Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋ-ସୁରକ୍ଷା ଧର୍ମକୁ ଆଖିଠାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋ-ସୁରକ୍ଷା ଧର୍ମକୁ ଆଖିଠାର

– ପ୍ରଦୀପ କୁମାର ଜେନା-

ବିଶ୍ୱନିୟନ୍ତା ଭଗବାନ ବିଶ୍ୱ ବ୍ରହ୍ମାଣ୍ଡରେ ଚାରିଖାନି ଜୀବ ସୃଷ୍ଟି କରିଛନ୍ତି । ଯଥା–ଅଣ୍ଡଜ, ଜରାୟୁଜ, ଉଦ୍ଭିଦଜ, ଏବଂ ସ୍ୱେଦଜ । ମଣିଷ, ଗୋମାତା ସମେତ ଅନେକ ପ୍ରାଣୀମାନଙ୍କୁ ଜରାୟୁଜ କୁହାଯାଏ । କାରଣ ସେମାନେ ମାତୃଗର୍ଭରୁ ସିଧା ଭୂମିଷ୍ଠ ହୋଇଥା’ନ୍ତି । ଦେବତା ଓ ଅସୁରମାନଙ୍କ ଦ୍ୱାରା ସମୁଦ୍ର ମନ୍ଥନରୁ ଯେଉଁ ରତ୍ନ ମିଳିଥିଲା ତନ୍ମଧ୍ୟରୁ ସୁରଭି କାମଧେନୁ ଅନ୍ୟତମ ରତ୍ନ ଯାହାକି ବଶିଷ୍ଟ ଆଦିରୁଷି ମାନଙ୍କୁ ପ୍ରଦାନ କରାଯାଇଥିଲା । ସମସ୍ତ ପ୍ରାଣୀଜଗତ ମଧ୍ୟରେ ଗୋମାତାଙ୍କ ସୃଷ୍ଟି ଭଗବାନଙ୍କ ଏକ ଅନବଦ୍ୟ ଅବଦାନ । ସନାତନ ସଂସ୍କୃତିରେ ଓ ତା’ର ମୂଳ ଗ୍ରନ୍ଥ ବେଦ ଉପନିଷଦରେ ଗୋମାତାଙ୍କ ମହାତ୍ମ୍ୟ ବର୍ଣ୍ଣନା କରାଯାଇଛି । ଋଗ ବେଦରେ ଉଲ୍ଲେଖ ଅଛି ଯେ– “ମାତା ରୁଦ୍ରାଣାଂ ଦୁହିତା ବସୁନାଂ ସ୍ୱସାଽଦିତ୍ୟାନାମମୃତସ୍ୟ ନାଭିଃ । ପ୍ର ନୁ ବୋଚଂ ଚିକିଦୁଷେ ଜନାୟ ମା’ ଗାମନାଗାମଦିତି ବଧିଷ୍ଠ ।” (ଋଗ୍ ୮:୧୦୧:୧୫) ଅର୍ଥାତ ଗାଈ ହେଉଛି ରୁଦ୍ରଙ୍କ ମାତା, ବସୁଙ୍କ କନ୍ୟା, ଆର୍ଯ୍ୟ ମାନଙ୍କ ଭଉଣୀ ଏବଂ ଅମୃତର ନାଭି । ଏହି ଅଦିତି ସ୍ୱରୂପ ଗାଈକୁ କେହି ହତ୍ୟା କରନାହିଁ । ବେଦ କୁହନ୍ତି ଗାଈ ସହିତ ମାତା, ଭଉଣୀ ଓ କନ୍ୟାଙ୍କ ପରି ଗଭୀର ପ୍ରେମ ଭାବ ରଖିବା ଉଚିତ । ଆମ ସନାତନ ସଂସ୍କୃତିରେ ଗାଈକୁ ମାତା ବୋଲି ସମ୍ବୋନ୍ଧନ କରାଯାଇଛି । କରଣ ଗାଈ ହିଁ ମାତାର ବିକଳ୍ପ । ମା’ ଯେଭଳି ସ୍ତନ୍ୟ ପାନ କରାଇ ସନ୍ତାନକୁ ବଢ଼ାଇ ଥାଏ, ଠିକ୍ ଗୋମାତାର କ୍ଷୀର ଖାଇ ସନ୍ତାନଟି ମଧ୍ୟ ଜୀବନ ଧାରଣ କରିଥାଏ । ଅଥର୍ବ ବେଦ କହନ୍ତି-ଗୋ ହତ୍ୟାକାରୀଙ୍କୁ ମୁତ୍ୟୃଦଣ୍ଡ ଦେବ ଉଚିତ । ଋଗ୍ ବେଦରେ ଗୋମାତାର ନାମ ୭୨୩ ଥର ଉଲ୍ଲେଖ ଥିବା ବେଳେ ଅଥର୍ବ ବେଦରେ ୩୩୧ ଥର, ସାମ ବେଦରେ ୧୭୦ ଥର ଏବଂ ଯଜୁର୍ବେଦରେ ୮୭ ଥର ଉଚ୍ଚାରଣ କରାଯାଇଛି । ଗାଈର ଶରୀରରେ ତ୍ରେତିଶ କୋଟି ଦେବାଦେବୀ ବାସ କରନ୍ତି ବୋଲି ଅଥର୍ବ ବେଦରେ ଉଲ୍ଲେଖ ଅଛି । ବ୍ରହ୍ମା, ବିଷ୍ଣୁ ଓ ଶଙ୍କର କାମଧେନୁକୁ ଉଚ୍ଚ ପ୍ରଶଂସା କରିଛନ୍ତି ବୋଲି ସ୍କନ୍ଦ ପୂରଣରେ ଉଲ୍ଲେଖ ଅଛି । ଗାଈର କ୍ଷୀର ଅମୃତ ସମାନ । ଗାଈର ଗୋବର ମଳ ନୁହେଁ ମଳ ବିଶୋଧକ, ମୂତ୍ର ମୂତ୍ର ନୁହେଁ ମହୋଷ୍ୱଧୀ । ଗାଈର ମୂତ୍ର ଅନେକ ଦୁରାରୋଗ୍ୟ ରୋଗକୁ ଭଲ କରିଥାଏ । କୌଟିଲ୍ୟ ତାଙ୍କ ଅର୍ଥଶାସ୍ତ୍ରରେ ଗୋ-ସଂରକ୍ଷଣ ଓ ପାଳନ ଉପରେ ଗୋ ଅଧ୍ୟକ୍ଷର ଏକ ସ୍ୱତନ୍ତ୍ର ପ୍ରକରଣରେ ସେ ଲେଖିଛନ୍ତି, ଗାଈକୁ ଯେ ମାରେ କିମ୍ବା ମରାଏ, ଗାଈକୁ ଯେ ଚୋରି କରେ କିମ୍ବା କରାଏ ସେମାନେ ପ୍ରାଣଦଣ୍ଡର ଅଧିକାରୀ । ଯଜୁର୍ବେଦରେ କୁହାଯାଇଛି ‘ଗୋସ୍ତୁ ମାତ୍ରା ନ ବିଦ୍ୟତେ’ ଅର୍ଥାତ ଗାଈ ଏତେ ମହତ୍ୱପୂର୍ଣ୍ଣ ପଶୁ ଯାହାର ତୁଳନା କରାଯାଇପାରେନାହିଁ । ଗାଈ ଏକ ମାତ୍ର ପଶୁ ଯେକି ନିଃଶ୍ୱାସରେ ଅମ୍ଳଜାନ ନେଇଥାଏ ଓ ପ୍ରଶ୍ୱାସରେ ଅମ୍ଳଜାନ ଦେଇଥାଏ । ଗାଈର ମୂତ୍ର, ମଳ, କ୍ଷୀର ସବୁକିଛି ମାନବ ସମାଜ ପାଇଁ ଉପଯୋଗୀ । ଗୋମୟ ଘରେ ଲେପନ କଲେ ରେଡ଼ିଏସନକୁ ପ୍ରତିହତ କରେ । ଆଜି ନରରୂପୀ ରାକ୍ଷସ ସେହି ନିରୀହ ସୁଠାର ପଶୁଟିକୁ ହତ୍ୟା କରି ତା’ର ମାଂସ ଭକ୍ଷଣ କରୁଛି । ଅତ୍ୟନ୍ତ ନିର୍ଦ୍ଦୟ ଭାବରେ ତା’ ଉପରେ ଗରମ ପାଣି ଢାଳି ଯନ୍ତ୍ର ସାହାଯ୍ୟରେ ସେମାନଙ୍କୁ କାଟିଦିଆଯାଉଛି । ଗୋ ମାଫିଆମାନେ ଅତି ଅମାନୁଷିକ ଭାବରେ ଟ୍ରକ ଓ କଣ୍ଟେନର ସାହାଯ୍ୟରେ ଗୋବଂଶ ମାନଙ୍କୁ ସ୍ଥାନାନ୍ତରିତ କରିଥା’ନ୍ତି । ରାସ୍ତାରେ ଯିବା ସମୟରେ ଶ୍ୱାସରୁଦ୍ଧ ହୋଇ କିଛି ଗୋବଂଶ ମାନଙ୍କ ମୁତ୍ୟୁ ହୋଇଯାଇଥାଏ । ଗୋ ବଂଶକୁ ସୁରକ୍ଷା ଦେବା ପାଇଁ ଅବୈଧ ଗୋଚାଲାଣକୁ ପ୍ରତିରୋଧ କରିବା ଓ ରାଜ୍ୟରେ ଗୋ ହତ୍ୟାକୁ ବନ୍ଦ କରିବା ପାଇଁ ଆମ ପ୍ରଦେଶରେ ଦୁଇଟି କାନୁନ ଯଥା The orissa prevention of cow slaughter act 1960 (State Act ) The Prevention of cruelity
to Animals Act 1960 (Central Act) କାର୍ଯ୍ୟକାରୀ ହେଉଅଛି । ଓଡିଶା ଗୋ ହତ୍ୟା ନିଷେଧ ଆଇନିରେ ଅଧିକତମ ସଜା ଦୁଇ ବର୍ଷ ଓ ଏକ ହଜାର ଟଙ୍କା ଜୋରିମାନାର ପ୍ରବଧାନ ଥିବାବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ଆଇନ୍‌ରେ ପ୍ରଥମଥର ଦୋଷୀ ସାବ୍ୟସ୍ତ ହେଲେ ୧୦ ଟଙ୍କାରୁ ୫୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ପ୍ରବଧାନ ଅଛି । ଯଦି ଜଣେ ବ୍ୟକ୍ତି ପ୍ରଥମଥର ଦୋଷୀ ସାବ୍ୟସ୍ତ ହେଲାପରେ ତିନି ବର୍ଷ ଭିତରେ ପୁଣି ସମାନ ଅପରାଧ କରେ ତାହେଲେ ସେ ବ୍ୟକ୍ତିକୁ ତିନି ମାସ ସଜା ଓ ୧୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ । ଆମଦେଶରେ ଅବୈଧ ଗୋଚାଲାଣ ହତ୍ୟା ଉଦେଶ୍ୟରେ କରାଯାଉଛି । ପୋଲିସର ନଜରକୁ ଆସିଲେ ପୋଲିସ ଗାଡି ଓ ଗୋବଂଶକୁ ଜବତ କରି ଦଫା ୪୨୮,୪୨୯ ଲଗାଇ କୋର୍ଟକୁ ଚାଲଣ କରୁଛନ୍ତି । ସମସ୍ତ ଦଫା ଜାମିନି ଯୋଗ୍ୟ ହୋଇଥିବାରୁ ଓ ସଜ୍ଜା ବହୁତ କମ୍ ଥିବାରୁ କୋର୍ଟ ଦୋଷୀମାନଙ୍କୁ ତୁରନ୍ତ ରିହା କରିଦେଉଛି । ଦୁଇଟିଯାକ ଅଇନି ଧର୍ତ୍ତବ୍ୟ ଅପରାଧ ନୁହେଁ । ପୋଲିସ ଓଚଉ ଧାରା ୪୨୮/୪୨୯କୁ ଯେକି ଧର୍ତ୍ତବ୍ୟ ଅପରାଧ, ତାକୁ ସାମିଲ୍ କରି ଦୋଷୀକୁ ଗିରଫ କରିବାକୁ ସକ୍ଷମ ହୋଇ ଥାଏ । କର୍ଣ୍ଣାଟକ ସରକାରଙ୍କ ଗୋ ସୁରକ୍ଷା ଆଇନରେ ତିନି ବର୍ଷରୁ ପାଞ୍ଚ ବର୍ଷ ଓ ୫୦ ହଜାରରୁ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଜୋରିମାନାର ପ୍ରାବଧାନ କରିଛନ୍ତି । ଭାରତର ଅନେକ ପ୍ରଦେଶରେ ଗୋହତ୍ୟା ନିଷେଧ ଆଇନ୍ ସଂଶୋଧନ କରାଯାଇ ଅଧିକ ସଜ୍ଜାର ପ୍ରାବଧାନ କରାଯାଇଛି । ଭାରତର ଅନେକ ପ୍ରଦେଶରେ କଂସେଇଖାନା ରହିଛି ଯେଉଁଠି ଗାଈ, ବଳଦ, ଷଣ୍ଢ, ବାଛୁରୀ, ମଇଁଷି ଆଦି ଗୃହପାଳିତ ପଶୁମାନଙ୍କୁ ହତ୍ୟା କରାଯାଇ ତା’ର ମାଂସକୁ ବଜାରରେ ବିକ୍ରୟ କରାଯାଉଛି ଓ ବିଦେଶକୁ ରପ୍ତାନି କରାଯାଉଛି । ସରକାରୀ ତଥ୍ୟରୁ ଜଣାଯାଏ ଯେ ଭାରତରେ ୧,୬୨୩ରୁ ଅଧିକ ପଞ୍ଜିକୃତ କଂସେଇଖାନା ଥିବା ବେଳେ ଅଣପଞ୍ଜିକୃତ ଭାବେ ହଜାର ହଜାର କଂସେଇଖାନା ଭିଭିନ୍ନ ରାଜ୍ୟରେ ରହିଛି । ଓଡ଼ିଶାରେ ଗୋଟିଏ ହେଲେ ପଞ୍ଜିକୃତ କଂସେଇଖାନା ନାହିଁ । କିନ୍ତୁ ଅଣ ପଞ୍ଜିକୃତ କଂସେଇଖାନାର ଅଭାବ ନାହିଁ । ଗୋମାଂସ ରପ୍ତାନି କରିବାରେ ବ୍ରାଜିଲ ପୃଥିବୀରେ ପ୍ରଥମ ସ୍ଥାନରେ ଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ପରିସଂଖ୍ୟନରୁ ଜଣାଯାଏ ପ୍ରତ୍ୟେକ ଦିନ ଏକ ଲକ୍ଷ ଗାଈ, ବାଛୁରୀ, ବଳଦ, ମଇଁଷି ଆଦି ନିରୀହ ଗୃହପାଳିତ ପଶୁ ହତ୍ୟା କରାଯାଇ ମାଂସ ରପ୍ତାନି କରାଯାଇ ମୋଟା ଅଙ୍କରେ ବୈଦେଶିକ ମୁଦ୍ରା ଅର୍ଜନ କରାଯାଉଛି । ଭାରତରେ ୧୫୦ରୁ ଅଧିକ କମ୍ପାନୀ ଗୋମାଂସ ରପ୍ତାନିରେ ସମ୍ପୃକ୍ତ ଅଛନ୍ତି । ବିଡମ୍ବନାର ବିଷୟ ଯେଉଁ ହିନ୍ଦୁ, ଜୈନ, ବୁଦ୍ଧ, ଶିଖ୍‌ମାନେ ଗାଈକୁ ମାତା ବୋଲି ପୂଜା କରନ୍ତି ଓ ଗୋ ହତ୍ୟାକୁ ବିରୋଧ କରନ୍ତି, ସେଇ ହିନ୍ଦୁମାନଙ୍କ ଭିତରୁ ଅନେକ ହିନ୍ଦୁ, ଜୈନ ଗୋମାଂସ ରପ୍ତାନିରେ ସମ୍ପୃକ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ କିଛି ପ୍ରମୁଖ ମାଂସ ରପ୍ତାନିକାରୀମାନଙ୍କ ନାମ ଉଲ୍ଲେଖ କରିବାକୁ ଉଚିତ ମନେ କରୁଛି ଯଥା– Kabir Export pvt limited, Mumbai, ଯାହାର ମାଲିକ ମିଷ୍ଟର ଅତୁଳ ଏବଂ ମିଷ୍ଟର ସତୀଶ ସଭରୱାଲ, ୨. Arabian Exports Pvt Limited, Mumbai,, ଯାହାର ମାଲିକ ସୁନୀଲ କାପୁର,୩.. M.k.R. Frozen Food Exports pvt Ltd . ଯାହର ମାଲିକ ମଦନ ଅବଟ୍‌, ଦିଲ୍ଲୀ ୪. ଚ. ଗ.. P. M. Industries pvt ltd, Chandigarh, ଯାହାର ମାଲିକ ଏ. ଏସ୍‌. ବିନ୍ଦ୍ରା ଭରରଲ ରଙ୍ଘକ୍ଟ୍ରକ୍ଟକ୍ସଗ୍ଧରକ୍ସ ଅଛନ୍ତି । ଯଥା କଂସେଇଖାନାର ମାଲିକ ଗୋମାଂସା ରପ୍ତାନି କରି କୋଟି କୋଟି ଟଙ୍କା ଉପାର୍ଜନ କରୁଛନ୍ତି । କାଗଜ ପତ୍ରରେ କେବଳ ମଇଁଷିର ଭକ୍ଟଦ୍ଭର କ୍ଷରଗ୍ଦଗ୍ଦ ଜ୍ଞରରଗ୍ଧ ରପ୍ତାନିର ପ୍ରାବଧାନ ଥିବା ବେଳେ ବାସ୍ତବ କ୍ଷେତ୍ରରେ ଗାଈ, ବଳଦ, ବାଛୁରୀ ସମସ୍ତଙ୍କ ମାଂସ ରପ୍ତାନି କରାଯାଉଛି । ଆମ ସମ୍ବିଧାନ ଗୋହତ୍ୟା ଆଇନ୍ ପାରିତ କରିବା ପାଇଁ ରାଜ୍ୟମାନଙ୍କ ହାତରେ ଛାଡିଦେଲେ ଭାରତ ବର୍ଷର ଅନେକ ରାଜ୍ୟ ଯଥା– ଓଡିଶା, ଛତିଶଗଡ, ଗୁଜୁରାଟ, ଜାମୁ କାଶ୍ମୀରୀ, ହରିୟାନା, ଦିଲ୍ଲୀ, ଉତ୍ତରପ୍ରଦେଶ, ଆସାମ, ମହାରାଷ୍ଟ, ରାଜସ୍ଥାନ, କର୍ଣ୍ଣାଟକ, ତାମିଲନାଡୁ ଭଳି ରାଜ୍ୟ ଗୁଡିକରେ ଗୋ ହତ୍ୟା ନିରୋଧ ଆଇନ ପାରିତ ହୋଇଛି । ଆହ୍ଲାହାବାଦ ଉଚ୍ଚ ନ୍ୟାୟାଳୟର ନ୍ୟାୟାଧିଶ ଶ୍ରୀ ଶେଖର କୁମାର ଯାଦବ କିଛି ମାସ ତଳେ ଏକ ଗୋହତ୍ୟା ମୋକଦ୍ଦମାରେ ଆଗତ ବେଲ୍ ପିଟିସନ୍‌କୁ ଆଗ୍ରାହ୍ୟ କରି କହିଥିଲେ ଯେ, ଗୋମାତାଙ୍କୁ ଜାତୀୟ ପଶୁ ଭାବେ ଘୋଷଣା କରାଯିବା ଉଚିତ୍ । ନେପାଳ ଏକମାତ୍ର ଦେଶ ଯେଉଁଠାରେ ଗୋମାତାଙ୍କୁ ଜାତୀୟ ପଶୁ ଭାବେ ଘୋଷଣା କରାଯାଇଛି । କେନ୍ଦ୍ରରେ ଶାସନ କରୁଥିବା ରାଷ୍ଟ୍ରବାଦୀ ସରକାରୀ ବିଫ୍ ରପ୍ତାନିକୁ ବନ୍ଦ କରିବା ସହିତ ଗୋ ମାତାକୁ ଜାତୀୟ ପଶୁ ଭାବେ ଘୋଷଣା କରିପାରିଲେ ଭାରତବର୍ଷରେ ଗୋହତ୍ୟା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇପାରନ୍ତା । କେନ୍ଦ୍ର ସରକାର ଏ ଦିଗରେ କେତେ ତତ୍ପରତା ଦେଖାଇପାରିବେ ତାହା ସମୟ କହିବ । ଭାରତର ଅନେକ ଗୁଡିଏ ରାଜ୍ୟ ଯଥା– କେରଳ, ପଶ୍ଚିମବଙ୍ଗ, ଗୋଆ, ଅରୁଣାଞ୍ଚଳ ପ୍ରଦେଶ, ତ୍ରିପୁରା, ନାଗାଲାଣ୍ଡ, ଡାମନଡିୟୁ, ପଣ୍ଡିଚେରୀ, ହବେଲି, ଦାଦ୍ରା ଏବଂ ନଗର, ଗୋଆ, ସିକିମ, ମେଘାଳୟ, ମିଜୋରାମ, ଆଦି ରାଜ୍ୟ ଓ କେନ୍ଦ୍ରାଶାସିତ ଅଞ୍ଚଳରେ ଗୋହତ୍ୟା ଖୁଲମଖୁଲା ଚାଲୁଛି । ସେହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ତାଙ୍କ ରାଜ୍ୟରେ ଗୋହତ୍ୟା ନିଷେଧ ଆଇନ ଆଣିନାହାନ୍ତି । ଓଡ଼ିଶାରେ ୧୯୬୦ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓଡ଼ିଶାରେ ଗୋହତ୍ୟା ନିଷେଧ ଆଇନ ପାରିତ କରିଥିଲେ ଯାହାକି ଆଜି ପର୍ଯ୍ୟନ୍ତ ବଳବତ୍ତର ରହିଛି । ବିଡମ୍ବନାର ବିଷୟ ଏହି ଆଇନ୍‌ରେ ସର୍ବାଧିକ ଦଣ୍ଡ ଦୁଇବର୍ଷ ଥିବା ବେଳେ ମାତ୍ର ଏକ ହଜାର ଟଙ୍କା ଜୋରିମାନାର ପ୍ରବଧାନ ରହିଛି । ଯାହାଫଳରେ ଗୋହତ୍ୟାକାରୀ ତଥା ଅବୈଧ ଗୋଚାଲାଣକାରୀ ମାନେ ଆଇନ୍‌ର ଫାଙ୍କ ଦେଇ ସହଜରେ ଖସି ଯାଉଛନ୍ତି । ଓଡ଼ିଶାରେ ଗାଈ, ବାଛୁରୀ, ବଳଦ, ଷଣ୍ଢକୁ ହତ୍ୟା କରାଯିବାକୁ ସମ୍ପୂର୍ଣ ନିଷେଧ କରାଯାଇଛି । କିନ୍ତୁ ବଳଦ ଯେକି କାର୍ଯ୍ୟ କରିବାକୁ ଅକ୍ଷମ ଓ ଅଧିକୃତ ଅଧିକାରୀ ଦ୍ୱାର ହତ୍ୟା ପାଇଁ ଯୋଗ୍ୟ ବୋଲି ଘୋଷିତ ହେବା ପରେ ତାକୁ ହତ୍ୟା କରାଯାଇପାରିବ । ଓଡ଼ିଶାରେ କିଛି ହିନ୍ଦୁ ସଂଗଠନ ଅବୈଧ ଗୋ ଚାଲାଣ ବିରୁଧ୍ୟରେ କାମ କରୁଥିବା ଜଣାଯାଏ । ଗୋଚାଲାଣ ହେଉଥିବା ଟ୍ରକ ଓ କଣ୍ଟେନରକୁ ରାସ୍ତାରେ ଅଟକାଇ ପୋଲିସ ଜିମାରେ ଦେଉଛନ୍ତି । ଆଇନ ସମୟ ସମୟେ ସେହି ସଂଗଠନମାନେ ଅଇନି ହାତକୁ ନେବା ଅଭିଯୋଗରେ ସେମାନଙ୍କ ବିରୁଧ୍ୟରେ ମୋକଦମ ରୁଜୁ ହେଉଛି । ପୋଲିସ ପ୍ରଶାସନ ଯଦି ତା’ର କାର୍ଯ୍ୟ ସଠିକ ଭାବେ କରିପାରନ୍ତେ ହିନ୍ଦୁ ସଂଗଠନଗୁଡିକ ରାସ୍ତାକୁ ଯାଇ ଗୋଚାଲାଣ ବିରୁଧ୍ୟରେ କାମ କରିବାକୁ ପଡନ୍ତା ନାହିଁ । ଜଣେ ସାଧାରଣ ଲୋକ ମକ୍ସକ୍ଟ୍ରମ ୪୩ ଅନୁଯାୟୀ ତା’ ସାମ୍ନାରେ ହଉଥିବା ଧର୍ତ୍ତବ୍ୟ ଅପରାଧ ଯାହାକି ନନ୍‌ବେଲେବୁଲ୍‌ର ଅପରାଧୀକୁ ଧରି ପୋଲିସର ଜିମା ଦେଇପାରିବ । ଗୋ ସୁରକ୍ଷା ଆଇନ୍ ନନ୍‌ବେଲେବୁଲ୍ ହୋଇନଥିବା କାରଣରୁ ଜଣେ ସାଧାରଣ ଲୋକ ଗୋ ତସ୍କର ମାନଙ୍କୁ ଯାଇ ଧରିବା ଆଇନ୍‌ସମ୍ମତ ନୁହେଁ । ଯେଉଁ ହିନ୍ଦୁ ସଂଗଠନମାନେ ଏ ଭଳି କାର୍ଯ୍ୟରେ ଲିପ୍ତ ଅଛନ୍ତି ସେମାନେ ସଚେତନ ହେବା ଉଚିତ । ଭାରତର ଅନ୍ୟ ପ୍ରଦେଶରେ ଥିବା ଗୋହତ୍ୟା ନିରୋଧ ଆଇନ୍‌ରେ ଅଧିକ ସଜା ଓ ଜୋରିମାନାରା ପ୍ରାବଧାନ ଥିବା ହେତୁ ଗୋ ମାଫିଆ ମାନଙ୍କ ବିରୁଧ୍ୟରେ ଉପଯୁକ୍ତ ଦଣ୍ଡ ବିଧାନ ହୋଇପାରୁଛି । ଓଡ଼ିଶାରେ ଅଇନି କୋହଳ ଥିବାରୁ ଗୋ ତସ୍କରମାନେ ଓଡ଼ିଶାରେ ଗୋ ଚାଲାଣ ଓ ଗୋହତ୍ୟାରେ ଅଧିକ ସକ୍ରିୟ ଅଛନ୍ତି । ଦୁଃଖ ଓ ପରିତାପର ବିଷୟ ଓଡ଼ିଶାରେ ଅଇନି ଅଛି ସତ; ହେଲେ ତାହା ଆଦୌ କାର୍ଯ୍ୟକାରୀ ହେଉନାହିଁ । ଖୁଲମ୍‌ଖୁଲା ଗୋ ହତ୍ୟା ହେଉଛି । ଗୋମାଂସା ଭକ୍ଷଣକାରୀ ମଣିଷମାନେ ନିଜ ଘର ପଛପଟେ ଅତ୍ୟନ୍ତ ଅମାନୁଷିକ ଭାବେ ଗୋହତ୍ୟା କରୁଛି । ପ୍ରଶାସନ ସବୁ ଦେଖୁଛି କିନ୍ତୁ ବିରୋଧ କରିବାର ସାହସ ନାହିଁ । ସରକାର ନିଜର ଭୋଟ ବ୍ୟାଙ୍କ ରାଜନୀତିକୁ ଆଖି ଆଗରେ ରଖି ନୀରବ ରହୁଛନ୍ତି । ସରକାର ଏହି ପୁରୁଣା ଆଇନୀକୁ ନା ସଂଶୋଧନ କରୁଛନ୍ତି ନା ଏହି ପ୍ରଚଳିତ ଆଇନକୁ ରାଜ୍ୟରେ କାର୍ଯ୍ୟକାରୀ କରୁଛନ୍ତି । କେବଳ କ୍ଷମତାର ମୋହରେ ସରକାର ଆଜି ଧୃତରାଷ୍ଟ ସାଜି ବସିଛନ୍ତି । ତାଙ୍କ ଆଗରେ ଏକ ମାତ୍ର ସ୍ୱପ୍ନ କ୍ଷମତା । ଯେଉଁ ଆଇନ ଅଛି ତାହା କେବଳ ଧର୍ମକୁ ଆଖିଠାର ସଦୃଶ । ଅଗଷ୍ଟ ମାସ ୯ ତାରିଖ କ୍ରାନ୍ତି ଦିବସ ଅବସରରେ ଓଡିଶା ସୁରକ୍ଷା ସେନା ଓ ହିନ୍ଦୁ ଏକତା ମଞ୍ଚ ଆନୁକୂଲ୍ୟରେ ରାଜଭବନ ଭୁବନେଶ୍ୱର ବାହାରେ ଏକ ଧାରଣା କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାରେ ସଶକ୍ତ ଗୋ ସୁରକ୍ଷା କାନୁନ ପାରିତ କରିବାକୁ ଆହ୍ୱାନ ଦିଆ ଯାଇଥିଲା ଓ ଏ ସମ୍ବନ୍ଧରେ ମହାମହିମ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଅବସରପ୍ରାପ୍ତ ପୋଲିସ୍ ଅଫିସର୍

Leave a Reply