ମେରଠର ଶାସ୍ତ୍ରୀ ନଗରସ୍ଥିତ ବାଲେରାମ ବ୍ରଜଭୂଷଣ ସରସ୍ୱତୀ ଶିଶୁ ମନ୍ଦିର ବରିଷ୍ଠ ମାଧ୍ୟମିକ ବିଦ୍ୟାଳୟରେ ୩୭ତମ ‘ବିଦ୍ୟା ଭାରତୀ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଖୋ-ଖୋ ପ୍ରତିଯୋଗିତା’ର ଶୁଭାରମ୍ଭ ହୋଇଯାଇଛି। ଏହି ତିନି ଦିନିଆ ପ୍ରତିଯୋଗିତାରେ ଦେଶର ୧୧ଟି ପ୍ରାନ୍ତରୁ ୪୫୦ରୁ ଅଧିକ ବାଳକ ଖେଳାଳି ଭାଗ ନେଉଛନ୍ତି।
ମେରଠସ୍ଥିତ ମେଜର ଧ୍ୟାନଚାନ୍ଦ କ୍ରୀଡ଼ା ବିଶ୍ୱବିଦ୍ୟାଳୟର କୁଳପତି, ମେଜର ଜେନେରାଲ ଦୀପ ଅହଲାବତ୍ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ମା’ ସରସ୍ୱତୀଙ୍କ ଫୋଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ ପୁଷ୍ପାର୍ପଣ କରି ଏହି ଜାତୀୟ ପ୍ରତିଯୋଗିତାର ବିଧିବଦ୍ଧ ଉଦ୍ଘାଟନ କରିଛନ୍ତି।