ପ୍ରଜ୍ଞା ପ୍ରବାହ ପକ୍ଷରୁ ଆଲୋଚନା ଚକ୍ର

ପ୍ରଜ୍ଞା ପ୍ରବାହ ପକ୍ଷ ରୁ ଆଲୋଚନା ଚକ୍ର ଗଞ୍ଜାମ କଳା ପରିଷଦ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତକାର୍ଯ୍ଯବାହ ଡ. ଅନିଲ କୁମାର ମିଶ୍ର, ପ୍ରଜ୍ଞା ପ୍ରବାହର ରାଜ୍ୟ ସଭାପତି ଦୁର୍ଯ୍ୟଧନ କାଠୁଆ, ମହନ୍ତ ହରିହର ଦାସ, ରାଜ୍ୟ ସଂଯୋଜକ ରବି ନାରାୟଣ ପଣ୍ଡା ମଞ୍ଚ ରେ ଉପସ୍ଥିତ ଥିଲେ ।
ସଂଗଠନର ଜିଲ୍ଲା ସଂଯୋଜକ ସମଧନ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରଜ୍ଞା ପ୍ରଭା ର ଲକ୍ଷ୍ୟ, ତଥା ଆଗାମୀ ଦିନ ର କାର୍ଯ୍ୟକ୍ରମ ର ରୂପ ରେଖ ବିଷୟ ରେ ରାଜ୍ୟ ସଂଯୋଜକ ରବି ନାରାୟଣ ପଣ୍ଡା ସୂଚନା ପ୍ରଦାନ କରିଥିଲେ । ରାଷ୍ଟ୍ର ପ୍ରଥମ ଲକ୍ଷ୍ୟ ବୁଦ୍ଧିଜୀବି ମାନଙ୍କ ମଧ୍ୟ ରେ ଭାରତୀୟ ବିଚାର କୁ ଜାଗରଣ କରିବା ପାଇଁ ଏହି କାର୍ଯ୍ୟକ୍ରମ ଏବଂ ପ୍ରତ୍ୟେକ କର୍ମଯିବି ବ୍ୟକ୍ତି ରାଷ୍ଟିୟତ ଭାବରେ ନିଜ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଲକ୍ଷ୍ୟ ରଖିବା ଆବଶ୍ୟକ ବୋଲି ମୁଖ୍ୟ ବକ୍ତା ଡ ଅନିଲ ମିଶ୍ର ନିଜ ବକ୍ତ୍ୟବ ରେ ପ୍ରକାଶ କରିଥିଲ । ଅନେକ ମହାବିଦ୍ୟାଳୟ ର ବିଭାଗ ର ପ୍ରମୁଖ ପ୍ରଫେସର ତଥା ଅନେକ ବୁଦ୍ଧି ଯିବି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ବିଭାଗ ସଂଯୋଜକ ଡ ସୁଦାମ ସାହୁ, ଜିଲ୍ଲା ସଂଯୋଜକ ସମାଧାନ ପଣ୍ଡା, ନାରାୟଣ ସାହୁ, ପ୍ରିୟାଂଶୁ ଶେଖର ସାହୁ, ପ୍ରଭାସ କୁମାର ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହୋଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *