Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୀତା ପ୍ରେସକୁ ଗାନ୍ଧୀ ଶାନ୍ତି ପୁରସ୍କାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୀତା ପ୍ରେସକୁ ଗାନ୍ଧୀ ଶାନ୍ତି ପୁରସ୍କାର

  • ସର୍ବେଶ୍ୱର ବେହେରା
    ଭାରତ ସରକାର ଗୀତା ପ୍ରେସକୁ ୨୦୨୧ ମସିହାର ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ଗତ ଏକ ଶତାବ୍ଦୀ ଧରି ଗୀତା ପ୍ରେସ ନିଃସ୍ୱାର୍ଥ ଓ ନିଷ୍ଠାପର ଭାବେ ସନାତନ ଧର୍ମର ପ୍ରଚାର ଓ ପ୍ରସାର କରୁଛି । ଗତ ଶହେ ବର୍ଷ ଧରି ଗୀତା ପ୍ରେସ ପ୍ରାୟ ୭୨କୋଟି ପୁସ୍ତକ ପ୍ରକାଶ କରି ସାମାଜିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ କ୍ଷେତ୍ରରେ ଏକ କୀର୍ତ୍ତିମାନ ସ୍ଥାପନ କରିଛି । ଏହା ସହିତ ଗୀତା ପ୍ରେସ ମାସିକ ପତି୍ରକା ‘କଲ୍ୟାଣ’ ନିୟମିତ ପ୍ରକାଶ କରୁଛି । ଏହାର ସର୍ବାଦୌ ଆଦୃତ ହେଉଛି । ପ୍ରତ୍ୟେକ ବର୍ଷ ‘କଲ୍ୟାଣ’ ଏକ ବିଶେଷାଙ୍କ ପ୍ରକାଶ କରୁଛି, ଯାହାକୁ ପାଠକମାନେ ପ୍ରତୀକ୍ଷା କରିଥାଆନ୍ତି । ଚଳିତବର୍ଷ ବିଶେଷାଙ୍କର ନାମ ଥିଲା ‘ଦୈବୀ ସମ୍ପଦା’ ।
    ଗୀତା ପ୍ରେସ୍ର ସ୍ଥାପନା ୧୯୨୩ ମସିହା ଏପି୍ରଲ ମାସରେ ହୋଇଥିଲା । ଏହାର ସଂସ୍ଥାପକ ଶ୍ରୀ ଜୟଦୟାଲ ଗୋଏଙ୍କା (୧୮୮୫-୧୯୬୪) ଥିଲେ । ଉତ୍ତର ପ୍ରଦେଶର ଗୋରଖପୁରଠାରେ ଏହା ପ୍ରତିଷ୍ଠା ହୋଇ ଆଜି ପର୍ଯ୍ୟନ୍ତ ନିରନ୍ତର ଭାବେ ପାଠକମାନଙ୍କ ସେବା କରିଆସୁଛି । ଶ୍ରୀ ଗୋଏଙ୍କା ଭଗବତ୍ ଗୀତା ପ୍ରତି ସମର୍ପିତ ଥିଲେ । ସେ ଗୀତା ପ୍ରେସର ପ୍ରତିଷ୍ଠା ମୁଖ୍ୟତଃ ଗୀତାର ବହୁଳ ପ୍ରଚାର ପ୍ରସାର ପାଇଁ କରିଥିଲେ । ଗତ ଶହେ ବର୍ଷ ଧରି ଗୀତା ପ୍ରେସ ସର୍ବାଧିକ ଶ୍ରୀମଦ୍ ଭଗବତ୍ ଗୀତା ମୁଦ୍ରଣ କରିଛି । ଏ ପର୍ଯ୍ୟନ୍ତ ୧୬କୋଟି ଶ୍ରୀମଦ୍ ଭଗବତ୍ ଗୀତା ବିକ୍ରୟ ହୋଇଛି । ଗୀତା ପୁସ୍ତକ ପରେ ଶ୍ରୀ ହନୁମାନ ଚାଳିଶା ପୁସ୍ତକ ପ୍ରାୟ ୧୦ କୋଟି ମୁଦ୍ରଣ ହୋଇଛି । ତୃତୀୟ ସ୍ଥାନରେ ଶ୍ରୀରାମଚରିତ ମାନସ, ଯାହା ପ୍ରାୟ ତିନି କୋଟିରୁ ଊଦ୍ଧ୍ୱର୍ ମୁଦ୍ରଣ ହୋଇଛି । ଏ ସମସ୍ତ ପୁସ୍ତକ କେବଳ ସଂସ୍କୃତ ଓ ହିନ୍ଦୀରେ ନୁହେଁ, ଅପିତୁ କେତେକ ପ୍ରାନ୍ତୀୟ ଭାଷାରେ ମଧ୍ୟ ମୁଦ୍ରଣ ହୋଇଛି ।
    ଶ୍ରୀ ଗୋଏଙ୍କାଙ୍କ ସହିତ ଶ୍ରୀ ହନୁମାନ ପ୍ରସାଦ ପୋଦ୍ଦାର ପରେ ଏହି ସନାତନ ମୂଲ୍ୟବୋଧ କାର୍ଯ୍ୟରେ ସଂଲଗ୍ନ ହେଲେ । ସ୍ୱାମୀ ରାମସୁଖ ଦାସ, ଶ୍ରୀ ଚମ୍ମନଲାଲ ଗୋସ୍ୱାମୀ, ସ୍ୱାମୀ ଅଖଣ୍ଡାନନ୍ଦ ସରସ୍ୱତୀ ଆଦି ମହାନ ସଂସ୍କାରକମାନେ ଏହାର କଳେବର ବର୍ଦ୍ଧିତ କରିଛନ୍ତି । ଶ୍ରୀ ପୋଦ୍ଦାର ‘କଲ୍ୟାଣ’ ମାସିକ ପତି୍ରକା ପ୍ରକାଶନ ସହିତ ସନାତନ ଧର୍ମର ବହୁ ଗ୍ରନ୍ଥ ଯଥା- ଶ୍ରୀମଦ୍ ଭଗବତ୍ ଗୀତା, ରାମାୟଣ, ପୁରାଣ, ଭାଗବତ, ଗୋସ୍ୱାମୀ ତୁଳସୀଦାସ ଆଦି ମହାପୁରୁଷଙ୍କ ରଚିତ ଗ୍ରନ୍ଥ ଏବଂ ଶ୍ରୀଚୈତନ୍ୟ ଚରିତାମୃତ ଆଦିକୁ ଜନସାଧାରଣଙ୍କ ନିକଟରେ ସରଳ ଓ ସୁଲଭ ଭାବେ ଉପସ୍ଥାପନ କରିଛନ୍ତି । ସମସ୍ତ ଉପନିଷଦଗୁଡ଼ିକ ସହିତ ଆଦି ଶଙ୍କରାଚାର୍ଯ୍ୟଙ୍କ ଭାଷ୍ୟକୁ ଗୀତା ପ୍ରେସ ମଧ୍ୟ ମୁଦ୍ରଣ କରିଛି । ଗୀତା ପ୍ରେସ ସଂକ୍ଷିପ୍ତ ମହାଭାରତ ଓ ସମ୍ପୂର୍ଣ୍ଣ ମହାଭାରତ ସର୍ବପ୍ରଥମେ ପ୍ରକାଶ କରିଛି । ଉତ୍ତରପ୍ରଦେଶ ସହିତ ହିନ୍ଦୀ ଭାଷାଭାଷୀ କ୍ଷେତ୍ରରେ ସଂସ୍କାରିତ ପରିବାରରେ ‘କଲ୍ୟାଣ’ ପତି୍ରକା ଦେଖିବାକୁ ମିଳୁଛି । ଗୀତା ପ୍ରେସର ଚାହିଦା ବିପୁଳ ମାତ୍ରାରେ ଦେଖିବାକୁ ବୃଦ୍ଧି ପାଉଛି । ଦେଶର ପ୍ରମୁଖ ରେଳଷ୍ଟେସନ ଓ ବସ୍ଷ୍ଟାଣ୍ଡମାନଙ୍କରେ ଗୀତା ପ୍ରେସର ପୁସ୍ତକ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଛି । ଏହାର ଏକମାତ୍ର କାରଣ ଯେ ଗୀତା ପ୍ରେସ ସନାତନ ସେବା ନିମିତ୍ତ ସମର୍ପିତ ଏକ ସଂସ୍ଥା, କୌଣସି ବ୍ୟବସାୟିକ ସଂସ୍ଥା ନୁହେଁ । ଏହାର ଉଦେ୍ଦଶ୍ୟ ରୋଜଗାର କରି ଲାଭାନ୍ୱିତ ହେବା ନୁହେଁ ।
    ସବୁଠାରୁ ଆଶ୍ଚର୍ଯ୍ୟର କଥା ଗୀତା ପ୍ରେସ ଆଜି ପର୍ଯ୍ୟନ୍ତ କୌଣସି ବିଜ୍ଞାପନ, ସରକାରୀ ପୃଷ୍ଠପୋଷକତା କିମ୍ବା ଦାନ ଗ୍ରହଣ କରୁନାହିଁ । ୧୯୨୬ରୁ ‘କଲ୍ୟାଣ’ ପତି୍ରକା ମାସିକ ନିରନ୍ତର ବହୁଳ ପ୍ରକାଶନ ହେଉଛି । କିନ୍ତୁ ଏହି ପତି୍ରକାରେ କୌଣସି ବିଜ୍ଞାପନ ଦେଖିବାକୁ ମିଳେନାହିଁ । ସମାଜରେ ସନାତନ ମୂଲ୍ୟବୋଧର ପ୍ରଚାର ପ୍ରସାର ଏହାର ଏକମାତ୍ର ଲକ୍ଷ୍ୟ । ଏଣୁ କୌଣସି ଲାଭ ନରଖି କେବଳ ଉତ୍ପାଦନ ମୂଲ୍ୟ ସହିତ ପୁସ୍ତକଗୁଡିକ ବିକି୍ର ହୋଇଥାଏ । ଗୀତା ପ୍ରେସର ପ୍ରାୟ ୧୮୦୦ରୁ ଊଦ୍ଧ୍ୱର୍ ପୁସ୍ତକ ପ୍ରକାଶନ ମଧ୍ୟରୁ ୭୫୦ ହିନ୍ଦୀ ଓ ସଂସ୍କୃତରେ ପ୍ରକାଶିତ ହୋଇଛି । ବାକି ସମସ୍ତ ଭାରତର କେତେକ ପ୍ରାନ୍ତୀୟ ଭାଷାରେ ପ୍ରକାଶ ହୋଇଛି ।
    ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ରାମମନ୍ଦିର ସମ୍ବନ୍ଧୀୟ ନିର୍ଣ୍ଣୟ ଆସିବା ପରେ ୨୦୨୧ ମସିହାରେ ଗୀତା ପ୍ର୍ରେସ ‘ଅଯୋଧ୍ୟା ଦର୍ଶନ’ ନାମରେ ଏକ ସୁନ୍ଦର ପୁସ୍ତକ ପ୍ରକାଶ କରିଛି । ୧୨୮ ପୃଷ୍ଠା ବିଶିଷ୍ଟ ରଙ୍ଗୀନ ପୁସ୍ତକରେ ଅଯୋଧ୍ୟାର ରାୟ ସହିତ ଅଯୋଧ୍ୟାରେ ଥିବା ମୁଖ୍ୟ ମନ୍ଦିରଗୁଡ଼ିକର ସଂକ୍ଷିପ୍ତ ପରିଚୟ ପ୍ରଦାନ କରାଯାଇଛି । ଏଥିରେ ଅଯୋଧ୍ୟାର ଶାସ୍ତ୍ରୀୟ ମହତ୍ତ୍ୱକୁ ଅତି ସରଳ ଭାଷାରେ ଉଲ୍ଲେଖ କରାଯାଇଛି । ବିଶ୍ୱର ଜନସାଧାରଣଙ୍କ ପାଇଁ ଇଂରାଜୀ ଭାଷାରେ ଶ୍ରୀମଦ ଭଗବତ୍ ଗୀତା, ହନୁମାନ ଚାଳିଶା, ଶ୍ରୀରାମଚରିତ ମାନସ ଆଦି ପ୍ରକାଶ ପାଇଛି । ଇଂରାଜୀ ଭାଷାରେ ଏହି ପୁସ୍ତକ ଗୁଡିକ ବିଶ୍ୱରେ ବହୁଳ ଆଦୃତ ହେଉଛି ।
