ବିଶାଖାପାଟନମ: ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନକୁ ଏକ ବଡ଼ ସଫଳତା ବୋଲି ବର୍ଣ୍ଣନା କରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ…
Author: Contributor
ନ୍ୟୁୟର୍କରୁ ଟୋକିଓ ପର୍ଯ୍ୟନ୍ତ ସାରା ବିଶ୍ୱ ଜୁନ୍ ୨୧ରେ ଏକାଠି ହୋଇ ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛି
ନୂଆଦିଲ୍ଲୀ: ନ୍ୟୁୟର୍କରୁ ଟୋକିଓ ପର୍ଯ୍ୟନ୍ତ ସାରା ବିଶ୍ୱ ଜୁନ୍ ୨୧ରେ ଏକାଠି ହୋଇ ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛି।…
ଅପରେସନ ସିନ୍ଧୁ ଅଧୀନରେ ପାଖାପାଖି ୮୨୭ ଭାରତୀୟ ନାଗରିକ ଇରାନରୁ ସ୍ବଦେଶ ଫେରିଲେଣି
ନୂଆଦିଲ୍ଲୀ: ଅପରେସନ ସିନ୍ଧୁ ଅଧୀନରେ ପାଖାପାଖି ୮୨୭ ଭାରତୀୟ ନାଗରିକ ଇରାନରୁ ସ୍ବଦେଶ ଫେରିଲେଣି। ବିଦେଶ ବ୍ୟାପାର ମନ୍ତ୍ରାଳୟ ଆଜି ଏକ୍ସରେ…
ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚୂଡାନ୍ତ ରଥ ସମନ୍ବୟ ବୈଠକ ବସିବ
ପୁରୀ-ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚୂଡାନ୍ତ ରଥ ସମନ୍ବୟ ବୈଠକ ବସିବ। ଶୃଙ୍ଖଳିତ ରଥ ଯାତ୍ରା ନେଇ ବିଭିନ୍ନ ଅଧିକାରୀ ଏବଂ ଶ୍ରୀମନ୍ଦିର…
ଆମେରିକା ଇରାନର ଫୋର୍ଡୋ, ନାଟାଞ୍ଜ ଏବଂ ଇସଫାହାନ ପରମାଣୁ ସ୍ଥାନ ଉପରେ ବିମାନ ଆକ୍ରମଣ କରିଛି
ଆମେରିକା ଏବେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ସାମିଲ ହୋଇଛି। ଆମେରିକା ଇରାନର ତିନୋଟି ପରମାଣୁ ସ୍ଥାନ ଫୋର୍ଡୋ,…
ପାକିସ୍ତାନ ତା’ର ବନ୍ଧୁ ଦେଶ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉଛି?
ପାକିସ୍ତାନୀ ସେନେଟର ସାହିବଜାଦା ହମିଦ ରଜା ଏକ ବଡ଼ ଖୁଲାସା କରିଛନ୍ତି ଯେ, ପାକିସ୍ତାନ ଆମେରିକା ଏବଂ ଇସ୍ରାଏଲକୁ ଏହାର ବିମାନ…
ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ଯୋଗ ଦିବସ ପାଳନ
ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ଯୋଗ ଦିବସ ପାଳନ ବ୍ରହ୍ମପୁର ୨୧ ଜୁନ: ବିଶ୍ବ ଯୋଗ ଦିବସର…
ପାକିସ୍ତାନ ସରକାର ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାମକୁ ଆନୁଷ୍ଠାନିକ ଭାବେ ପ୍ରସ୍ତାବ ଦେଇଛନ୍ତି
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଜବ ଦାବି । ବିଶ୍ୱର ଅନେକ ମୋର୍ଚ୍ଚାରେ ଯୁଦ୍ଧ ବନ୍ଦ୍ କରିବାରେ ତାଙ୍କର…
ଶହ ଶହ ବର୍ଷ ଧରି ଓଡ଼ିଶା ଭାରତୀୟ ସଭ୍ୟତା ଓ ସଂସ୍କୃତିକୁ ସମୃଦ୍ଧ କରିଆସୁଛି: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟସ୍ତରୀୟ ସମାରୋହରେ ଅଧ୍ୟକ୍ଷତା କରିଛନ୍ତି। ଓଡ଼ିଶାର ସାମଗ୍ରିକ…
ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ଜୟ ଜଗନ୍ନାଥ! ଜୟ ଜଗନ୍ନାଥ! ଜୟ ବାବା ଲିଙ୍ଗରାଜ! ମୋର ପ୍ରିୟ ଓଡ଼ିଶାବାସୀଙ୍କୁ ନମସ୍କାର, ଜୁହାର! ଓଡ଼ିଶାର ରାଜ୍ୟପାଳ ହରି ବାବୁ ଜୀ, ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ଜୁଏଲ ଓରାମ ଜୀ, ଧର୍ମେନ୍ଦ୍ର ପ୍ରଧାନ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଜୀ, ପ୍ରଭାତୀ ପରିଡା ଜୀ, ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ମନ୍ତ୍ରୀ, ସାଂସଦ ଏବଂ ବିଧାୟକ ତଥା ଓଡ଼ିଶାର ମୋର ସମସ୍ତ ଭାଇ ଓ ଭଉଣୀମାନେ! ଆଜି, 20 ଜୁନ୍ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ। ଆଜି, ଓଡ଼ିଶାର ପ୍ରଥମ ବିଜେପି ସରକାର ସଫଳତାର ସହିତ ଗୋଟିଏ ବର୍ଷ ପୂରଣ କରିଛି। ଏହି ବାର୍ଷିକୀ କେବଳ ସରକାରଙ୍କ ନୁହେଁ, ଏହା ସୁଶାସନ ପ୍ରତିଷ୍ଠାର ବାର୍ଷିକୀ। ଏହି ବର୍ଷଟି ଜନସେବା ଏବଂ ଜନବିଶ୍ୱାସ ପାଇଁ ଉତ୍ସର୍ଗୀକୃତ। ଏହା ଓଡ଼ିଶାର କୋଟି କୋଟି ଭୋଟରଙ୍କ ବିଶ୍ୱାସ ପୂରଣ କରିବା ପାଇଁ ସଚ୍ଚୋଟ ପ୍ରୟାସର ଏକ ମହାନ ବର୍ଷ। ମୁଁ ଆପଣମାନଙ୍କୁ ସମସ୍ତ ଓଡ଼ିଶାବାସୀଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି। ମୁଁ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ମାଝୀ ଜୀ ଏବଂ ତାଙ୍କ ସମଗ୍ର ଦଳକୁ ମଧ୍ୟ ଅଭିନନ୍ଦନ ଜଣାଉଛି। ଆପଣ ସମସ୍ତେ ପ୍ରଶଂସନୀୟ କାର୍ଯ୍ୟ କରି ଓଡ଼ିଶାର ବିକାଶକୁ ଏକ ନୂତନ ଗତି ପ୍ରଦାନ କରିଛନ୍ତି। ବନ୍ଧୁଗଣ, ଓଡ଼ିଶା କେବଳ ଏକ ରାଜ୍ୟ ନୁହେଁ, ଏହା ଭାରତର ଐତିହ୍ୟର ଦିବ୍ୟ ତାରା। ଶହ ଶହ ବର୍ଷ ଧରି ଓଡ଼ିଶା ଭାରତୀୟ ସଭ୍ୟତା ଏବଂ ଆମର ସଂସ୍କୃତିକୁ ସମୃଦ୍ଧ କରିଆସୁଛି। ତେଣୁ, ଆଜି ଯେତେବେଳେ ବିକାଶ ଏବଂ ଐତିହ୍ୟର ମନ୍ତ୍ର ଭାରତର ପ୍ରଗତିରେ ଆଧାର ପାଲଟିଛି, ସେତେବେଳ ଓଡ଼ିଶାର ଭୂମିକା ଆହୁରି ସ୍ବତନ୍ତ୍ର ହୋଇଯାଇଛି। ଗତ ଗୋଟିଏ ବର୍ଷ ମଧ୍ୟରେ, ଓଡ଼ିଶା ବିକାଶ ଏବଂ ଐତିହ୍ୟର ଏହି ମନ୍ତ୍ରକୁ ପ୍ରମାଣିତ କରି ଦେଖାଇଛି ଏବଂ ଏହି ମନ୍ତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ିଛି। ବନ୍ଧୁଗଣ, ଏହା ଏକ ଖୁସିର ଘଟଣା ଯେ ଯେତେବେଳେ ଓଡ଼ିଶାର ବିଜେପି ସରକାର ଏକ ବର୍ଷ ପୂରଣ କରୁଛି, ଆପଣ ସମସ୍ତେ ପ୍ରଭୁ ଜଗନ୍ନାଥ ଜୀଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତିରେ ବ୍ୟସ୍ତ। ମହାପ୍ରଭୁ ଆମର ଆରାଧ୍ୟ ଏବଂ ପ୍ରେରଣା ଓ ମହାପ୍ରଭୁଙ୍କ ଆଶୀର୍ବାଦରେ, ଶ୍ରୀମନ୍ଦିର ସହିତ ଜଡିତ ସମସ୍ୟାଗୁଡ଼ିକର ମଧ୍ୟ ସମାଧାନ ହୋଇଛି। କୋଟି କୋଟି ଭକ୍ତଙ୍କ ଅନୁରୋଧକୁ ସମ୍ମାନ ଦେଇଥିବାରୁ ମୁଁ ମୋହନ ଜୀ ଏବଂ ତାଙ୍କ ସରକାରଙ୍କୁ ଅଭିନନ୍ଦନ ଜଣାଉଛି। ଏଠାରେ ସରକାର ଗଠନ ହେବା ମାତ୍ରେ, ଶ୍ରୀମନ୍ଦିରର ଚାରୋଟି ଦ୍ୱାର ଖୋଲାଗଲା, ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ମଧ୍ୟ ଖୋଲାଗଲା। ଏହା ରାଜନୈତିକ ବିଜୟ କିମ୍ବା ପରାଜୟର ବିଷୟ ନୁହେଁ। ଏହା କୋଟି କୋଟି ଭକ୍ତଙ୍କ ବିଶ୍ୱାସକୁ ସମ୍ମାନ ଦେବାର ଏକ କାର୍ଯ୍ୟ। ବନ୍ଧୁଗଣ, ମାତ୍ର ଦୁଇ ଦିନ ପୂର୍ବରୁ ମୁଁ ଜି୭ ଶିଖର ସମ୍ମିଳନୀ ପାଇଁ କାନାଡାରେ ଥିଲି, ଏବଂ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ମୋତେ ଫୋନ୍ କରିଥିଲେ, ସେ କହିଥିଲେ ଯେ ଆପଣ କାନାଡା ଆସିଛନ୍ତି, ଆପଣ…