ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ବିଦ୍ୟା ଭାରତୀ ପକ୍ଷରୁ ନମାମି ଭାରତମ୍ କାର୍ଯ୍ୟକ୍ରମ

ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ବିଦ୍ୟା ଭାରତୀ ପକ୍ଷରୁ ନମାମି ଭାରତମ୍ କାର୍ଯ୍ୟକ୍ରମ

ଜଗତସିଂହପୁର,୨୫ା୦୯: ଜଗତସିଂହପୁର ବ୍ଲକର ତୁମ୍ବା ଅଣ୍ଢେଇ ସାହି ଗ୍ରାମ ପଂଚାୟତ ଅନ୍ତର୍ଗତ କୋର୍ତଲ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ବିଦ୍ୟା ଭାରତୀ ଦ୍ୱାରା ନମାମି ଭାରତମ୍ କାର୍ଯ୍ୟକ୍ରମ ଅବସରରେ ଶିକ୍ଷାବିତ ତଥା ସଭାପତି ବଂଶୀଧର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷ୍ୟତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ଏବଂ ଭାରତ ମାତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସଭାପତି ଶ୍ରୀଯୁକ୍ତ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ ବନ୍ଦେ ମାତରଂ କବିତାର ୧୫୦ ବର୍ଷ ପୂର୍ତି ପାଳନ ଏବଂ କବି ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କ ଜୀବନୀ ସମ୍ପର୍କରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ରାଜନୀତି ବିଜ୍ଞାନ ଅଧ୍ୟାପକ ଲଷ୍ମୀଧର ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଜାତୀୟ ଗୀତ ବନ୍ଦେ ମାତରଂ କବିତାର ସମ୍ପୂର୍ଣ୍ଣ ଛଅ ପଦର ସାରମର୍ମ କହିବା ସହିତ ପ୍ରଥମ ଦୁଇ ପାଦ ଗାନ କରି ବନ୍ଦେ ମାତରଂ କବିତାର ଆଭିମୁଖ୍ୟ, ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ କୁମାର ମିଶ୍ର , ସଚ୍ଚିଦାନନ୍ଦ ମହାନ୍ତି ସମ୍ପାଦକ, ବିଜୟ କୁମାର କାନୁନଗୋ, ସହ ସମ୍ପାଦକ ବିଜୟ କୁମାର ଦାସ, କୋଷାଧକ୍ଷ ପ୍ରମୁଖ ଯୋଗଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପରିଡା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟା ମମତା ନାଥ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା, ଶିଶୁ ଭାଇ ଭଉଣୀ, ଅଭିଭାବକ, ଅଭିଭାବିକାମାନେ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *