ଭୁବନେଶ୍ୱର ସ୍ଥିତ ରେଳ ଅଡିଟୋରିଅମ ଠାରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ସ୍ମୃତି ନ୍ୟାସ ପକ୍ଷରୁ ମଙ୍ଗଳବାର ଦିନ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜୀବନୀ ଆଧାରିତ ପୁସ୍ତକ ‘ କୃତି ଓ ବ୍ୟକ୍ତିତ୍ଵ’ ଉନ୍ମୋଚିତ ହୋଇଯାଇଅଛି। ଏହି କାର୍ଯ୍ଯକ୍ରମରେ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାମୀଜୀଙ୍କୁ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, କ୍ରାନ୍ତିକାରୀ ଏବଂ ଗଡଜାତ ଆନ୍ଦୋଳନର ପ୍ରବର୍ତ୍ତକ ଭାବରେ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ବର୍ତ୍ତମାନର ଫୁଲବାଣୀ (କନ୍ଧମାଳ) ଜିଲ୍ଲାର ସୁରକ୍ଷା ଏବଂ ବିକାଶ, ମହିଳା ଶିକ୍ଷାର ପ୍ରୋତ୍ସାହନ ଏବଂ ସମାଜର ସମସ୍ତ ବର୍ଗକୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରୟାସ କରିଥିଲେ । ସ୍ୱାମୀଜୀଙ୍କ ଅତୁଳନୀୟ ଅବଦାନ ଓଡ଼ିଶାର ସମୃଦ୍ଧି ଏବଂ ଏକ ବିକଶିତ ଭାରତ ନିର୍ମାଣକୁ ମାର୍ଗଦର୍ଶନ କରିବ।