    ଗତ କିଛିଦିନ ତଳେ ଦେଶରେ କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ)ରେ ପ୍ରଚାର କଲେ ଯେ ଗୀତା ପ୍ରେସ ବନ୍ଦ ହୋଇଯିବ । ଏହା ବିପୁଳ କ୍ଷତିରେ ଚାଲୁଛି । କେତେକ ସମ୍ବାଦପତ୍ରରେ ମଧ୍ୟ ଏହା ପ୍ରକାଶ ପାଇଲା । ବାସ୍ତବରେ ଏହା ସତ୍ୟ ନୁହେଁ । କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିମାନେ ଏହି ଗୀତା ପ୍ରେସ ନାଁରେ ଚାନ୍ଦା ସଂଗ୍ରହ ପାଇଁ ଏପରି ବିଭ୍ରାନ୍ତକାରୀ ସମ୍ବାଦ ପରିବେଷଣ କରିଥିଲେ । ଗୀତା ପ୍ରେସ କେବଳ ଭାରତରେ ନୁହେଁ, ଅପିତୁ ବିଶ୍ୱର ଏକ ଅଗ୍ରଣୀ ସଂସ୍ଥା । ୨୦୨୦ ମସିହାରେ ଗୀତା ପ୍ରେସ ୧୧ କୋଟି ଅର୍ଥ ବ୍ୟୟ କରି ଜର୍ମାନୀରୁ ପୁସ୍ତକ ବନେ୍ଧଇ (ବାଇଣ୍ଡିଂ) ମେସିନ କ୍ରୟ କରିଛି । ୨୦୨୧ ମସିହାରେ ଜାପାନରୁ ଛଅ କୋଟି ଅର୍ଥ ବ୍ୟୟରେ ‘ଫୋର କଲର ଅପସେଟ୍ ପି୍ରଣ୍ଟିଂ’ ମେସିନ କ୍ରୟ କରିଛି । ପୁସ୍ତକଗୁଡିକର ଉକ୍ରୃଷ୍ଟ ପ୍ରକାଶନ ଓ ବନେ୍ଧଇ ପାଇଁ ଗୀତା ପ୍ରେସ ସର୍ବଦା ଧ୍ୟାନକେନ୍ଦି୍ରତ କରୁଛି । ପ୍ରତିବର୍ଷ ପ୍ରାୟ ୬୦ କୋଟି ଟଙ୍କାର ପୁସ୍ତକ ବିକି୍ର ହେଉଛି । ତା’ଛଡା ୫ କୋଟି ଟଙ୍କାର ‘କଲ୍ୟାଣ’ ମାସିକ ପତି୍ରକା ବିକି୍ର ହେଉଛି । ପ୍ରତ୍ୟେକ ବର୍ଷ ପ୍ରାୟ ୫ହଜାର ମେଟ୍ରିକ୍ ଟନ କାଗଜ ପ୍ରକାଶନ ପାଇଁ ଆବଶ୍ୟକ ହେଉଛି । ଏଥିରେ ୧୮୫ଜଣ ନିୟମିତ ଓ ୨୦୦ ଜଣ ଅସ୍ଥାୟୀ କର୍ମଚାରୀ କାର୍ଯ୍ୟ କରୁଛନ୍ତି ।
    ଗୀତା ପ୍ରେସ ଦ୍ୱାରା ଅନେକ ସେବା କାର୍ଯ୍ୟ ଚାଲିଛି । ଗୀତାଭବନ ସେବାଗ୍ରାମଠାରେ ପ୍ରାୟ ୧୦୦୦ରୁ ଅଧିକ ନିବାସ କକ୍ଷ ଅଛି । ଏଠାରେ ପ୍ରତ୍ୟେକ ଦିନ ସତ୍ସଙ୍ଗ, ସାଧୁ ସନ୍ଥମାନଙ୍କ ପାଇଁ ନିବାସ, ନିଃଶୁଳ୍କ ଆୟୁର୍ବେଦ ଚିକିତ୍ସା ସେବା ତଥା କମ୍ ମୂଲ୍ୟରେ ଭୋଜନ ମିଳୁଛି । ସାଧୁସନ୍ଥମାନଙ୍କ ପାଇଁ ନିଃଶୁଳ୍କ ଭୋଜନ ଓ ବସ୍ତ୍ରାଦି ପ୍ରଦାନ କରାଯାଉଛି । ଗୀତା ଭବନର ଆୟୁର୍ବେଦ ସଂସ୍ଥାଠାରେ ଆୟୁର୍ବେଦ ଔଷଧ ଉତ୍ପାଦନ ହୋଇଥାଏ । ସେବାଗ୍ରାମ ଦ୍ୱାରା ଗୋରଖପୁର, କୋଲକାତା, ଚୁରୁ (ରାଜସ୍ଥାନ), ସୁରତ (ଗୁଜୁରାଟ) ଆଦି ସ୍ଥାନମାନଙ୍କରେ ନିଃଶୁଳ୍କ ଆୟୁର୍ବେଦୀୟ ଚିକିତ୍ସା ପ୍ରଦାନ କରାଯାଉଛି । ଗୀତା