ମଇଁଷି ବୋଝେଇ ୨ଗାଡ଼ି ଜବତ, ୫ ଗିରଫ

ମଇଁଷି ବୋଝେଇ ୨ଗାଡ଼ି ଜବତ, ୫ ଗିରଫ
ଯାଁଳା- ଇନ୍‌ଫୋଭ୍ୟାଲି ଥାନା ପୋଲିସ ମଇଁଷି ବୋଝେଇ ଦୁଇଟି ଗାଡ଼ି ଜବତ କରିବା ସହ ୫ଜଣଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। ଜବତ ଦୁଇ ଗାଡ଼ିରୁ ମୋଟ୍ ୪୩ଟି ମଇଁଷି ଉଦ୍ଧାର କରାଯାଇଥିବା ବେଳେ ସେଥୁରୁ ୩ଟିର ମୃତ୍ୟୁ ଘଟିଥିବା ପୋଲିସ କହିଛି। ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ଯାଁଳା ନିକଟରେ ଏକ ଗାଡ଼ି ଉପରେ ସନ୍ଦେହ ହେବାରୁ ଦିନେଶ ସାହୁ ଓ ତାଙ୍କ ସହଯୋଗୀମାନେ ଅଟକାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଏନେଇ ସେମାନେ ୧୧୨କୁ ଫୋନ କରିବା ପରେ ପୋଲିସ ସହାୟତାରେ ଗଙ୍ଗପଡ଼ା ନିକଟରେ ଗାଡ଼ିକୁ ଅଟକାଇଥିଲେ। ଯାଞ୍ଚ ବେଳେ ସେଥ‌ିରୁ ୨୫ଟି ମଇଁଷି ଉଦ୍ଧାର ହୋଇଥିଲା। ସେଥ‌ିରୁ ୨୩ଟି ଜୀବିତ ଓ ଦୁଇଟି ମଇଁଷିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଥିଲା। ମଇଁଷିଙ୍କୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ନିଆଯାଉଥ‌ିବା ଅଭିଯୋଗ
।
ହୋଇଛି। ଏହି ଘଟଣାରେ ପୋଲିସ ଜଗତସିଂହପୁର ଜିଲାର ଲକ୍ଷ୍ମୀଧର ମଲ୍ଲିକ ଏବଂ ତେଲେଙ୍ଗାନାର ଏସ୍.କେ ସଲିମ ଓ ଏସ୍.କେ ଜାଭେଦଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ଖଣ୍ଡା ୩ଟି ମୋବାଇଲ ଫୋନ ଜବତ କରାଯାଇଛି। ସେହିପରି ଗଙ୍ଗପଡ଼ାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ଗାଡ଼ି ଛିଡ଼ା ହୋଇଥିବା ଦେଖୁ ଦିନେଶ ଓ ତାଙ୍କ ସହଯୋଗୀମାନେ ଯାଞ୍ଚ କରିଥିଲେ। ଗାଡ଼ିରୁ ୧୮ମଇଁଷି ଉଦ୍ଧାର ବେଳେ ସେଥୁମଧ୍ୟରୁ ୧୭ଟି ଜୀବିତ ଓ ଗୋଟିଏ ମୃତ ଥିଲା। ମଇଁଷିଗୁଡ଼ିକୁ ତାମିଲନାଡୁ ନିଆଯାଉଥିବା ଜଣାପଡ଼ିଥିଲା। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତାମିଲନାଡୁର ବାଲାଗୁରୁ ଏବଂ ବିହାରର ଶିବଦୟାଲ ରାୟଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ତାରପୋଲିନ ଓ ୨ଟି ମୋବାଇଲ ଫୋନ ଜବତ ହୋଇଛି। ପୋଲିସ ଦୁଇଟି ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖୁଛି।

Leave a Reply

Your email address will not be published. Required fields are marked *