CCS ବୈଠକରେ ନେପାଳ ହିଂସା ଉପରେ ଚର୍ଚ୍ଚା 

ଦୁର୍ନୀତିକୁ ନେଇ ବର୍ଷବର୍ଷ ଧରି କୁହୁଳିଥିବା ଜନ ଅସନ୍ତୋଷ ନେଇଛି ଭୟଙ୍କର ରୂପ । ଜନତାଙ୍କ ଦାବିକୁ ଅଣଦେଖା କରି ବିଦ୍ରୋହର ସ୍ବର ଚାପିବାକୁ ବିଫଳ ହୋଇଛି ଓଲୀ ସରକାର । ଦେଶରେ ୨୮ ସୋସିଆଲ ମିଡିଆ ଉପରେ କଟକଣା ଘୋଷଣା ପରେ ଉଗ୍ର ରୂପ ଧାରଣ କରିଥିଲା ଅଶାନ୍ତି । ମାତ୍ର ୨ ଦିନ ମଧ୍ୟରେ Gen-Z ବିଦ୍ରୋହୀ ସରକାରଙ୍କୁ ନାକେଦମ କରିଛନ୍ତି ।

ସେପଟେ CCS ବୈଠକରେ ନେପାଳ ହିଂସା ଉପରେ ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧକ୍ଷତାରେ ସୁରକ୍ଷା ସମ୍ୱନ୍ଧିତ କ୍ୟାବିନେଟ୍ କମିଟି ବୈଠକରେ ନେପାଳ ହିଂସା ଉପରେ ବିସ୍ତୃତ ଆଲୋଚନା କରିଛନ୍ତି । ମୋଦୀ ନେପାଳ ହିଂସାକୁ ହୃଦୟବିଦାରକ ବୋଲି କହିଛନ୍ତି । ପଡୋଶୀ ଦେଶରେ ସ୍ଥିରତା, ଶାନ୍ତି ଓ ସମୃଦ୍ଧି ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ହିମାଚଳ ପ୍ରଦେଶ ଓ ପଞ୍ଜାବ ଗସ୍ତରୁ ଫେରିବା ପରେ କ୍ୟାବିନେଟ୍ ସୁରକ୍ଷା କମିଟି ବୈଠକରେ ନେପାଳ ଘଟଣାକ୍ରମକୁ ନେଇ ବିସ୍ତୃତରେ ଆଲୋଚନା ହୋଇଛି । ଅନେକ ପିଲାଙ୍କ ଏଥିରେ ଜୀବନ ଯାଇଥିବା ଖବର ଅତ୍ୟନ୍ତ ଯନ୍ତ୍ରଣାଦାୟକ । ଶାନ୍ତି ବ୍ୟବସ୍ଥା ବଜାୟ ରଖିବା ପାଇଁ ମୁଁ ମୋର ନେପାଳର ସମସ୍ତ ଭାଇ-ଭଉଣୀଙ୍କୁ ନିବେଦନ କରୁଛି ବୋଲି କହିଛନ୍ତି ମୋଦି ।

Leave a Reply