Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜୀବନରେ ଲାଗି ରହୁଛି କି ସମସ୍ୟା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜୀବନରେ ଲାଗି ରହୁଛି କି ସମସ୍ୟା

ଅନେକ ସମୟରେ ଦେଖାଯାଏ, ଜୀବନରେ ବାରମ୍ବାର ସମସ୍ୟା ଲାଗି ରହିଥାଏ । ଏହାସହ ଘରେ ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ଓ ଅଶାନ୍ତି ଲାଗି ରହିବା । ଏହାର କାରଣ ବାସ୍ତୁ ଦୋଷ ବୋଲି କୁହାଯାଏ । ଅନେକ ସମୟରେ ଜାଣତରେ ଅଜାଣତରେ କରୁଥିବା କିଛି ଭୁଲ୍ ପାଇଁ ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ । କିଛି ସ୍ୱତନ୍ତ୍ର ଦିଗ ପ୍ରତି ଧ୍ୟାନ ଦେବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଜାଣନ୍ତୁ .. ବାସ୍ତୁ ଅନୁଯାୟୀ, କ୍ଷୀରକୁ ଯେଉଁ ପାତ୍ରରେ ମଧ୍ୟ ରଖନ୍ତୁ , ତାହାକୁ କଦାପି ଖାଲି ରଖନ୍ତୁ ନାହିଁ । ଏହାକୁ ସର୍ବଦା ଘୋଡାଇ ରଖନ୍ତୁ । କ୍ଷୀରକୁ ଖୋଲା ରଖିବା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ଅଶାନ୍ତି ,ମାନସିକ ଅଶାନ୍ତି ଏହାସହ ରୋଗ ଲାଗି ରହିଥାଏ । ଛାତ ଉପରେ କଦାପି ଖାଲି ମାଠିଆ, ପୁରୁଣା ଭଙ୍ଗା ଫୁଲଦାନୀ, ଖରାପ ଆସବାବ ପତ୍ର, ପଙ୍ଖା, ଖରାପ ଜିନିଷ ପତ୍ର ରଖନ୍ତୁ ନାହିଁ । ରାତିରେ ଶୋଇବା ସମୟରେ ମୁଣ୍ଡ ଉପରେ ଏକ ଲାଲ ରୁମାଲ ରଖି ଶୁଅନ୍ତୁ । ଏହାଦ୍ୱାରା ଖରାପ ସ୍ୱପ୍ନ ଆସିନଥାଏ । ଘରକୁ କଦାପି ଅନ୍ଧକାର ରଖନ୍ତୁ ନାହିଁ । ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ । ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ମୁଖ୍ୟ ଦ୍ୱାର ସାମ୍ନାରେ କଦାପି କଂଟାଜାତୀୟ ଗଛ ରଖନ୍ତୁ ନାହିଁ । ଘରର ସାମ୍ନା ଅପରିଷ୍କାର ରଖନ୍ତୁ ନାହିଁ । ଏହାଦ୍ୱାରା ପରିବାର ସଦସ୍ୟଙ୍କ ଜୀବନରେ ସମସ୍ୟା ଲାଗି ରହିଥାଏ । ଘରର ମୁଖ୍ୟଦ୍ୱାର ସମ୍ମୁଖ କବାଟରେ ପ୍ରଭୁ ଗଣେଶଙ୍କ ଫଟୋ,ଶୁଭ-ଲାଭ, ଦେବୀ ଦେବତାଙ୍କ ଫଟୋ ଲଗାନ୍ତୁ । ଏହାଦ୍ୱାରା ଜୀବନରେ ଅନେକ ସମସ୍ୟା ଦୂର ହୋଇଥାଏ । ସେହିପରି ରୋଷେଇ ଘରକୁ କଦାପି ଜୋତା-ଚପଲ ପିନ୍ଧି ଯାଆନ୍ତୁ ନାହିଁ । ଏହାଦ୍ୱାରା ମା’ଲକ୍ଷ୍ମୀ ଅଶାନ୍ତି ହୋଇଥାଆନ୍ତି । ଘରେ କଳହ ହୋଇଥାଏ । ଏହାସହ ଭୋଜନ କରିବା ପୂର୍ବରୁ ପ୍ରଥମ ରୁଟି ଗାଈଙ୍କୁ ଖୁଆନ୍ତୁ । ଏହାଦ୍ୱାରା ଜାତକରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ ।

Leave a Reply