ମହାମହୋପାଧ୍ୟାୟ ପଣ୍ଡିତ ରେବା ପ୍ରସାଦ ଦ୍ୱିବେଦୀ

ମହାମହୋପାଧ୍ୟାୟ ପଣ୍ଡିତ ରେବା ପ୍ରସାଦ ଦ୍ୱିବେଦୀ ଆଧୁନିକ ସଂସ୍କୃତ ସାହିତ୍ୟର ସେହି ବିରଳ ଆଚାର୍ଯ୍ୟମାନଙ୍କ ମଧ୍ୟରୁ ଜଣେ ଥିଲେ, ଯିଏ ସଂସ୍କୃତକୁ କେବଳ ପରମ୍ପରାର ଭାଷା ନ ଭାବି ସୃଜନ ଏବଂ ନୂତନ ଚିନ୍ତନର ଭାଷା ଭାବରେ ପ୍ରତିଷ୍ଠିତ କରିଥିଲେ।

ମଧ୍ୟପ୍ରଦେଶରେ ଜନ୍ମଗ୍ରହଣ କରିଥିବା ଦ୍ୱିବେଦୀ ଜୀ ପ୍ରତିକୂଳ/ବିପନ୍ନ ପରିସ୍ଥିତିରେ ଶିକ୍ଷା ଗ୍ରହଣ କରିଥିଲେ ଏବଂ ପରବର୍ତ୍ତୀ ସମୟରେ କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ସାହିତ୍ୟର ପ୍ରାଧ୍ୟାପକ, ବିଭାଗାଧ୍ୟକ୍ଷ ତଥା ସଂସ୍କୃତ ବିଦ୍ୟା ଧର୍ମ ବିଜ୍ଞାନ ସଂକାୟର ଅଧିଷ୍ଠାତା ଭାବରେ କାର୍ଯ୍ୟ କରି ଭାରତୀୟ ଜ୍ଞାନ ପରମ୍ପରାକୁ ଆଗକୁ ବଢ଼ାଇଥିଲେ।

ତାଙ୍କର ବିଶେଷ ଉପଲବ୍ଧି ହେଉଛି ସଂସ୍କୃତ ମହାକାବ୍ୟ ‘ଉତ୍ତରସୀତାଚରିତମ୍’ ଏବଂ ‘ସ୍ୱାତନ୍ତ୍ର୍ୟସମ୍ଭବମ୍’ ରଚନା କରିବା, ଯାହା ମାଧ୍ୟମରେ ସେ ଭାରତୀୟ ସଂସ୍କୃତି, ରାମକଥା ପରମ୍ପରା ଏବଂ ରାଷ୍ଟ୍ରୀୟ ଚେତନାକୁ ଆଧୁନିକ ସନ୍ଦର୍ଭରେ ଅଭିବ୍ୟକ୍ତି ଦେଇଥିଲେ।

ସେ ହଜାର ହଜାର ସଂସ୍କୃତ ଶ୍ଲୋକ ରଚନା କରିଥିଲେ ଏବଂ କାବ୍ୟଶାସ୍ତ୍ର କ୍ଷେତ୍ରରେ ନୂତନ ସିଦ୍ଧାନ୍ତ ପ୍ରତିପାଦନ କରିଥିଲେ।

ସେ ବାରାଣସୀରେ ‘କାଲିଦାସ ସଂସ୍ଥାନ’ ପ୍ରତିଷ୍ଠା କରିଥିଲେ ଏବଂ ଅବସର ପରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ନିଃଶୁଳ୍କ ସଂସ୍କୃତ ଶିକ୍ଷା ପ୍ରଦାନ କରିଚାଲିଥିଲେ।

ସଂସ୍କୃତ ଭାଷା ଏବଂ ଭାରତୀୟ ଜ୍ଞାନ ପରମ୍ପରାର ସଂରକ୍ଷଣ ଓ ସଂବର୍ଦ୍ଧନରେ ତାଙ୍କର ଯୋଗଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।”

Leave a Reply

Your email address will not be published. Required fields are marked *