Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଉତ୍କଳମଣି ଓ ତାଙ୍କ ବନ ବିଦ୍ୟାଳୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଉତ୍କଳମଣି ଓ ତାଙ୍କ ବନ ବିଦ୍ୟାଳୟ

-ଡ଼ଃ.ଅରୁନ୍ଧତୀ ଦେବୀ-

ପୁରୀ ଜିଲ୍ଲା ଅନ୍ତର୍ଗତ ସାକ୍ଷୀଗୋପାଳ ସୁଆଣ୍ଡୋ ଗ୍ରାମରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଜନ୍ମଗ୍ରହଣ କରିଥିଲେ ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ । ତାଙ୍କ ପିତାଙ୍କ ନାମ ଥିଲା ଦୈତ୍ୟାରି ଦାସ । ସେ ଥିଲେ ମୁକ୍ତିଆର ଏବଂ ଚାରି ଚାରି ଥର ବିବାହ କରିଥିଲେ । ଗୋପବନ୍ଧୁ ତାଙ୍କର ତୃତୀୟ ପତ୍ନୀ ସ୍ୱର୍ଣ୍ଣମୟୀ ଦେବୀଙ୍କ ପୁତ୍ର । ଗୋପବନ୍ଧୁ ଜନ୍ମ ହେବାର ଅଳ୍ପ କିଛି ଦିନ ପରେ ତାଙ୍କ ମାତା ମୃତ୍ୟୁବରଣ କରିବାରୁ ଶୈଶବରେ ସେ ମାତୃସୁଖ ଲାଭ କରିପାରିନଥିଲେ । ତାଙ୍କ ପିତାଙ୍କର ବିଧବା ଭଉଣୀ କମଳା ଦେବୀ ତାଙ୍କର ଲାଳନ-ପାଳନ ଭାର ଗ୍ରହଣ କରିଥିଲେ । ଗୋପବନ୍ଧୁଙ୍କର ଜୀବନକାଳ ଅତି ସଂକ୍ଷିପ୍ତ ଥିଲା । ସେ ମାତ୍ର ଏକାବନ ବର୍ଷ ବଞ୍ôଚଥିଲେ । ତେବେ ସେହି ସଂକ୍ଷିପ୍ତ ଜୀବନକାଳରେ ସେ ଓଡ଼ିଶା ପାଇଁ ଯାହା ଯାହା କରିଯାଇଛନ୍ତି ଭାବିଲେ ବିସ୍ମିତ ହେବାକୁ ହୁଏ । ସେ ଏକାଧାରରେ ଥିଲେ ଜନସେବୀ, ଶିକ୍ଷକ, ନେତା, କର୍ମୀ, ସଂପାଦକ, ଆଇନଜୀବୀ ଏବଂ ବ୍ୟବସ୍ଥାପକ । ସତ୍ୟବାଦୀ ମନ ବିଦ୍ୟାଳୟର ସେ ଥିଲେ ପ୍ରତିଷ୍ଠାତା । \”ସତ୍ୟବାଦୀ\’ ନାମକ ମାସିକ ପତ୍ରିକା ଏବଂ ସାପ୍ତାହିକ \”ସମାଜ\’ର ପ୍ରକାଶନ ତାଙ୍କରି ସଂପାଦନାରେ ଆରମ୍ଭ ହୋଇଥିଲା । \”ସମାଜ\’ପରେ ଦୈନିକ ହୋଇଥିଲା । ବିହାର ଏବଂ ଓଡ଼ିଶା ବିଧାନ ପରିଷଦକୁ ସେ ବ୍ୟବସ୍ଥାପକ ଭାବେ ନିର୍ବାଚିତ ହେଇଥିଲେ । ପ୍ରାକୃତିକ ବିପର୍ଯ୍ୟୟ ବେଳେ ମୁଖ୍ୟତଃ ପ୍ରଳୟଙ୍କାରୀ ବନ୍ୟା ବେଳେ ରିଲିଫ୍ ବଣ୍ଟନ କରି ସେ ଦୃଷ୍ଟାନ୍ତ ବନିଥିଲେ ଅନ୍ୟମାନଙ୍କ ପାଇଁ । ଓଡ଼ିଶାରେ କଂଗ୍ରେସର ସଙ୍ଗଠନ ତାଙ୍କରି ଉଦ୍ୟମରେ ପ୍ରତିଷ୍ଠା ପାଇଥିଲା ଏବଂ ନିଜ ଜୀବନକାଳରେ ହିଁ ସେ ତାହାକୁ ମଜଭୁତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଶା ପ୍ରାଦେଶିକ କଂଗ୍ରେସର ସେ ଥିଲେ ପ୍ରଥମ ସେନାପତି । ଜୀବନ ଶେଷ ଭାଗରେ ସେ ପଞ୍ଜାବ କେଶରୀ ଲାଲ ଲାଜପତ ରାୟଙ୍କ ଦ୍ୱାରା ପ୍ରତିଷ୍ଠିତ ଲୋକସେବକ ମଣ୍ଡଳରେ ଯୋଗ ଦେଇଥିଲେ ଏବଂ ମୃତ୍ୟୁ ପୂର୍ବରୁ ନିଜର ସଂପତ୍ତି ଦୈନିକ \”ସମାଜ\’କୁ ସେହି ଅନୁଷ୍ଠାନକୁ ଦାନ କରିଯାଇଥିଲେ । ବଙ୍ଗଳାର ପ୍ରସିଦ୍ଧ ବୈଜ୍ଞାନିକ ସାର୍ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ \”ଉତ୍କଳମଣି\’ ଉପାଧିରେ ଭୂଷିତ କରିଥିଲେ । ଗୋପବନ୍ଧୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ ଶିକ୍ଷକତାରୁ । ତତ୍‌କାଳୀନ ଦେଶୀୟ ରାଜ୍ୟ ନୀଳଗିରିର ଏକ ଶିକ୍ଷାନୁଷ୍ଠାନରେ ପ୍ରଧାନ ଶିକ୍ଷକ ଭାବେ ସେ ଆରମ୍ଭ କରିଥିଲେ ନିଜର ଶିକ୍ଷକ ଜୀବନ । ସେଠାରେ କିଛି ବର୍ଷ ରହିବା ପରେ ପୁରୀ ଆସି ଓକିଲାତି କରିଥିଲେ । ତେବେ ସେଥିରେ ତାଙ୍କର ମନ ନଥିଲା । ସେ ଓଡ଼ିଶା ପ୍ରଦେଶ ପାଇଁ, ଏଠାକାର ଦରିଦ୍ର ଅବହେଳିତ ଲୋକଙ୍କ ପାଇଁ ଅନେକ କିଛି କରିବାକୁ ଚାହୁଁଥିଲେ । ସେ ଥିଲେ ଶିକ୍ଷାପ୍ରେମୀ । ପିଲାଙ୍କ ପାଇଁ ଭଲ ସ୍କୁଲଟିଏ ଖୋଲିବା ତାଙ୍କର ସ୍ୱପ୍ନ ଥିଲା । ସେ ଗୁରୁକୁଳ ଢ଼ାଞ୍ଚାରେ ବିଦ୍ୟାଳୟ ଶିକ୍ଷାର ପ୍ରସାର ସପକ୍ଷରେ ମତ ଦେଉଥିଲେ । ନିଜର ଚିନ୍ତାଧାରାକୁ ରୂପ ଦେବା ଲାଗି ସେ ଗଢ଼ିଥିଲେ ସତ୍ୟବାଦୀ ବନ ବିଦ୍ୟାଳୟ ସାକ୍ଷୀଗୋପାଳର ବକୁଳ ବନରେ । ମାତ୍ର ୧୯ଜଣ ଛାତ୍ରଙ୍କୁ ନେଇ ୧୯୦୯ ଅଗଷ୍ଟ ୧୨ ତାରିଖରେ ସେ ସତ୍ୟବାଦୀ ବନ ବିଦ୍ୟାଳୟ ଆରମ୍ଭ କରିଥିଲେ ସଂପୂର୍ଣ୍ଣ ଗ୍ରାମ୍ୟ ପରିବେଶରେ । ଛାତ୍ରଙ୍କ ମଧ୍ୟରେ ଆଦର୍ଶବାଦର ବୀଜ ରୋପଣ ଓ ଶୃଙ୍ଖଳା ଜ୍ଞାନର ପ୍ରସାର ତାଙ୍କର ମୂଳ ଲକ୍ଷ୍ୟ ଥିଲା । ସତ୍ୟବାଦୀ ଶିକ୍ଷା ପଦ୍ଧତି ଅନ୍ୟ ବିଦ୍ୟାଳୟ ଠାରୁ ଅନେକଟା ଭିନ୍ନ ଥିଲା । ସେଠାରେ ପାଠ ପଢ଼ା ସହ ସାହିତ୍ୟ ଚର୍ଚ୍ଚା କରାଯାଉଥିଲା । ପିଲାଏ ବ୍ୟାୟାମ କରୁଥିଲେ । ସେମାନଙ୍କ ମଧ୍ୟରେ ନିୟମିତ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା । ଆଚାର୍ଯ୍ୟ ହରିହର ଦାସ, ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର ଏବଂ କୃପାସିନ୍ଧୁ ମିଶ୍ର ପ୍ରମୁଖ ଏଠାରେ ଶିକ୍ଷାଦାନ କରୁଥିଲେ । ଦେଶ ମାତୃକାର ପାଇଁ ଜଣେ ଯଥାର୍ଥ ମଣିଥିଲେ ଦାସେ ଆପଣେ ଗୋପବନ୍ଧୁ । ନିଜ ରୋଗଶଯ୍ୟାରେ ପଡ଼ିଥିବା ଶିଶୁପୁତ୍ରର ମୁହଁକୁ ନଚାହିଁ ଛୁଟି ଯାଇଥିଲେ ସେ ଜନଜୀବନର ସେବାରେ । ତାଙ୍କରି ମାନସପୁତ୍ର ଲୋକସେବକ ମଣ୍ଡଳ ଆଜି କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତରେ ଯେଉଁଠି ପ୍ରାକୃତିକ ବିପର୍ଯ୍ୟୟ ଘଟିଛି ସେଠାରେ ସର୍ବପ୍ରଥମେ ପହଞ୍ôଚ ଗୋପବନ୍ଧୁଙ୍କ ସ୍ୱପ୍ନର ସାକାର କରି ସେବା କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି । ସେହିପରି ପୂଜ୍ୟଶ୍ରୀ କୁମାର ଭାଇଙ୍କ ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଅନ୍ଦୋଳନ ତାର ସମସ୍ତ କାର୍ଯ୍ୟକ୍ରମ ଗୋପବନ୍ଧୁ ଭବନ ପରି ପୁଣ୍ୟପୀଠରେ ଶୁଭାରମ୍ଭ କରିଛି । ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନର ଗୋପବନ୍ଧୁଙ୍କ ମାନସ ସନ୍ତାନ ଲୋକସେବକ ମଣ୍ଡଳର ସଂପର୍କ ଅତ୍ୟନ୍ତ ନିବିଡ଼ । ଆଜି ମହାତ୍ମା ଗୋପବନ୍ଧୁଙ୍କ ପବିତ୍ର ଜନ୍ମୋତ୍ସବରେ ତାଙ୍କରି ସ୍ମୃତିଚାରଣ କରୁଛି । ଗୋପବନ୍ଧୁଙ୍କ ବନବିଦ୍ୟାଳୟ ପରି ପୂଜ୍ୟଶ୍ରୀ କୁମାର ଭାଇଙ୍କ ଶୋଭନୀୟ ଶିକ୍ଷାଶ୍ରମ ଯଥାର୍ଥରେ ଗୁରୁକୂଳ ବ୍ୟବସ୍ଥିତ ବନବିଦ୍ୟାଳୟ ପ୍ରତିଷ୍ଠା କରିଛି । ଆଜିପରି ପବିତ୍ର ଦିନରେ ସମସ୍ତେ ଶପଥ ନେବାର ଦିନ ସମାଜରେ ମାନବୀୟ ମୂଲ୍ୟବୋଧ ପ୍ରତିଷ୍ଠା ପାଇଁ ସମାଜ ଓ ରାଷ୍ଟ୍ରର ପ୍ରଗତିରେ ନିଜର ସ୍ୱାର୍ଥକୁ ପଛରେ ପକାଇ ଜାତୀୟ ସ୍ୱାର୍ଥ ପାଇଁ ନିଜକୁ ଆତ୍ମତ୍ସୋର୍ଗ କରିବା ଏହାହିଁ ହେବ ସେହି ମହା ମନିଷୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ

Leave a Reply