Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜନ୍ମତିଥି:ସର୍ଦ୍ଦାର ବଲ୍ଲଭଭାଇ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜନ୍ମତିଥି:ସର୍ଦ୍ଦାର ବଲ୍ଲଭଭାଇ

ପଟେଲ ଭାରତର ମହାନ୍ ନେତା, ବକ୍ତା ତଥା ସ୍ୱାଧୀନତା ଆନ୍ଦୋଳନର ସକ୍ରୀୟ ରୂପରେ ସାମିଲ ଥିବା ସର୍ଦ୍ଦାର୍ ବଲ୍ଲଭଭାଇ ପଟେଲ୍ ୧୮୭୫ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ଭାରତର ଯେଉଁ ସ୍ୱରୂପ ଆପଣମାନେ ଦେଖୁଛନ୍ତି, ଏହାକୁ ଏକୀକୃତ କରିବାର ଶ୍ରେୟ ତାଙ୍କୁ ଯାଉଛି । ଭାରତର ପ୍ରଥମ ଗୃହମନ୍ତ୍ରୀ ହେବା ପରେ ସେ ଅନେକ ପରିବର୍ତ୍ତନ ଆଣିଥିଲେ । ତାଙ୍କ କାର୍ଯ୍ୟଦକ୍ଷତା ଏବଂ ପ୍ରତିଭାର ପରାକାଷ୍ଠା ଯୋଗୁ ତାଙ୍କୁ ଲୌହପୁରୁଷ ନାମରେ ମଧ୍ୟ ସମ୍ବୋଧନ କରାଯାଏ । ସେ ଯାହା ଠାଣି ନେଉଥିଲେ ତାକୁ ପୂରା ଦମ୍‌ରେ ସମ୍ପନ୍ନ କରୁଥିଲେ । ଯେଉଁଭଳି ଭାବେ ଲୁହା କେବେ ଭାଙ୍ଗିପଡ଼େ ନାହିଁ, ସେଭଳି ବଲ୍ଲଭଭାଇ ନିଜ ଜିଦ୍‌ରେ ସର୍ବଦା ଅଟଳ ଥିଲେ । ବାରଡୋଲି ସତ୍ୟାଗ୍ରହ ସମୟରେ ସେ କୃଷକଙ୍କୁ ଏକୀକୃତ କରି ସମାଧାନର ରାସ୍ତା ବାହାର କରିଥିଲେ । ସେବେଠୁ କୃଷକଙ୍କ ପାଇଁ ସେ ସାଜିଥିଲେ ‘ସର୍ଦ୍ଦାର୍‌’ । ପିଲାଦିନରୁ ସେ ଖୁବ୍ ବାହାଦୁର୍ ଏବଂ ପରିଶ୍ରମୀ ଥିଲେ । ସର୍ବଦା ନିଜ ଚେଷ୍ଟାରେ ଉପରକୁ ଉଠିବାକୁ ଚାହୁଁଥିଲେ । ସେ କେବେ ବି ପରିବାର ଉପରେ ବୋଝ ହେବାକୁ ଚାହୁଁନଥିଲେ । ଓକିଲାତି ପଢ଼ିବା ପରେ ସେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ପଟେଲ୍‌ଙ୍କ ଭାଷଣ ସେତେବେଳେ ଲୋକଙ୍କୁ ବେଶ୍ ପ୍ରଭାବିତ କରୁଥିଲା । ରାଜନୀତି କ୍ଷେତ୍ରରେ ମଧ୍ୟ ତାଙ୍କର ଦବ୍‌ଦବା କିଛି କମ୍ ନଥିଲା । ୧୯୫୦ ମସିହା ଡିସେମ୍ବର ୧୫ରେ ହୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇଥିଲା ।

Leave a Reply