ପ୍ରେସର ବ୍ରହ୍ମଚର୍ଯ୍ୟ ଆଶ୍ରମ ଚୁରୁଠାରେ ଚାଲୁଛି । ଏଠାରେ ବ୍ରହ୍ମଚାରୀମାନଙ୍କୁ ନିଃଶୁଳ୍କ ଶିକ୍ଷା, ନିବାସ, ଚିକିତ୍ସା, ଭୋଜନ ଆଦି ପ୍ରଦାନ କରାଯାଉଛି । ବ୍ରହ୍ମଚାରୀମାନଙ୍କୁ ଗୁରୁକୁଳ ପଦ୍ଧତିରେ ଶିକ୍ଷା ପ୍ରଦାନ କରାଯାଉଛି । କୋଲକତାଠାରେ ଥିବା ଗୋବିନ୍ଦ ଭବନଠାରେ ଏହାର ମୁଖ୍ୟ କାର୍ଯ୍ୟାଳୟ ଅଛି । ଏଠାରେ ପ୍ରତ୍ୟେକ ଦିନ ଗୀତାପାଠ ସହିତ ସାଧୁସନ୍ଥମାନଙ୍କର ପ୍ରବଚନ ହେଉଛି ।
    ଗୀତା ପ୍ରେସକୁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନକୁ କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ବିରୋଧ କରୁଛନ୍ତି । ଏହି ବ୍ୟକ୍ତିମାନେ ଭାରତୀୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପୁସ୍ତକ ସହିତ ସତ୍ସାହିତ୍ୟ ପ୍ରକାଶନର ବିରୋଧୀ ବୋଲି ସ୍ପଷ୍ଟ ଜଣାପଡୁଛି । ଗୀତା ପ୍ରେସ ଗତ ୧୦୦ ବର୍ଷ ଧରି ଭାରତୀୟ ଜନମାନସରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚେତନା ସୃଷ୍ଟି କରୁଛି । କେତେକ ରାଜନୈତିକ ନେତାମାନେ ସନାତନ ସଂସ୍କୃତିର ବାହକ ଗୀତା ପ୍ରେସ୍କୁ ବିରୋଧ କରି ନୀଚ୍ଚ ସଂଖ୍ୟାଲଘୁ ତୁଷ୍ଟୀକରଣ କରୁଛନ୍ତି । ଭାରତୀୟ ସନାତନ ସଂସ୍କୃତି, ଆଧ୍ୟାତ୍ମିକ, ସାଂସ୍କୃତିକ ଜାଗରଣକୁ ବିରୋଧ କରି ନିଜକୁ ଶ୍ରେଷ୍ଠ ଧର୍ମନିରପେକ୍ଷବାଦୀ ବୋଲି ପରିଗଣିତ କରିବା ଏହି ନେତାମାନଙ୍କର ଫେସନ ହୋଇଗଲାଣି । ପ୍ରକାଶ ଥାଉ କି ଗୀତା ପ୍ରେସ ଗାନ୍ଧୀ ଶାନ୍ତି ପୁରସ୍କାର ପାଇଁ ନିଜର ନୀତି ସହିତ ସାଲିସ କରିନାହିଁ । ସେ କେବଳ ପୁରସ୍କାର ଗ୍ରହଣ କରିବ, ପୁରସ୍କାର ସ୍ୱରୂପ ଏକ କୋଟିରୁ ରାଶି ଗ୍ରହଣ କରିବ ନାହିଁ । କାରଣ ସେ ତା’ର ଜନ୍ମଠାରୁ ଆଜିପର୍ଯ୍ୟନ୍ତ କୌଣସି ଦାନ ଗ୍ରହଣ କରିନାହିଁ ।
    ଆଡଭୋକେଟ, ଖଟବିନ ସାହି, କଟକ
    ମୋ-୯୪୩୭୦୧୬୩୮୪

Leave a Reply