲାଯାଇ ସ୍ୱର୍ଣ୍ଣ ଅଳଙ୍କାର ସବୁକୁ କଡ଼ା ସୁରକ୍ଷା ମଧ୍ୟରେ ତିନିରଥ ଉପରକୁ ଅଣାଯାଇଥାଏ । ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଛ ଓ ଭିତରଚ୍ଛ ପ୍ରଭୃତି ସେବକମାନେ ଉପସ୍ଥିତି ରହି ଶ୍ରୀବିଗ୍ରହମାନଙ୍କୁ ସୁନାବେଶରେ ସଜ୍ଜିତ କରିଥାନ୍ତି । ଶ୍ରୀବଳଭଦ୍ର – ଶ୍ରୀପୟର, ଶ୍ରୀଭୂଜ, କିରିଟ, ଓଢ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ହଳ ଓ ମୂଷଳ (ଆୟୁଧ), ବାହାନାମାଳି, ବାଘନଖ ମାଳି, ସେବତୀ ମାଳୀ ଓ ତ୍ରିଖଣ୍ଡିକା, କମରପଟି ଧାରଣ କରୁଥିା ବେଳେ ଦେବୀ ସୁଭଦ୍ରା – କିରୀଟ, ଓଢ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ାମାଳି, କଦମ୍ବମାଳି, ଦୁଇଟି ତଗଡ଼ି ଓ ସେବତୀ ମାଳି ଲଗାଇଥାନ୍ତି । ସେହିପରି ଶ୍ରୀଜଗନ୍ନାଥ ମହାପ୍ରଭୁ – କିରୀଟ, ଶ୍ରୀଭୂଜ, ଶ୍ରୀପୟର, ଓଢ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ୱର୍ଣ୍ଣଚକ୍ର ଓ ରୌପ୍ୟ ଶଙ୍ଖ (ବାୟୂଧ), ହରିଡ଼ା, କଦମ୍ବମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା ଓ ତ୍ରିଖଣ୍ଡିକା କମରପଟି ଆଦି କେତେକ ର୍ଦୁମୂଲ୍ୟ ସ୍ୱର୍ଣ୍ଣ ଅଳଙ୍କାର ସବୁ ଧାରଣ କରିଥାନ୍ତି ।

Leave a Reply